www.samajalive.in
Saturday, December 6, 2025
19.1 C
Bhubaneswar

ପ୍ରସ୍ତାବିତ ଶୁଆକାଟି-ଗୁହାଳଡିହି ରେଳପଥ ନିର୍ମାଣକୁ ବିରୋଧ; ଶାନ୍ତିପୂର୍ଣ୍ଣ କେନ୍ଦୁଝର ବନ୍ଦ ପାଳନ

କେନ୍ଦୁଝରଗଡ଼: ଓଡ଼ିଶା ଖଣି ନିଗମ ଅଧିନ ପରିଚାଳିତ ଶୁଆକାଟିସ୍ଥିତ ଗନ୍ଧମାର୍ଦ୍ଦନ ଲୌହଖଣିରୁ ଗୁହାଳଡିହି ପର୍ଯ୍ୟନ୍ତ ପ୍ରସ୍ତାବିତ ରେଳପଥ ନିର୍ମାଣକୁ ବିରୋଧ କରି କେନ୍ଦୁଝର ଜିଲା ଟ୍ରକ ମାଲିକ ସଂଘ ପକ୍ଷରୁ ଦିଆଯାଇଥିବା ୨୪ଘଣ୍ଟିଆ ଜିଲା ବନ୍ଦ ଡାକରା ସୋମବାର ଶାନ୍ତିପୂର୍ଣ୍ଣ ଭାବେ ପାଳିତ ହୋଇଯାଇଛି। ଜିଲା ଟ୍ରକ ମାଲିକ ସଂଘର ବରିଷ୍ଠ ସଦସ୍ୟ ପ୍ରଦୀପ କୁମାର ବାରିକ, ଦେବୁ ପଟ୍ଟନାୟକ, ଦିଲ୍ଲୀପ କୁମାର ପଣ୍ଡା, ଅୟେଶକାନ୍ତ ପଟ୍ଟନାୟକ, ସୂର୍ଯ୍ୟ ନାରାୟଣ କର, ନିହାର ଦାସଙ୍କ ସମେତ ଶତାଧିକ ଟ୍ରକ ମାଲିକ ଭୋର ୬ଟାରୁ କେନ୍ଦୁଝର ସହରର ବିଭିନ୍ନ ସ୍ଥାନରେ ପିକେଟିଂ ଆରମ୍ଭ କରି ବନ୍ଦ ପାଳନକୁ ଜୋରଦାର କରିଥିଲେ। ଏହାପରେ ସଂଘର ବହୁ ସଦସ୍ୟ କେନ୍ଦୁଝରଗଡ଼ ରେଳ ଷ୍ଟେସନଠାରେ ପହଞ୍ଚି କେନ୍ଦୁଝରଗଡ଼-ଖୋର୍ଦ୍ଧାରୋଡ ମେମୁ ଯାତ୍ରୀବାହୀ ଟ୍ରେନକୁ ଅଟକ ରଖିଥିଲେ। ବନ୍ଦ ପାଳନ ଯୋଗୁଁ ଜିଲାଦେଇ ଯାତାୟାତ କରୁଥିବା ସମସ୍ତ ଯାତ୍ରୀବହୀ ଟ୍ରେନ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଥିବା ବେଳେ ଆରକ୍ଷୀ ଅଧିକ୍ଷକଙ୍କ ହସ୍ତକ୍ଷେପ ଫଳରେ ମଧ୍ୟାହ୍ନ ୧୨ଟାରେ କେନ୍ଦୁଝରଗଡ଼-ଖୋର୍ଦ୍ଧାରୋଡ ଯାତ୍ରୀବାହୀ ଟ୍ରେନ ଚଳାଚଳ ଆରମ୍ଭ କରିଥିଲା। ସେହିଭଳି ପୂର୍ବାହ୍ନ ୧୦ଟାରେ ଜିଲା କୋର୍ଟ ସମ୍ମୁଖରେ ଶତାଧିକ ଟ୍ରକ ମାଲିକ ଉପସ୍ଥିତ ରହି ଜିଲାବାସୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଏହି ବନ୍ଦ ଡାକରା ଦିଆଯାଇଥିବାରୁ ଦିନକ ପାଇଁ କୋର୍ଟ କାର୍ଯ୍ୟକୁ ବନ୍ଦ ରଖିବାକୁ ହାତଯୋଡି ଅନୁରୋଧ କରିବା ପରେ ସମସ୍ତ ବିଚାରପତି ଫେରି ଯାଇଥିଲେ। ଫଳରେ ସମଗ୍ର ଜିଲାରେ କୋର୍ଟ କଚେରୀ ସାଙ୍ଗକୁ ଦୋକାନବଜାର, ବ୍ୟାଙ୍କ ସମେତ ସମସ୍ତ ବ୍ୟାବସାୟିକ ପ୍ରତିଷ୍ଠାନ ଆଦି ବନ୍ଦ ରହିଥିବା ବେଳେ ସମସ୍ତ ପ୍ରକାର ଯାତ୍ରୀବାହୀ ବସ୍‌‌ ଏବଂ ଭାରୀଯାନ ଚଳାଚଳ ମଧ୍ୟ ସମ୍ପୂର୍ଣ୍ଣ ବନ୍ଦ ରହିଥିଲା। ବନ୍ଦ ପାଳନ ଯୋଗୁଁ ଯାତ୍ରୀବହୀ ବସ୍‌‌ ଓ ଟ୍ରେନ ଚଳାଚଳ ବାଧାପ୍ରାପ୍ତ କାରଣରୁ ଯାତ୍ରୀମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହୋଇଥିବା ବେଳେ ଦୋକାନବଜାର ବନ୍ଦ ଯୋଗୁଁ ଖାଇବାପିଇବା ମଧ୍ୟ ନପାଇ ଯାତ୍ରୀ ଡହଳବିକଳ ହେଉଥିବା ଦେଖିବାକୁ ମିଳିଥିଲା।

ପ୍ରସ୍ତାବିତ ଏହି ରେଳପଥ କାର୍ଯ୍ୟକ୍ଷମ ହେଲେ ଜିଲାର ୧୦ହଜାର ଟ୍ରକମାଲିକ ସେମାନଙ୍କ ଜୀବିକା ହରାଇ ଆତ୍ମହତ୍ୟା କରିବା ପରିସ୍ଥିତି ଉପୁଜିଥିବା ବେଳେ ଏଥିଯୋଗୁଁ ସିଧାସଳଖ ଭାବେ ଜିଲାର ୩ଲକ୍ଷ ପରିବାର ପ୍ରଭାବିତ ହେବାକୁ ଥିବାରୁ ସରକାର ତୁରନ୍ତ ଏହି ପ୍ରକଳ୍ପରୁ ଓହରିଯିବାକୁ ବରିଷ୍ଠ ଟ୍ରକ ମାଲିକ ଦେବୁ ପଟ୍ଟନାୟକ ଅନୁରୋଧ କରିଛନ୍ତି। ଜିଲାବାସୀଙ୍କ ସମୂହସ୍ୱାର୍ଥକୁ ଆଖି ଆଗରେ ରଖି ୨୪ଘଣ୍ଟିଆ ଏହି ଜିଲା ବନ୍ଦ ଡାକରାକୁ ପୂର୍ବରୁ କଂଗ୍ରେସ ଦଳ ସମ୍ପୂର୍ଣ୍ଣ ସମର୍ଥନ ଘୋଷଣା ସହ ପିସିସି ସାଧାରଣ ସମ୍ପାଦକ ଆଲୋକ ମିଶ୍ର, ପିସିସି ସମ୍ପାଦକ ସଂଗ୍ରାମ ଦାସ, କଂଗ୍ରେସ ନେତା ବିନୋଦ ବିହାରୀ ନାଏକ, ସୁନେଶ ଧୀର, ଶୁଭମ୍‌‌ ରାଜ ପ୍ରମୁଖ ଭୋରରୁ ଟ୍ରକ ମାଲିକଙ୍କ ସହ ସାମିଲ ହୋଇ ବନ୍ଦ ପାଳନକୁ ବ୍ୟାପକ କରିଥିବା ବେଳେ ପରେ ବିଜେପି ଦଳରୁ ସଦର ବିଧାୟକ ମୋହନ ଚରଣ ମାଝୀ, ବିଜେଡି ଦଳରୁ ଜିଲା ସଭାପତି ମାଧବ ସର୍ଦ୍ଦାର, କାନନ ବିହାରୀ ପହି, କେନ୍ଦୁଝର ନଗର ବିଜେଡି ସଭାପତି ପୂର୍ଣ୍ଣଚନ୍ଦ୍ର ସାହୁଙ୍କ ସମେତ ବହୁ ନେତା ଉପସ୍ଥିତ ରହି ନିଜ ନିଜର ସମର୍ଥନ ଜଣାଇଥିଲେ।

- Advertisement -

 

Hot this week

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

Related Articles

Popular Categories