www.samajalive.in
Saturday, December 13, 2025
26.1 C
Bhubaneswar

କଂଗ୍ରେସ ଓ ବିଜେପି ଦଳରୁ ୫୪ ଜଣ ବିଜେଡ଼ିରେ ସାମିଲ

ଲାଞ୍ଜିଗଡ: ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ନେତା ଓ କର୍ମୀଙ୍କ ଦଳ ଅଦଳବଦଳ ଦେଖିବାକୁ ମିଳୁଛି।ଏହିପରି ଶନିବାର କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ନିର୍ବାଚନ ମଣ୍ଡଳୀ ଲାଞ୍ଜିଗଡ଼ ବ୍ଲକ କାନକୁଟୁରୁ ପଞ୍ଚାୟତ ସ୍ଥିତ ଧବଳେଶ୍ବର ପୀଠ ଶିବ ମନ୍ଦିର ପ୍ରାଙ୍ଗଣରେ ବିଜେଡ଼ିର ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା।ଲାଞ୍ଜିଗଡ଼ ବିଜେଡ଼ି ସଭାପତି ହିମାଦ୍ରୀ ପେଶନିଆଙ୍କ ନେତୃତ୍ବରେ ଆଜି କାନକୁଟୁରୁ ପଞ୍ଚାୟତଠାରେ ଆୟୋଜିତ ଏହି ମିଶ୍ରଣ ପର୍ବରେ ମଟକେରା, ଦିଆଲବାହିଲି,ବନ୍ଦ ଟିକିରି, କନ୍ଧବୋରି,କାନକୁଟୁରୁ,କୁମାର ପଡା, ବଚକା ଓ ଖମନପଡାର ୫୪ ଜଣ କଂଗ୍ରେସ ଓ ବିଜେପି ଦଳ ଛାଡି ବିଜେଡିରେ ସାମିଲ ହୋଇଥିଲେ।
ଏହି କର୍ମୀମାନଙ୍କୁ ବିଧିବଦ୍ଧ ଭାବେ ଉପଢୌକନ ଓ ପୁଷ୍ପଗୁଛ ଦେଇ ଦଳ ପକ୍ଷରୁ ସ୍ୱାଗତ କରାଯାଇଥିଲା।ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ  ଲୋକାଭିମୁଖୀ କାର୍ଯ୍ୟକଳାପ ଓ ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ କୁମାର ଦିଶାରୀଙ୍କ ନିତୀ ଆଦର୍ଶରେ ଅନୁପ୍ରାଣିତ ହୋଇ ଏହି କର୍ମୀମାନେ ବିଜେଡ଼ିରେ ସାମିଲ ହୋଇଥିବା ପ୍ରକାଶ କରିଛନ୍ତି।ଗତ ୧୨ ତାରିଖରେ କାନକୁଟୁରୁ ପଞ୍ଚାୟତ ସରପଞ୍ଚ ବନମାଳୀ ମାଝୀଙ୍କ ସମେତ ୧୧ ଜଣ ବିଜେଡି ଦଳରେ ସାମିଲ ହୋଇଥିଲେ।ଏହି ପରିପ୍ରେକ୍ଷୀରେ ଆଜିର ମିଶ୍ରଣ ପର୍ବରେ ବିଜେଡ଼ି ଦଳ ପକ୍ଷରୁ ସରପଞ୍ଚ ବନମାଳୀ ମାଝୀଙ୍କୁ ଲାଞ୍ଜିଗଡ଼ ବ୍ଳକ ବିଜେଡ଼ି ଯୁବ କାର୍ଯ୍ୟକାରିଣୀ ସଭାପତି ଭାବେ ଘୋଷଣା କରିଥିଲେ।
ଆଜିର ଏହି କାର୍ଯ୍ୟକ୍ରମରେ ଲାଞ୍ଜିଗଡ଼ ବିଧାୟକ ପ୍ରତିନିଧି ପ୍ରଦୀପ ଘଡେ଼ଇ, ଜିଲ୍ଲା ବିଜେଡି ସମ୍ପାଦକ ପାତ୍ର ମାଝୀ, ଲାଞ୍ଜିଗଡ଼ ବିଜେଡ଼ି ଜୋନ୍ ସଭାପତି ଚନ୍ଦ୍ର ଶେଖର ମହାପାତ୍ର, ବରିଷ୍ଠ ବିଜେଡ଼ି କର୍ମୀ ତଥା କାନକୁଟୁରୁ ସମିତି ସଭ୍ୟ ମନହର ହରପାଲ, ଲାଞ୍ଜିଗଡ଼ ପଞ୍ଚାୟତ ବିଜେଡ଼ି ସଭାପତି ଜୟନ୍ତ ମହାଖୁଡ,ବିଶ୍ୱନାଥପୁର ସମିତି ସଭ୍ୟ ଅଜିତ ପ୍ରଧାନୀ,କାନକୁଟୁରୁ ପଞ୍ଚାୟତ ବିଜେଡ଼ି ସଭାପତି ଗୌର ବିଭାର, ବିଜେଡ଼ି କର୍ମୀ ଗଙ୍ଗାଧର ସାହୁ,ମୁରଲୀଧର ସାହୁ,ବନମାଳୀ ମାଝୀ, ଟିକେରାମ ମାଝୀ, ତପମଣି ବିଭାର, ମକରନ୍ଦ ନାଗ,ପରୀକ୍ଷିତ ପ୍ରଧାନୀ, ମକରନ୍ଦ ସାହୁ, ରତ୍ନା ମାଝୀ, ଗୋବିନ୍ଦ ମାଝୀ ପର୍ଶୁଦେଵ ହରିଜନ ପ୍ରମୁଖ ଉପସ୍ଥିତ ଥିଲେ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories