www.samajalive.in
Sunday, December 14, 2025
23.1 C
Bhubaneswar

ଗୋରୁ ଚୋରା ଚାଲାଣ କରୁଥିବା ପିକଅପ୍ ଭ୍ୟାନକୁ ଧକ୍କା ଦେଇ ଯୁବକ ମୃତ, କ୍ଷତି ପୂରଣ ଦାବିରେ ରାସ୍ତାରୋକ 

କଲ୍ୟାଣସିଂହପୁର : ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକ ସଦର ପେଟ୍ରୋଲ ପମ୍ପ ସମ୍ମୁଖରେ ଗୋରୁ ଚୋରା ଚାଲାଣ ପିକଅପ୍ ଭ୍ୟାନକୁ ଧକ୍କା ଦେଇ ବାଇକ ଚାଳକ ମୃତ । ସୂଚନା ଅନୁଯାୟୀ ଧାମୁଣିପଙ୍ଗା ପଞ୍ଚାୟତର ପେଡିପଦର ଗାଁର ଲାଛିନ୍ଦ୍ର ନିସିକାଙ୍କ ପୁଅ ରମେଶ ନିସିକା ବିବାହ ଭୋଜି ଖାଇବା ପାଇଁ ଯାଉଥିବାବେଳେ ଗୋରୁ ଚୋରା ଚାଲାଣ କରୁଥିବା ମ୍ୟାକ୍ସ ପିକଅପ୍ ଭ୍ୟାନ ଓଡ଼ି ୧୮ଜେ ୯୮୯୫ କୁ ଧକ୍କା ଦେଇ ଛିଟକି ପଡିଯାଇଥିଲେ । ଏହାକୁ  ପେଟ୍ରୋଲପମ୍ପର ଲୋକମାନେ ଦେଖି ସଙ୍ଗେ ସଙ୍ଗେ ଅଗ୍ନିଶମ ବିଭାଗକୁ ଯୋଗାଯୋଗ କରିଥିଲେ ।

ଅଗ୍ନିଶମ ବିଭାଗ ଗାଡି ଘଟଣାସ୍ଥଳରେ ପହଞ୍ଚି ଗୁରୁତର ରମେଶକୁ ଉଦ୍ଧାର କରି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ତେବେ ଚିକିତ୍ସା ସମୟରେ ତାଙ୍କର ମୃତ୍ୟୁ ହୋଇଛି । ଖବର ପାଇ ଥାନା ଅଧିକାରୀ ନୀଳକଣ୍ଠ ବେହେରା, ଏସଆଇ ଶିବ ପ୍ରସାଦ ସାହୁ ଘଟଣାସ୍ଥଳରେ ପହଞ୍ଚି ଗୋରୁ ଚୋରା ଚାଲାଣ ଭ୍ୟାନକୁ ଜବତ କରି ଘଟଣାର ତଦନ୍ତ ଚଳାଇଛନ୍ତି । ଅନ୍ୟପଟେ କ୍ଷତିପୂରଣ ଦାବି ନେଇ ଗ୍ରାମବାସୀ ରାସ୍ତା ଅବରୋଧ କରିଛନ୍ତି । ବର୍ତ୍ତମାନ ସୁଦ୍ଧା କୌଣସି ସମାଧାନ ହୋଇନଥିବା ଜଣାପଡ଼ିଛି । ପୁଲିସ ମୃତଦେହ ଜବତ କରି ଆସନ୍ତାକାଲି ଶବ ବ୍ୟବଚ୍ଛେଦ କରିବା ପରେ ପରିବାରକୁ ହସ୍ତାନ୍ତର କରାଯିବ ବୋଲି ଥାନା ଅଧିକାରୀ କହିଛନ୍ତି ।

Hot this week

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

Related Articles

Popular Categories