www.samajalive.in
Saturday, December 13, 2025
26.1 C
Bhubaneswar

ଅଖିଳ ଭାରତ କୃଷକ ସଭା ,ଚାଷୀଙ୍କ ଏକତା ନିମନ୍ତେ ବୈଠକ

କଲ୍ୟାଣସିଂହପୁର : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଳକ ଧାମୁଣିପଙ୍ଗା ପଞ୍ଚାୟତର ସଦର ଆମ୍ବତୋଟାରେ ଅଖିଳ ଭାରତ କୃଷକ ସଭା ଚାଷୀଙ୍କ ଏକତା ନିମନ୍ତେ ବୈଠକ ଅନୁଷ୍ଠିତ ହୋଇଛି। ଏଥିରେ ଅଖିଳ ଭାରତ କୃଷକ ସଭାର ଜିଲା ଉପସଭାପତି ମାନୁ ଶିକକାଙ୍କ ନେତୃତ୍ୱରେ ବ୍ଲକ ସଭାପତି ବସନ୍ତ କୁନାକା, ଉପସଭାପତି କୁନାକା ବଗି ,ସମ୍ପାଦକ ରାମୁଲୁ ଦିଶାରୀ ସମେତ ବହୁ ସଂଖ୍ୟକ ଲୋକ ଉପସ୍ଥିତ ରହିଥିଲେ। ସେଥିରେ ମୁଖ୍ୟ ଜୀବିକା ସାର ଓ ବିହନ ରିହାତି ଦରରେ ପାଇବା ,କୃଷିଋଣ ଛାଡକରିବା , ପ୍ରତି ପଞ୍ଚାୟତରେ କୃଷକ ବଜାର , ପ୍ରତି ବ୍ଳକରେ ଶୀତଳ ଭଣ୍ଡାର ନିର୍ମାଣ, ଜମି ଚିହ୍ନଟ କରି ଜଳ ଯୋଗାଇ ଦେବା ,କୃଷକ ଫସଲ ରିହାତି ଦର କିଣିବା ଇତ୍ୟାଦି ବିଷୟରେ ଆଲୋଚନା କରିଥିଲେ। ଏଥିରେ ପ୍ରାୟ ୫୦ଜଣ ଲୋକ ଉପସ୍ଥିତ ରହିଥିଲେ ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories