www.samajalive.in
Friday, December 12, 2025
27.1 C
Bhubaneswar

ପଦ୍ମ ଧରିଲେ ଅନୁରାଧା ପୌଡୱାଲ୍‌

ନୂଆଦିଲ୍ଲୀ: ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ଶନିବାର ପ୍ରଖ୍ୟାତ କଣ୍ଠଶିଳ୍ପୀ ଅନୁରାଧା ପୌଡୱାଲ୍‌ ବିଜେପିରେ ସାମିଲ ହୋଇଛନ୍ତି। ସେ ନୂଆଦିଲ୍ଲୀସ୍ଥିତ ବିଜେପି କାର୍ଯ୍ୟାଳୟରେ ବରିଷ୍ଠ ନେତାଙ୍କ ଉପସ୍ଥିିତିରେ ଦଳର ସଦସ୍ୟତା ଗ୍ରହଣ କରିଛନ୍ତି। ୮୦ ଓ ୯୦ ଦଶକରେ ଅନେକ ହିଟ୍ ଗୀତ ଏବଂ ଭକ୍ତି ସଙ୍ଗୀତ ପାଇଁ ପ୍ରସିଦ୍ଧି ଲାଭ କରିଥିବା ଏହି ବରିଷ୍ଠ ଗାୟିକା ବିଜେପିରେ ଯୋଗ ଦେଇ ଖୁସି ବ୍ୟକ୍ତ କରିଛନ୍ତି ଏବଂ ଏହାର କାରଣ ମଧ୍ୟ କହିଛନ୍ତି। ଅନୁରାଧା ପୌଡୱାଲ୍‌ କହିଛନ୍ତି ଯେ, ସନାତନ ଧର୍ମ ସହିତ ଗଭୀର ସମ୍ପର୍କ ଥିବା ସରକାରରେ ସାମିଲ ହୋଇ ସେ ବହୁତ ଖୁସି ଅନୁଭବ କରୁଛନ୍ତି।


ଗଣମାଧ୍ୟମ ସହ କଥାବାର୍ତ୍ତା ବେଳେ ଅନୁରାଧା ପୌଡୱାଲ୍‌ କହିଛନ୍ତି ଯେ, ‘‘ମୋତେ ଖୁସି ଲାଗୁଛି ଯେ ମୁଁ ସେହି ସରକାରରେ ସାମିଲ ହେଉଛି, ଯାହାଙ୍କର ସନାତନ ଧର୍ମ ସହ ଗଭୀର ସମ୍ପର୍କ ରହିଛି। ଏହା ମୋର ସୌଭାଗ୍ୟ ଯେ ମୁଁ ଆଜି ବିଜେପିରେ ଯୋଗ ଦେଉଛି।’’ ଆଗାମୀ ନିର୍ବାଚନରେ ସେ ପ୍ରତିଦ୍ୱନ୍ଦ୍ୱିତା କରିବେ କି ବୋଲି ପ୍ରଶ୍ନ କରିବାରୁ ସେ କହିଛନ୍ତି, ‘‘ମୁଁ ଏପର୍ଯ୍ୟନ୍ତ କିଛି ଜାଣିନାହିଁ, ଦଳ ମୋତେ ଯାହା ପରାମର୍ଶ ଦେବ ଏହା ତା’ ଉପରେ ନିର୍ଭର କରୁଛି।’’

Hot this week

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ୪ଜଣଙ୍କୁ ବହିଷ୍କାର କଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳବସ୍ଥା ଘଟଣାରେ ଡିଜିସିଏ...

ଭିଜିଲାନ୍ସ ନାଁରେ ଓଏଏସ୍‌ ଙ୍କୁ ଠକେଇ, ଦୁଇ ଗିରଫ

ରାଉରକେଲା : ନିଜକୁ ଭିଜିଲାନ୍ସ ଅଧିକାରୀ କହି ଠକେଇ ଅଭିଯୋଗରେ ଦୁଇ...

ବାର୍ବି କ୍ୟୁ ନେସନ୍‌ରେ ନିମ୍ନମାନର ଖାଦ୍ୟ, ଲାଗିଲା ଜରିମାନା…

ନୂଆଦିଲ୍ଲୀ : ଯଦି ଆପଣ ଖାଦ୍ୟ ପ୍ରିୟ ଏବଂ ଭାବୁଛନ୍ତି ଯେ...

ଝାଡ଼ଖଣ୍ଡରେ ଆତଙ୍କବାଦୀ ସନ୍ଦିଗ୍ଧଙ୍କ ଘରେ ଏନଆଇଏ ରେଡ

ସମାଜ ଲାଇଭ ଡେସ୍କ : ଝାଡ଼ଖଣ୍ଡ ହଜାରିବାଗ ଅଞ୍ଚଳରେ ଆଇଏସଆଇଏସ ଆତଙ୍କି...

ମଣ୍ଡି ଅଚଳାବସ୍ଥା : ତାତିଲେ ଚାଷୀ

ନୂଆପଡ଼ା: ନୂଆପଡା ଜିଲ୍ଲାରେ ଖରିଫ୍‌ ମଣ୍ଡିରେ ଅଚଳାବସ୍ଥା ଲାଗିରହିଛି। ଜିଲ୍ଲାରେ ଗତ...

Related Articles

Popular Categories