www.samajalive.in
Saturday, December 13, 2025
21.1 C
Bhubaneswar

ପୋଲରୁ ତଳକୁ ଖସିଲା ବରଯାତ୍ରୀ ଗାଡ଼ି: ୨ ମୃତ, ୩୦ରୁ ଊର୍ଦ୍ଧ୍ବ ଆହତ

କୋରାପୁଟ: କୋରାପୁଟ ଜିଲା କୁନ୍ଦ୍ରା ବ୍ଲକରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ବରଯାତ୍ରୀ ଗାଡ଼ି ଭାରସାମ୍ୟ ହରାଇ ବ୍ଲକର ଖଟଲାପଦର ପୋଲରୁ ତଳକୁ ଖସିପଡ଼ିଛି। ଫଳରେ ୨ ଜଣଙ୍କ ମୃତ୍ୟୁ ଘଟିବା ସହ ୩୦ରୁ ଊର୍ଦ୍ଧ୍ବ ଲୋକ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି। ପ୍ରଥମେ କୁନ୍ଦ୍ରା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ପରେ ଜୟପୁର ଜିଲା ମୁଖ୍ୟ ଚିକିତ୍ସାଳୟକୁ ଆହତମାନଙ୍କୁ ସ୍ଥାନାନ୍ତର କରାଯାଇଛି। ଘଟଣାସ୍ଥଳରେ ପୁଲିସ ଓ ଅଗ୍ନିଶମ ବାହିନୀ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି।

ସୂଚନା ଅନୁସାରେ, ଆଜି ଦିନ ପ୍ରାୟ ୧୨ଟା ସମୟରେ ବୈପାରୀଗୁଡା ବ୍ଲକର ଦୋଳପୁର ଗ୍ରାମରୁ ବରଯାତ୍ରୀଙ୍କୁ ଧରି ଏକ ପକ୍‌ଅପ୍‌ ଭ୍ୟାନ୍‌ ବୋରିଗୁମା ନୂଆଗାଁ ପଞ୍ଚାୟତର ଡୁରଶାପାଲି ଗାଁକୁ ଯାଉଥିଲା। ଏହି ସମୟରେ କୁନ୍ଦ୍ରା ବ୍ଲକର ଖଟଲାପଦର ଗ୍ରାମ ପାଖରେ ଥିବା ନଦୀ ଉପରେ ପୋଲ ଉପରୁ ପିକ୍‌ଅପ୍‌ ଭ୍ୟାନ ଭାରସାମ୍ୟ ହରାଇ ନଦୀ ପାର୍ଶ୍ୱରେ ଥିବା ପଥର ଉପରେ ପଡ଼ିଯାଇଥିଲା। ଫଳରେ ଘଟଣା ସ୍ଥଳରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩୦ରୁ ଊର୍ଦ୍ଧ୍ବ ଲୋକ ଆହତ ହୋଇଛନ୍ତି।

Hot this week

ସମ୍ମାନର ସହିତ ମୃତ୍ୟୁର ଅଧିକାର! -ଇଚ୍ଛାମୃତ୍ୟୁ ପାଇଁ ସୁପ୍ରିମକୋର୍ଟରେ ଆବେଦନ

ନୂଆଦିଲ୍ଲୀ - ଗାଜିଆବାଦର ବାସିନ୍ଦା ଅଶୋକ ରାଣା ଏବଂ ନିର୍ମଳା ରାଣା...

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

Related Articles

Popular Categories