www.samajalive.in
Saturday, December 13, 2025
26.1 C
Bhubaneswar

ଟୀକାକରଣ ଦ୍ୱାରା ରୋକାଯାଇ ପାରୁଥିବା ରୋଗର ଲକ୍ଷଣ ଏବଂ ସର୍ବେକ୍ଷଣ ତାଲିମ ଶିବିର ଶିବିର

କଲମପୁର: କଲମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସଭାଗୃହ ଠାରେ ଟୀକାକରଣ ଦ୍ୱାରା ରୋକାଯାଇ ପାରୁଥିବା ରୋଗର ଲକ୍ଷଣ, ସର୍ବେକ୍ଷଣ ଏବଂ ରୋଗ ଚିହ୍ନଟ ନେଇ ଏକ ତାଲିମ ଶିବିର ଅନୁଷ୍ଠିତ ହେଇଥିଲା। ଗୋଷ୍ଠୀ ଜନ ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଶିବାଶିଷ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ତାଲିମ ଶିବିରରେ ଜିଲା ସର୍ଭେଲାନ୍ସ ମେଡିକାଲ ଅଫିସର ଡାକ୍ତର ଶ୍ୟାମ କୁମାର ଅଡପା, ଡାକ୍ତର ସୋନାଲି ପଣ୍ଡା ପ୍ରମୁଖ ତାଲିମ ପ୍ରଦାନ କରିଥିଲେ।

ଏହି ତାଲିମ ଶିବିରରେ ସମସ୍ତ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରର ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀଙ୍କ ସମେତ ସମସ୍ତ ମହିଳା ଓ ପୁରୁଷ ସ୍ୱାସ୍ଥ୍ୟକର୍ମୀ, ଫାର୍ମାସିଷ୍ଟ, ଟେକନିସିଆନ, ସ୍ୱାସ୍ଥ୍ୟ କ୍ଷେତ୍ର ପରିଦର୍ଶକ ପ୍ରମୁଖ ଯୋଗ ଦେଇ ତାଲିମ ଗ୍ରହଣ କରିଥିଲେ। ମିଳିମିଳା, ରୁବେଲା, ଡିପଥେରିଆ, ଟିଟାନସ ଆଦି ରୋଗ ବିଷୟରେ ଗାଁ ସ୍ତରରେ ପ୍ରାଥମିକ ଅବସ୍ଥାରେ ସେବା ପ୍ରଦାନକାରୀମାନେ ଏହାର ଲକ୍ଷଣ ଗୁଡିକୁ ଚିହ୍ନଟ କରି ସେମାନଙ୍କ ଚିକିତ୍ସା ପାଇଁ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପ୍ରେରଣ ପରେ ଚିକିତ୍ସା ସେବା ପ୍ରଦାନ କରିବାକୁ ତାଲିମ ଦିଆଯାଇଥିଲା। ଏହି ରୋଗୀମାନେ ଯେମିତି ମୃତ୍ୟୁର ଶିକାର ନହୁଅନ୍ତି ସେଥିପ୍ରତି ଗୁରୁତ୍ୱ ଦିଆଯାଉଛି।

- Advertisement -

ଏହାସହ ପ୍ରାଥମିକ ଅବସ୍ଥାରେ ଏହି ରୋଗର ନିୟନ୍ତ୍ରଣ ପାଇଁ ଥିବା ପ୍ରତିଷେଧକ ଟୀକା କରଣ ନେଇ ତାଲିମରେ ବିଷଦ ଭାବେ ବୁଝାଇଥିଲେ। ଏହି ତାଲିମ ଶିବିରରେ ଡାକ୍ତର ମୃତ୍ୟୁଞ୍ଜୟ ମହାନ୍ତି, ଡାକ୍ତର ଆଶୁତୋଷ ପରିଡା ପ୍ରମୁଖ ଉପସ୍ଥିତ ରହିଥିଲେ। ଗୋଷ୍ଠୀ ଜନ ସ୍ୱାସ୍ଥ୍ୟ ସଂପ୍ରସାରଣ ଅଧିକାରୀ ହେମନ୍ତ କୁମାର ଶଗଡିଆ ତାଲିମ ଶିବିର ପରିଚାଳନା କରିଥିଲେ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories