www.samajalive.in
Saturday, December 13, 2025
15.1 C
Bhubaneswar

ଫଟୋ ଅସଲି ନା ନକଲି ? କୃତ୍ରିମ ବୁଦ୍ଧିମତାରେ ପ୍ରସ୍ତୁତ ଫଟୋକୁ ଏମିତି ଚିହ୍ନନ୍ତୁ

ନୂଆଦିଲ୍ଲୀ : ଆଜିକାଲି ସାମାଜିକ ଗଣମାଧ୍ୟମରେ ସମସ୍ତେ ନିଜ ନିଜ ଫଟୋ ସେୟାର କରୁଛନ୍ତି । କିଏ ଫଟୋ ଉଠାଇ ପୋଷ୍ଟ କରୁଛି ତ ଆଉ କିଏ ଫଟୋକୁ କୃତ୍ରିମ ବୁଦ୍ଧିମତା ମାଧ୍ୟମରେ ପ୍ରସ୍ତୁତ କରି ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରୁଛି । ଆଜିକାଲି କୃତ୍ରିମ ବୁଦ୍ଧିମତା ମାଧ୍ୟମରେ ଅସଲି ଦେଖାଗଲା ଭଳି ମଧ୍ୟ ଫଟୋ ତିଆରି କରିହେଉଛି । କେଉଁ ଫଟୋ ଅସଲି ଏବଂ କେଉଁଟି ନକଲି ତାହା ଜାଣିବା କାଠିକର ପାଠ ହୋଇପଡୁଛି । ଆଜି ଆମେ ଆପଣଙ୍କୁ କହିବୁ କେଉଁ ଉପାୟରେ ଆପଣ ଫଟୋ ଅସଲି କିମ୍ବା ନକଲି ଚିହ୍ନଟ କରିପାରିବେ ।

ଅସଲି ଫଟୋରେ ଆଖପାଖରେ ପରିବେଶର ଛୋଟ ଛୋଟ ଜିନିଷ ମଧ୍ୟ ନଜର ଆସେ । ଯେପରିକି ସୂର୍ଯ୍ୟକିରଣ, ଛାଇ ବା ଧୁଆଁ ଇତ୍ୟାଦି । କିନ୍ତୁ କୃତ୍ରିମ ବୁଦ୍ଧିମତା ଦ୍ବାରା ପ୍ରସ୍ତୁତ ଫଟୋରେ ଏସବୁ ନଥାଏ । କୃତ୍ରିମ ବୁଦ୍ଧିମତାରେ ପ୍ରସ୍ତୁତ ଫଟୋ ସମ୍ପୂର୍ଣ୍ଣ ରୂପେ ସଠିକ୍ ଲାଗେ । ଆଖିକୁ ଅତି ସୁନ୍ଦର ଦେଖାଯାଏ । କିନ୍ତୁ ଭଲଭାବେ ନଜର କଲେ ଏହା ନକଲି ବୋଲି ଜଣାପଡିଯାଏ ।

- Advertisement -

ବେଳେବେଳେ କୃତ୍ରିମ ବୁଦ୍ଧିମତାରେ ପ୍ରସ୍ତୁତ ଫଟୋରେ କିଛି ନକଲି ଜିନିଷ ମଧ୍ୟ ଅସଲି ଭଳି ଲାଗିଥାଏ । କିନ୍ତୁ ପରେ ଧ୍ୟାନର ସହ ଦେଖିଲେ ଏହା ଅଜବ ଲାଗିଥାଏ । ଯଦି ଫଟୋରେ ରଙ୍ଗ, ବ୍ୟାକଗ୍ରାଉଣ୍ଡ ବା ଡିଜାଇନକୁ ଦେଖିଲେ କିଛି ଅଲଗା ଅନୁଭବ ହୁଏ ତେବେ ହୋଇପାରେ ସେହି ଫଟୋ କୃତ୍ରିମ ବୁଦ୍ଧିମତାରେ ପ୍ରସ୍ତୁତ ହୋଇଥାଇପାରେ ।

ଆଜିକାଲି ବଜାରକୁ ଏମିତି ସ୍ମାର୍ଟଫୋନ୍ ଆସିଛି ଯାହାର କ୍ୟାମେରା ବହୁତ ଉତ୍ତମ ଏବଂ ଅତ୍ୟାଧୁନିକ । ଏହି ଫୋନରେ ନିଆଯାଇଥିବା ଫଟୋ ବହୁତ ସଫା ଆସିଥାଏ । କିନ୍ତୁ କୃତ୍ରିମ ବୁଦ୍ଧିମତାରେ ପ୍ରସ୍ତୁତ ଫଟୋର ତାଠୁ ମଧ୍ୟ ଅଧିକ ସଫା ବା କ୍ଲିୟର ଦେଖାଯାଏ । ଉଦାହରଣ ରୂପେ ଫଟୋରେ ଥିବା ମୁହଁର ଦୁଇପଟର ଦୃଶ୍ୟ ଏକା ଭଳି ହୋଇଥାଏ ବା ଏହାର ପୃଷ୍ଠ ସାଧାରଣ ଅପେକ୍ଷା ଅଧିକ ଚିକ୍କଣ ନଜର ଆସିଥାଏ । କିନ୍ତୁ ଅସଲି ଫଟୋ ଏମିତି ଆସିନଥାଏ ।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories