www.samajalive.in
Saturday, December 13, 2025
21.1 C
Bhubaneswar

ରାହୁଲ ଗାନ୍ଧିଙ୍କ ବିରୋଧରେ ମାନହାନି ମାମଲାର ଶୁଣାଣି ମେ’ ୨ ପର୍ଯ୍ୟନ୍ତ ସ୍ଥଗିତ

ଡେସ୍କ: ମହାରାଷ୍ଟ୍ରର ଥାନେ ଜିଲ୍ଲାର ଭିୱାଣ୍ଡିସ୍ଥିତ ଏକ ମାଜିଷ୍ଟ୍ରେଟ୍ କୋର୍ଟ ରାହୁଲ ଗାନ୍ଧିଙ୍କ ବିରୋଧରେ ହୋଇଥିବା ମାନହାନି ମାମଲାର ଶୁଣାଣିକୁ ମେ’ ୨ ତାରିଖ ପର୍ଯ୍ୟନ୍ତ ସ୍ଥଗିତ ରଖିଛନ୍ତି। ଗାନ୍ଧୀଙ୍କ ଓକିଲ ନାରାୟଣ ଆୟର କହିଛନ୍ତି ଯେ ଏହି ପ୍ରସଙ୍ଗରେ ବମ୍ବେ ହାଇକୋର୍ଟରେ ୱାୟନାଡ ସାଂସଦଙ୍କ ଦ୍ୱାରା ଦାଖଲ କରାଯାଇଥିବା ଏକ ରିଟ୍ ପିଟିସନ ଏବେ ବି ବିଚାରାଧୀନ ଥିବା ଆଧାରରେ ମୁଲତବୀ ପାଇଁ ଆବେଦନ ଦାଖଲ କରାଯାଇଛି।

ଅକ୍ଟୋବରରେ ନାସାର ୟୁରୋପା କ୍ଲିପର ମିଶନ

- Advertisement -

୨୦୧୪ ମାର୍ଚ୍ଚ ୬ରେ ଭିୱାଣ୍ଡି ନିକଟରେ ଏକ ନିର୍ବାଚନୀ ରାଲିରେ ଆରଏସଏସ ଲୋକମାନେ ମହାତ୍ମା ଗାନ୍ଧୀଙ୍କୁ ହତ୍ୟା କରିଛନ୍ତି ବୋଲି କଂଗ୍ରେସ ନେତା ଦେଇଥିବା ବୟାନକୁ ନେଇ ସ୍ଥାନୀୟ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସଏସ) ସଦସ୍ୟ ରାଜେଶ କୁଣ୍ଟେ ଏହି ଅପରାଧିକ ମାନହାନି ମାମଲା ଦାୟର କରିଛନ୍ତି। କୁଣ୍ଟେଙ୍କ ପକ୍ଷରୁ ଆଇନଜୀବୀ ପ୍ରବୋଧ ପି ଜୟବନ୍ତ ଗାନ୍ଧୀଙ୍କ ଆବେଦନକୁ ବିରୋଧ କରିଥିଲେ। ଅତୀତରେ ମୁଲତବୀ ଆବେଦନ କରିଥିବା ଅଭିଯୋଗକାରୀଙ୍କ ଉପରେ ଅଦାଲତ ଜରିମାନା ଲଗାଇଥିଲେ ଏବଂ ଅଭିଯୁକ୍ତ କଂଗ୍ରେସ ସାଂସଦଙ୍କ କ୍ଷେତ୍ରରେ ମଧ୍ୟ ସମାନ ନିୟମ ଲାଗୁ ହେବା ଉଚିତ ବୋଲି ସେ କହିଛନ୍ତି।

କେଜ୍ରିଓ୍ଵାଲଙ୍କୁ ଗିରଫ କରିପାରିବନି ଇଡି, ଜାମିନ ପ୍ରଦାନ କଲେ କୋର୍ଟ

ଉଭୟ ପକ୍ଷକୁ ଶୁଣିବା ପରେ ଜୁଡିସିଆଲ ମାଜିଷ୍ଟ୍ରେଟ (ପ୍ରଥମ ଶ୍ରେଣୀ) ଏଲ୍ ସି ୱାଡ଼ିକର ଶୁଣାଣିକୁ ମେ ୨ ତାରିଖ ପର୍ଯ୍ୟନ୍ତ ସ୍ଥଗିତ ରଖିଛନ୍ତି। ତେବେ ରାହୁଲ ଗାନ୍ଧୀ ଶନିବାର ତାଙ୍କ ଭାରତ ଯୋଡୋ ନ୍ୟାୟ ଯାତ୍ରା ସମୟରେ ଥାନେ ସହରରେ ଲୋକଙ୍କୁ ସମ୍ବୋଧିତ କରିଥିଲେ।

କୋଲକାତାରେ ସିବିଆଇ, ସନ୍ଦେଶଖାଲି ଘଟଣାରେ କରିବ ପଚରାଉଚୁରା

Hot this week

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଯବାନଙ୍କ ଶେଷକୃତ ସମ୍ପନ୍ନ

ଗୋପାଳପୁର -   ଗୋପାଳପୁର ଥାନା ଅନ୍ତର୍ଗତ ପୁରୁଣା ବକ୍ସିପଲ୍ଲୀ ଗ୍ରାମରେ  ସେନାର...

ପରିଶ୍ରା କରିଦେବାରୁ ପ୍ରଥମ ଶ୍ରେଣୀ ଛାତ୍ରକୁ ବାଡିରେ ମାଡ ମାରି ଆହତ କଲେ ଚତୁର୍ଥ ଶ୍ରେଣୀ ଛାତ୍ର

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ସଲାଗୁଡା ପଞ୍ଚାୟତ ସଲାଗୁଡା...

ଭାରସ୍ୟାମ ହରାଇ ବାଇକ ଦୁର୍ଘଟଣା ଜଣେ ମୃତ

ପାଟଣା - ଘଟଗାଁ ଥାନା ଅଞ୍ଚଳ ୨୦ ନଂ ଜାତୀୟ ରାଜପଥର...

ସ୍ତ୍ରୀର ପରକୀୟା ପ୍ରୀତି ଧରାପଡିବାରୁ ସ୍ୱାମୀକୁ ହତ୍ୟା କଲା

ନୟାଗଡ଼ - ନୟାଗଡ ଖଣ୍ତପଡା ପୁଆଣିଆ ଗାଁରେ ସ୍ଵାମୀକୁ ସ୍ତ୍ରୀ ହତ୍ୟା...

ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ

ସମାଜ ନ୍ୟୁଜ ଡେସ୍କ- ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ...

Related Articles

Popular Categories