www.samajalive.in
Saturday, December 13, 2025
26.1 C
Bhubaneswar

ଲାଗୁହେଲା ଆଦର୍ଶ ଆଚରଣ ବିଧି, ହଟାଗଲା ହୋର୍ଡ଼ିଂ ଓ ବ୍ୟାନର

ଲକ୍ଷ୍ମୀପୁର : ଶନିବାର ନିର୍ବାଚନ ତାରିଖ ଘୋଷଣା ହେବା ସହିତ ଲାଗୁ ହୋଇଛି ଆଦର୍ଶ ଆଚରଣ ବିଧି । ଫଳରେ ରାସ୍ତା ଘାଟ ଛକ ବଜାର ଓ ବିଭିନ୍ନ କାର୍ୟ୍ୟାଳୟରେ ଲାଗିଥିବା ହୋର୍ଡ଼ିଂ ଓ ବ୍ୟାନରକୁ ଶନିବାର ରାତିରେ ହଟାଇ ଦିଆଯିବା କାର୍ୟ୍ୟ ଆରମ୍ଭ ହୋଇଛି । ଗୋଷ୍ଠୀ ଊନ୍ନୟନ ଅଧିକାରୀ ଗୁରେଶ୍ବର ଭୋଇଙ୍କ ନେତୃତ୍ବରେ ବ୍ଲକ କାର୍ୟ୍ୟାଳୟର କର୍ମଚାରୀମାନେ ଏହି କାର୍ଯ୍ୟରେ ଲାଗି ପଞ୍ଚାୟତ ସମିତି କାର୍ୟ୍ୟାଳୟ ନିକଟରେ ସରକାରଙ୍କ ବିଭିନ୍ନ ଯୋଜନାର ପ୍ରଚାର ପାଇଁ ଯେଉଁ ହୋର୍ଡ଼ିଂ ଲାଗିଥିଲା ତାହାକୁ ହଟାଇ ଦେଇଛନ୍ତି ।

ଏଥିସହିତ ଆସନ୍ତା କାଲି ଲକ୍ଷ୍ମୀପୁର ବଜାରରେ ଲାଗିଥିବା ହୋର୍ଡ଼ିଂ ଓ ବିଭିନ୍ନ ଦଳର ଆଶାୟୀ ମାନେ ନୂଆ ବର୍ଷର ଅଭିନନ୍ଦନ ଆଦି ଯେଉଁ ବ୍ୟାନର ଗୁଡ଼ିକ ଲଗାଯାଇଥିଲା ସେଗୁଡ଼ିକ ହଟାଇ ଦିଆଯିବ । ବିଶେଷକରି ୨୪ ଘଣ୍ଟା ମଧ୍ୟରେ ସରକାରୀ କାର୍ୟ୍ୟାଳୟ ଏବଂ ଜନ ସାଧାରଣଙ୍କ କାନ୍ଥବାଡରୁ ୪୮ ଘଣ୍ଟା ଓ ସମସ୍ତ ସ୍ଥାନରୁ ୭୨ ଘଣ୍ଟା ମଧ୍ୟରେ ବ୍ୟାନର ଓ ପୋଷ୍ଟରଗୁଡ଼ିକ ହଟାଇ ଦିଆଯିବ। ବଳକା ଯାହା ରହିବ ଏପରିକି ବ୍ଲକର ବିଭିନ୍ନ ସ୍ଥାନରେ ଲାଗିଥିବା ହୋର୍ଡ଼ିଂ ଓ ବ୍ୟାନରକୁ ହଟାଇ ଦିଆଯିବ ବୋଲି ଗୋଷ୍ଠୀ ଊନ୍ନୟନ ଅଧିକାରୀ ତଥା ମାଜିଷ୍ଟ୍ରେଟ ଦାଦୟିତ୍ଵରେ ଥିବା ଅଧିକାରୀ ଗୁରେଶ୍ବର ଭୋଇ ପ୍ରକାଶ କରିଛନ୍ତି । ଏହି କାର୍ଯ୍ୟର ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ସୁଧୀର କୁମାର ବେହେରାଙ୍କ ସମେତ ଅନ୍ୟାନ୍ୟ କର୍ମଚାରୀମାନେ ସାମିଲ ହୋଇଥିଲେ ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories