www.samajalive.in
Sunday, December 7, 2025
14.1 C
Bhubaneswar

ପଡୋଶୀ ଘରେ ପଶି ଦୁଇ ପିଲାଙ୍କୁ ହତ୍ୟା କରିଥିଲା; ପୁଲିସର ଏନକାଉଣ୍ଟରେ ଅଭିଯୁକ୍ତ ମୃତ

ଲକ୍ଷ୍ନୌ: ଉତ୍ତରପ୍ରଦେଶର ବଦାୟୁଁରେ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ପୁରୁଣା ବିବାଦକୁ ନେଇ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ପଡୋଶୀ ଘରେ ପଶି ଦୁଇ ଭାଇଙ୍କୁ ହତ୍ୟା କରିଥିଲା ସେଲୁନ ମାଲିକ । ଘଟଣା ପରେ ପୁଲିସ ଏନକାଉଣ୍ଟରରେ ଅଭିଯୁକ୍ତ ସେଲୁନ ମାଲିକ ସାଜିଦର ମୃତ୍ୟୁ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ ଅଭିଯୁକ୍ତ ସାଜିଦ ଏବଂ ମୃତ ୨ଭାଇଙ୍କ ବାପା ବିନୋଦ ପରସ୍ପରର ପଡୋଶୀ ଥିଲେ। କୌଣସି କାରଣକୁ ନେଇ ଉଭୟଙ୍କ ମଧ୍ୟରେ ବିବଦା ଦେଖା ଦେଇଥିଲା। ହଠାତ ମଙ୍ଗଳବାର ସନ୍ଧ୍ୟାରେ ସାଜିଦ, ବିନୋଦଙ୍କ ଘରକୁ ଯାଇ ଚା ପିଇବାକୁ ମାଗିଥିଲା। ସେତେବେଳେ ବିନୋଦ ଘରେ ନଥିଲେ। ବିନୋଦଙ୍କ ସ୍ତ୍ରୀ ଚା ତିଆରି କରୁଥିବା ବେଳେ ତିନି ପୁଅ ଖେଳୁଥିବା ଦେଖି ଅଭିଯୁକ୍ତ ସାଜିଦ ଦୁଇ ଜଣଙ୍କୁ ନିର୍ମମ ଭାବେ ହତ୍ୟା କରିଥିଲା। ଆକ୍ରମଣରେ ବିନୋଦର ଅନ୍ୟ ଜଣେ ଛୋଟ ପୁଅ ଆହତ ହୋଇଛନ୍ତି।
ଏହି ଜଘନ୍ୟ ହତ୍ୟାକାଣ୍ଡ ଘଟାଇ ଅଭିଯୁକ୍ତ ସାଜିଦ ଫେରାର ହୋଇଥିଲା। ଏହି ଘଟଣା ନେଇ ସ୍ଥାନୀୟ ଅଂଚଳରେ ପ୍ରବଳ ଗଣ୍ଡଗୋଳ ପରିସ୍ଥିତି ସୃଷ୍ଟି ହେବା ପରେ ପୁଲିସ ତୁରନ୍ତ ଅଭିଯୁକ୍ତକୁ ଧରିବାକୁ ତନାଘନା ଆରମ୍ଭ କରିଥିଲା। କିଛଇ ଘଣ୍ଟା ଭିତରେ ଅଭିଯୁକ୍ତକୁ ଠାବ କରିବାରେ ସଫଳ ହୋଇଥିଲା। ତେବେ ଅଭିଯୁକ୍ତ ଜଣକ ପୁଲିସ ଉପରକୁ ଗୁଳିଚାଳନା କରିବା ପରେ ପୁଲିସର ପାଲଟା ଗୁଳିଚାଳନାରେ ସାଜିଦର ମୃତ୍ୟୁ ହୋଇଛି।

Hot this week

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

ଜାନୁଆରୀ ୨୦ରେ ଓଏସ୍‌ଏସ୍‌ଟିଇଟି

କଟକ: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ...

ସୁନା ଲିଜ୍‌ ବା ଭଡା ଦେଇ ରୋଜଗାର

ନୂଆଦିଲ୍ଲୀ - ଅନେକ ଲୋକ ଗୋଲ୍ଡ ବଣ୍ଡ ସହ ସୁନାରେ ଟଙ୍କା...

Related Articles

Popular Categories