www.samajalive.in
Saturday, December 6, 2025
26.1 C
Bhubaneswar

ଚିନି କଳରେ ବିସ୍ଫୋରଣ: ୬ ମୃତ, ୫ ଗୁରୁତର

ବେଙ୍ଗାଲୁରୁ : କର୍ଣ୍ଣାଟକ ବାଗାଲକୋଟ ଜିଲା ମୁଧୋଲସ୍ଥିତ ଏକ ଚିନି କଳରେ ରବିବାର ବିସ୍ଫୋରଣ ଘଟି ୬ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି ଓ ୫ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ସୂଚନା ଅନୁସାରେ ଦୁର୍ଘଟଣାଗ୍ରସ୍ତ ଚିନି କଳର ମାଲିକ ହେଉଛନ୍ତି ବିଜେପି ବିଧାୟକ ମୁର୍ଗେଶ ନିରାନି ଓ ତାଙ୍କ ଭାଇ ସଂଗାମେଶ। ନିରାନିଙ୍କ କହିବା ଅନୁସାରେ ରବିବାର ଚିନି କଳରେ ୧୦୦୦ ଜଣ ଶ୍ରମିକ କାର୍ଯ୍ୟ କରୁଥିଲେ। ତେବେ ମଧ୍ୟାହ୍ନ ସମୟରେ ବଏଲରରେ ବିସ୍ଫୋରଣ ଘଟିଥିଲା। ସେଠାରେ ମାତ୍ର ୭ ଜଣ ଶ୍ରମିକ କାର୍ଯ୍ୟ କରୁଥିଲେ। ତେବେ ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ବଏଲରରେ ୧୧ରୁ ଊର୍ଦ୍ଧ୍ବ ଶ୍ରିମକ କାର୍ଯ୍ୟ କରୁଥିଲେ। ବିସ୍ଫୋରଣରେ ୬ ଜଣ ପ୍ରାଣ ହରାଇଛନ୍ତି ଓ ୫ ଜଣ ଗୁରୁତର ଆହତ ହୋଇଛନ୍ତି। ପୁଲିସ୍‍ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଏନେଇ ମୁଧୋଲ ଥାନାରେ ଏକ ମାମଲା ରୁଜୁ ହୋଇଥିବା ଜଣାପଡିଛି।

Hot this week

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

Related Articles

Popular Categories