ଜି ଉଦୟଗିରି: ଜି ଉଦୟଗିରିକୁ ଉପଖଣ୍ଡ ମାନ୍ୟତା ପ୍ରତିବାଦରେ ଦିଆଯାଇଥିବା ୨୪ଘଣ୍ଟିଆ ବନ୍ଦ ପାଳନ ଆଂଶିକ ସଫଳ ହୋଇଛି। ଜି ଉଦୟଗିରିରେ ସରକାରୀ ବସ୍ ଯାତାୟତ ହୋଇଥିବା ବେଳେ ପରୀକ୍ଷା ଚାଲିଥିବା, ନିର୍ବାଚନ ତାଲିମ୍, ଜରୁରୀ ସେବା ସହ କିଛି ମାଲବାହୀ ଗାଡି ଯାତାୟତ କରିଥିଲା ସେହିପରି କଳିଙ୍ଗା ଠାରେ ବାଉଁଶ ପକାଇ ରାସ୍ତା ଅବରୋଧ କରାଯାଇଥିଲେ ସୁଦ୍ଧା ପୁଲିସ୍ ଏହାକୁ ହଟାଇଦେଇଥିଲା। ଏହାପରେ ମିଳିତ ନାଗରିକ କ୍ରିୟାନୁଷ୍ଠାନ ପକ୍ଷରୁ କଳିଙ୍ଗା ସରପଞ୍ଚ ବକ୍ସି ମଲିକ, ଅମାନ ନାୟକ, ସଦାନନ୍ଦ ନାୟକ, ଫିରୋଜ ଦିଗାଲ, ଗଗନ ପ୍ରଧାନ ଓ ବଣିକ ସଂଘ ସହଯୋଗରେ ଏକ ଶୋଭାଯାତ୍ରାରେ ସହର ପରିକ୍ରମା କରାଯାଇଥିଲା। ସ୍ଥାନୀୟ ତହସିଲ କାର୍ଯ୍ୟଳୟରେ ଅଧିକାରୀମାନଙ୍କ ସହ ଆଲୋଚନା ସହ ସ୍ମାରକ ପତ୍ର ପ୍ରଦାନ କରିଥିଲେ।
Popular Categories



