www.samajalive.in
Saturday, December 6, 2025
19.1 C
Bhubaneswar

ସେଲ୍ଫି ହେଲା କାଳ ; ନଦୀରେ ବୁଡି ଚାଲିଗଲା ଜୀବନ

ଘଟଗାଁ : କଟକର ବୋଷ ଇଞ୍ଜିନିୟରିଂ କଲେଜରୁ ତିନି ଜଣ ସାଙ୍ଗ ଘଟଗାଁ ବୁଲି ଆସିଥିଲେ। ସେମାନେ ହେଲେ ବିଭୁ ପ୍ରସାଦ ବେହେରା, ବିଭୁ ପାଦାନନ୍ଦ ପ୍ରଧାନ ଏବଂ ବୈଲୋଚନ ସାମଲ । ଘଟଗାଁରୁ ଫେରିବା ବାଟରେ ଆନନ୍ଦପୁର ବ୍ୟାରେଜ୍ ଦେଖିବା ପାଇଁ ଆସିଥିଲେ। ବ୍ୟାରେଜ୍ ତଳେ ଯାଇଥିବା ବୈତରଣୀ ନଦୀ ପାଖକୁ ଯାଇ ସେଲ୍ଫି ନେବା ସମୟରେ ବୈଲୋଚନ ନଦୀ ମଧ୍ୟକୁ ଖସି ଯାଇଥିଲେ। ଆନନ୍ଦପୁର ଦମକଳ ବାହିନି ଖବର ପାଇ ଉଦ୍ଧାର କାର୍ଯ୍ୟ ଚଳାଇଛନ୍ତି। ଏଯାବତ ଯୁବକଙ୍କ କୌଣସି ପତା ମିଳିନି। ଯୁବକମାନେ ଯାଜପୁର ବିପ୍ସଝାରପୁର ଅଞ୍ଚଳର ବୋଲି ଜଣାପଡ଼ିଛି।

Hot this week

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

Related Articles

Popular Categories