www.samajalive.in
Thursday, December 11, 2025
27.1 C
Bhubaneswar

ଠେଲା ଗାଡିରେ ଟ୍ରେନ୍ ! ଭିଡିଓ ଭାଇରାଲ

ନୂଆଦିଲ୍ଲୀ : ସାମାଜିକ ଗଣମାଧ୍ୟମରେ ଅନେକ ପ୍ରକାର ଭିଡିଓ ଭାଇରାଲ ହୋଇଥାଏ । କିଛି ଭିଡିଓ ମଜାଳିଆ ହୋଇଥାଏ ତ ଆଉ କିଛି ଭିଡିଓ ବହୁତ ଶିକ୍ଷଣୀୟ ହୋଇଥାଏ । କିଛି ଭିଡିଓ ସମସ୍ତଙ୍କୁ ଚକିତ ମଧ୍ୟ କରିଥାଏ । ଏମିତି ଏକ ଭିଡିଓ ଏବେ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି । ଏଥିରେ ଅନେକ ଠେଲା ଗାଡି ଟ୍ରେନ୍ ବଗି ଭଳିଆ ଲାଇନ୍ ହୋଇ ଚାଲିଛନ୍ତି ।

- Advertisement -

ଭିଡିଓରେ ଦେଖାଯାଉଛି ଜଣେ ବ୍ୟକ୍ତି ଆଗରେ ଠେଲା ଗାଡି ଚଲାଉଛନ୍ତି । ତାଙ୍କ ପରେ ଲଗାତର ଠେଲା ଗାଡିର ଆଗଚକ ତା ଆଗ ଠେଲା ଗାଡିରେ ବନ୍ଧା ହୋଇଛି । କେବଳ ପଛ ଚକ ମାଟିକୁ ସ୍ପର୍ଶ କରୁଛି । ଏବଂ ସମସ୍ତ ଚାଳକ ଲଗାତର ଏକାଠି ପେଡାଲ ମାରୁଛନ୍ତି । ଏବଂ ଏହା ଏକ ଟ୍ରେନ୍ ଭଳି ଲାଇନ୍ ହୋଇ ଲମ୍ବିଛି । ଏହି ଭିଡିଓଟି ଇନଷ୍ଟାଗ୍ରାମରେ ସେୟାର ହୋଇଛି । ଭିଡିଓଟି ବାଂଲାଦେଶର ବୋଲି କୁହାଯାଉଛି । ଏଥିରେ ଏପର୍ଯ୍ୟନ୍ତ ୩୮ ଲକ୍ଷ ଭ୍ୟୁଜ୍ ମିଳିସାରିଲାଣି । ପ୍ରାୟ ୩ ଲକ୍ଷରୁ ଅଧିକ ଲୋକ ଏହାକୁ ଲାଇକ୍ କରିଛନ୍ତି ।

Hot this week

ବସ୍‌-ବାଇକ୍ ଧକ୍କା : ଦୁଇ ଛାତ୍ର ମୃତ

ପଦ୍ମପୁର: ରାୟଗଡା ଜିଲ୍ଲା ରାମନାଗୁଡା ବ୍ଲକ ପାଲୁପାଇ ନିକଟରେ ବସ୍- ବାଇକ୍...

ଗୋଆ ଅଗ୍ନିକାଣ୍ଡ : ମାଲିକ ଲୁଥ୍ରା ଭ୍ରାତାଙ୍କୁ ଅଟକ ରଖିଛି ଥାଇଲାଣ୍ଡ ପୁଲିସ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଫୁଲବାଣୀରେ ପ୍ରଥମ ତୁଷାରପାତ

ଫୁଲବାଣୀ : କନ୍ଧମାଳରେ ଏବେ ହାଡ଼ ଭଙ୍ଗା ଶୀତ ଅରମ୍ଭ ହୋଇଛି।...

ରାସ୍ତାକଡରେ ପୁଳା ପୁଳା ଔଷଧ: ସ୍ଵାସ୍ଥ୍ୟ ବିଭାଗର ତଦନ୍ତ

ବାଲେଶ୍ଵର: ରାସ୍ତାକଡ଼ରେ ପଡ଼ିଛି ପୁଳା ପୁଳା ସରକାରୀ ମେଡିସିନ୍। ଏଭଳି ଘଟଣା...

ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା: ସ୍ଥିତି ସମୀକ୍ଷା କଲେ ଉପମୁଖ୍ୟମନ୍ତ୍ରୀ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା।...

Related Articles

Popular Categories