www.samajalive.in
Saturday, December 6, 2025
26.1 C
Bhubaneswar

ଯାତ୍ରୀବାହୀ ଗାଡି ଓ ପିକଅପ ଭ୍ୟାନ ମୁହାଁମୁହିଁ ଧକ୍କା, ଚାଳକ ମୃତ

ଜି.ଉଦୟଗିରି: ସ୍ଥାନୀୟ ଥାନା ଅନ୍ତର୍ଗତ ମାଲାନାସୁଗା ଛକ ନିକଟରେ ମଙ୍ଗଳବାର ଏକ ଯାତ୍ରୀବାହୀ ଗାଡି ସହ ଗୋଟିଏ ମାଲବାହୀ ପିକଅପ ଭ୍ୟାନର ମୁହାଁମୁହିଁ ଧକ୍କା ହେବା ଫଳରେ ୯ଜଣ ଯାତ୍ରୀ ଆହାତ ହୋଇଥିବାବେଳେ ଯାତ୍ରୀବାହୀ ଗାଡିର ଚାଳକ ଆଦିକନ୍ଦ ପଣ୍ଡାଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି।
ବିବରଣୀରୁ ପ୍ରକାଶ ଯେ ସିଲକ୍ ସଫାରୀ ନାମକ ଏକ ଯାତ୍ରୀବାହୀ ଗାଡି ଜି.ଉଦୟଗିରିରୁ ଫୁଲବାଣୀ ଅଭିମୁଖେ ଯାଉଥିବାବେଳେ ବିପରୀତ ପଟୁ ଏକ ମାଲବାହୀ ପିକଅପ ଭ୍ୟାନ ଆସୁଥିଲା। ମାଲାନସୁଗା ନିକଟ ବୁଲାଣୀରେ ମୁହାଁମୁହିଁ ଧକ୍କା ହେବା ଫଳରେ ପିକଅପ ଭ୍ୟାନ ଉପରେ ଥିବା ଲୁହାରଡ ଯାତ୍ରୀବାହୀ ଗାଡିର ଡ୍ରାଇଭର ଆଦିକନ୍ଦ ପଣ୍ଡା ୫୬ବର୍ଷଙ୍କ ଛାତିର ପଶିଯାଇଥିଲା।ଖବରପାଇ ପୋଲିସ ଏସଆଇ ଅନନ୍ତ ପ୍ରଧାନ ଓ ଟିମ, ଅଗ୍ନିଶମ କର୍ମଚାରୀ ଏବଂ ଆମ୍ବୁଲାନ୍ସ  ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ସମସ୍ତ ଆହାତଙ୍କୁ ଉଦ୍ଧାର କରି ଜି.ଉଦୟଗିରି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତୀ କରିଥିଲେ।
ଡ୍ରାଇଭର ବାୟାଙ୍କ ଅବସ୍ଥା ଅଧିକ ଗୁରୁତର ଥିବାରୁ ତାଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଥିବାବେଳେ ଭଞ୍ଜନଗର ନିକଟରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି।ଏଥିସହିତ ଆହାତ ସୁଖଲତା ନାୟକ ୪୫ଙ୍କୁ ମଧ୍ୟ ଅଧିକ ଚିକିତ୍ସା ନିମନ୍ତେ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି।

Hot this week

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

Related Articles

Popular Categories