www.samajalive.in
Thursday, December 11, 2025
18.1 C
Bhubaneswar

ରାସ୍ତା ଉନ୍ନତିକରଣରେ ଅନିୟମିତତା ଅଭିଯୋଗ, ପ୍ରଶାସନର ଦ୍ୱାରସ୍ଥ ହେଲେ ପଣ୍ଡିଗାଁ ପଞ୍ଚାୟତବାସୀ

କଲମପୁର: ଶନିବାର କଲମପୁର ପଣ୍ଡିଗାଁ ଛକରୁ ମୁଖିଗୁଡା ରାସ୍ତା ଉନ୍ନତିକରଣରେ ଅନିୟମିତତା ଅଭିଯୋଗ ନେଇ ବ୍ଲକ ପ୍ରଶାସନର ଦ୍ୱାରସ୍ଥ ହେଇଛନ୍ତି। ପଣ୍ଡିଗାଁ ପଞ୍ଚାୟତବାସୀ ସୂଚନା ଅନୁସାରେ କଲମପୁର ପଣ୍ଡିଗାଁ ଛକରୁ ୧୦ କିଲୋମିଟର ରାସ୍ତାର ଉନ୍ନତି କରଣ ପାଇଁ ରାସ୍ତା ଓ କୋଠା ନିର୍ମାଣ ବିଭାଗ ତରଫରୁ ୧୫କୋଟି ୭୧ ଲକ୍ଷ ଟଙ୍କାରେ ନିର୍ମାଣକାରୀ ସଂସ୍ଥା ସହ ଚୁକ୍ତି ସ୍ୱାକ୍ଷର କରାଯାଇଛି।

ଏହି ରାସ୍ତା ନିର୍ମାଣରେ ଅହେତୁକ ଅନିୟମିତତା ହେଉଥିବା ନେଇ ଅଞ୍ଚଳବାସୀ ବାରମ୍ବାର ଅଭିଯୋଗ କରିଛନ୍ତି। ଏପରିକି ରାସ୍ତା ନିର୍ମାଣରେ ନିମ୍ନମାନର କାର୍ଯ୍ୟ ସହ ପାଣି ସଞ୍ଚନ କରାଯିବାରେ ନିର୍ମାଣକାରୀ ସଂସ୍ଥା ଅବହେଳା କରୁଥିବାରୁ ଏହି ରାସ୍ତା ଦେଇ ଯାତାୟତ କରୁଥିବା ଲୋକ ଅସୁବିଧାର ସମ୍ମୁଖିନ ହେଉଛନ୍ତି। କୌଣସି ଏକ ଭାରିଯାନ ଏହି ରାସ୍ତା ଦେଇ ଯାଉଥିବା ବେଳେ ପଛରେ ଥିବା ବାଇକ ଚାଳକ, ସାଇକେଲ ଆରୋହୀ, ପଥଚାରୀ ପ୍ରଭାବିତ ହେଉଛନ୍ତି। ସବୁ ଧଳିଗୁଣ୍ଡ ଉଡି ଧୁଳି ଝଡର ଭ୍ରମ ସୃଷ୍ଟି କରୁଛି। ଏହାସହ ରାସ୍ତାକଡରେ ଥିବା ଘର ମାନଙ୍କ ମଧ୍ୟରେ ଏହି ଧୁଳିଗୁଣ୍ଡ ଉଡିଯାଉଛି।

- Advertisement -

ଯାହାରି ଫଳରେ ଲୋକେ ଶ୍ୱାସ ରୋଗର ଶିକାର ହେଉଛନ୍ତି। ତେଣୁ ଶନିବାର ପୂର୍ବତନ ସମିତି ଅଧ୍ୟକ୍ଷ ବିପିନ ବିହାରୀ ପ୍ରଧାନୀଙ୍କ ନେତୃତ୍ୱରେ ପ୍ରଶାନ୍ତ ମାଝୀ ଏବଂ ଅଞ୍ଚଳର ବହୁ ଲୋକ ତୁରନ୍ତ ଏଥିପ୍ରତି ଗୁରୁତ୍ୱ ଦେବା ନେଇ ବ୍ଲକ ପ୍ରଶାସନର ଦ୍ୱାରସ୍ଥ ହେଇ ଜିଲାପାଳଙ୍କ ଉଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି।

Hot this week

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

ଦରମା ଓ ଭତ୍ତା ବୃଦ୍ଧିକୁ ବିରୋଧ କଲେ : ବିଧାୟକ ଲକ୍ଷ୍ମଣ ମୁଣ୍ତା

ଭୁବନେଶ୍ୱର - ଗତ ମଙ୍ଗଳବାର ବିଧାନସଭା ଗୃହରେ ପାରିତ ହୋଇଥିବା ବିଧାୟକ...

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

Related Articles

Popular Categories