www.samajalive.in
Monday, December 8, 2025
13.1 C
Bhubaneswar

ହୋଲିରେ ଏଥର ଆପଣାନ୍ତୁ ଏହି ସରଳ ଉପାୟ ; ଦେଖନ୍ତୁ ଚମତ୍କାର

ଆସୁଛି ହୋଲି। ଏହିଦିନ କିଛି ସରଳ ଉପାୟ ଆପଣାଇବା ଦ୍ୱାରା ଜୀବନ ସୁଖମୟ ହୋଇଥାଏ। ବାସ୍ତୁ ଶାସ୍ତ୍ର ଅନୁଯାୟୀ, ହୋଲି ଦିନ ପୁରୁଣା ପତାକାକୁ କାଢି ନୂତନ ପତାକା ଲଗାଇବା ଶୁଭଙ୍କର। ଏଥିରେ ପବନପୁତ୍ର ହନୁମାନ ବିରାଜମାନ କରିଥାଆନ୍ତି ବୋଲି ମାନ୍ୟତା ରହିଛି। ତେଣୁ ଏହି ଦିନ ପୁରୁଣା ଧ୍ୱଜା କାଢି କିମ୍ବା ନୂତନ ଧ୍ୱଜା ଲଗାଇବା ଦ୍ୱାରା ଘରେ ସୁଖସମୃଦ୍ଧି ପ୍ରବେଶ କରିଥାଏ।

ଘରେ ସୁଖସମୃଦ୍ଧି ପ୍ରବେଶ କରିବାର ମାର୍ଗ ହେଉଛି ମୁଖ୍ୟ ଦ୍ୱାର। ବାସ୍ତୁ ଶାସ୍ତ୍ର ଅନୁଯାୟୀ, ଘରର ମୁଖ୍ୟ ଦ୍ୱାରରେ ଭଗବାନ ସୂର୍ଯ୍ୟଦେବତାଙ୍କ ପ୍ରତିମା କିମ୍ବା ଫଟୋ ଲଗାଇବା ଉଚିତ୍‌‌। ଏହାଦ୍ୱାରା ଘରୁ ନକରାତ୍ମକ ଶକ୍ତି ଦୂର ହୋଇ ସକରାତ୍ମକ ଶକ୍ତି ବୃଦ୍ଧି ହୋଇଥାଏ। ପରିବାର ସଦସ୍ୟ ରୋଗ ଠାରୁ ଦୂରେଇ ରୁହନ୍ତି।

- Advertisement -

ହୋଲିରେ ନିଜ ଶୟନ କକ୍ଷରେ ରାଧାକୃଷ୍ଣଙ୍କ ଫଟୋ ନିଶ୍ଚୟ ଲଗାନ୍ତୁ। ଏହାଦ୍ୱାରା ଦାମ୍ପତ୍ୟ ଜୀବନ ସୁଖମୟ ହୋଇଥାଏ। ପରସ୍ପର ମଧ୍ୟରେ ଭଲ ପାଇବା ବୃଦ୍ଧି ହୋଇଥାଏ। ବାସ୍ତୁ ଅନୁଯାୟୀ ହୋଲି ପର୍ବରେ ରାଧାକୃଷ୍ଣଙ୍କ ଫଟୋ ନିଶ୍ଚୟ ଲଗାନ୍ତୁ। ଏହାଦ୍ୱାରା ପରସ୍ପର ମଧ୍ୟରେ କଳହ ମଧ୍ୟ ଦୂର ହୋଇଥାଏ।

ବାସ୍ତୁ ଅନୁଯାୟୀ, ଗ୍ରହ ଦୋଷ ଦୂର କରିବା ପାଇଁ ସୁଖସୟ ଦାମ୍ପତ୍ୟ ଜୀବନ ପାଇଁ ହୋଲି ଦିନ ଘରେ ମନିପ୍ଲାଣ୍ଟ ଓ ତୁଳସୀ ବୃକ୍ଷ ଲଗାଇବା ଶୁଭଙ୍କର। ଏହାଦ୍ୱାରା ଘରେ ସୁଖସମୃଦ୍ଧି ପ୍ରବେଶ କରିଥାଏ। ତୁଳସୀ ବୃକ୍ଷ ଲଗାଇବା ଦ୍ୱାରା ଘରେ ଶାନ୍ତିର ବାତାବରଣ ରହିଥାଏ। କଳହ ଦୂର ହୋଇଥାଏ। ଗ୍ରହ ଦୋଷ ମଧ୍ୟ ଦୂର ହୋଇଥାଏ।

ପତିପତ୍ନୀଙ୍କ ମଧ୍ୟରେ କଳହ ଲାଗି ରହୁଥିଲେ, ହୋଲିକା ଦହନ ଦିନ ୫ଟି ଲବଙ୍ଗକୁ ମୁଣ୍ଡ ଉପରେ ବୁଲାଇ ହୋଲିକା ଦହନ ହେଉଥିବା ସ୍ଥାନରେ ଏହାକୁ ପକାଇ ଦିଅନ୍ତୁ। ଏହାଦ୍ୱାରା ଦାମ୍ପତ୍ୟ ଜୀବନ ସୁଖମୟ ହୋଇଥାଏ। କଳହ ଦୂର ହୋଇଥାଏ।

ହୋଲି ଦିନ ଅସହାୟ ଲୋକଙ୍କୁ ଭୋଜନ କରାନ୍ତୁ। ଭୋଜନ ପରେ ମିଠା ନିଶ୍ଚୟ ଖାଇବାକୁ ଦିଅନ୍ତୁ। ଏହାଦ୍ୱାରା ପ୍ରଭୁ ଶ୍ରୀକୃଷ୍ଣଙ୍କ ଆଶୀର୍ବାଦ ପ୍ରାପ୍ତ ହୋଇଥାଏ। ଘରେ ସୁଖସମୃଦ୍ଧି ପ୍ରବେଶ କରିବା ସହ ପତିପତ୍ନୀଙ୍କ ମଧ୍ୟରେ ସ୍ନେହଶ୍ରଦ୍ଧା ବୃଦ୍ଧି ହୋଇଥାଏ।

Hot this week

ସୋମବାର ରାଶିଫଳ: ଆଜି ଏହି ରାଶିରେ ଋଣ ପରିଶୋଧ ହେବ

ମେଷ: ମନ ପ୍ରଫୁଲ୍ଲ ରହିବ। ଦେବଦର୍ଶନରେ ସମସ୍ତ କଳ୍ମଷ ଦୂର ହେବ।...

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

Related Articles

Popular Categories