www.samajalive.in
Monday, December 8, 2025
17.1 C
Bhubaneswar

ନିର୍ବାଚନ କାର୍ଯ୍ୟରୁ ନିବୃତ୍ତ କରିବା ପାଇଁ ଦିବ୍ୟାଙ୍ଗଙ୍କ ଅଭିଯୋଗ

କଲ୍ୟାଣସିଂହପୁର : ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସୁନାଖଣ୍ଡି ପଞ୍ଚାୟତରେ ଥିବା ଜଗନ୍ନାଥପୁର ସରକାରୀ ଉଚ୍ଚ ବିଦ୍ୟାଳୟର ଦିବ୍ୟାଙ୍ଗ ନିର୍ବାଚନ କାର୍ଯ୍ୟରୁ ନିବୃତ୍ତ କରିବା ପାଇଁ ଲିଖିତ ଅଭିଯୋଗ କରିଥିବା ଦେଖିବାକୁ ମିଳିଛି। ଚଳିତ ନିର୍ବାଚନ ନିମନ୍ତେ ପ୍ରିଜାଇଡିଂ, ପୋଲିଂ ଅଧିକାରୀଙ୍କୁ ତାଲିମ ଦିଆଯାଉଥିବା ବେଳେ ସେଥିରେ ଜଣେ ଦିବ୍ୟାଙ୍ଗ ଅବିନ କର୍ଷିକା ଶିକ୍ଷକଙ୍କୁ ମଧ୍ୟ ତାଲିମ ନେବାପାଇଁ ନିର୍ଦ୍ଦେଶ ରହିଛି । ତାଙ୍କୁ ତୃତୀୟ ପୋଲିଙ୍ଗ ଅଧିକାରୀ ଭାବରେ ପଡିଛି ।ସେ ଜଣେ ଦିବ୍ୟାଙ୍ଗ ହୋଇଥିବା ଯୋଗୁଁ ନିର୍ବାଚନ କାର୍ଯ୍ୟ କରିବାକୁ ଅକ୍ଷମ ଅଟନ୍ତି । ଏହାକୁ ନେଇ ଦିବ୍ୟାଙ୍ଗ ଶିକ୍ଷକ ନିର୍ବାଚନ ଅଧିକାରୀ ତଥା ବିଡ଼ିଓ ମନୀଷା ଦାସ ଙ୍କୁ ଲିଖିତ ପତ୍ର ଦାଖଲ କରିଥିଲେ। କିନ୍ତୁ ବିଡ଼ିଓ ଗୋଷ୍ଠି ଶିକ୍ଷାଅଧିକାରୀଙ୍କ ଜରିଆରେ ଜିଲାପାଳଙ୍କୁ ଦେବାପାଇଁ କହିଛନ୍ତି। ଉକ୍ତ ଦିବ୍ୟାଙ୍ଗଙ୍କୁ ଚାକିରୀ କ୍ଷେତ୍ରରେ ୧୦ବର୍ଷ ମଧ୍ୟରେ ତାଙ୍କୁ ପ୍ରଥମ ଥର ପାଇଁ ନିର୍ବାଚନରେ ପୋଲିଙ୍ଗ ଅଧିକାରୀ ଭାବରେ ପକା ଯାଇଥିବା କହିଛନ୍ତି। ପ୍ରଶାସନର ଅବହେଳା ଯୋଗୁଁ ଉକ୍ତ ଦିବ୍ୟାଙ୍ଗକୁ ନିର୍ବାଚନରେ ପୋଲିଙ୍ଗ ଅଧିକାରୀ ନିୟୋଜିତ କରାଯାଇ ତାଲିମ ପ୍ରଦାନ କରାଯାଉଛି। ବର୍ତ୍ତମାନ କଲ୍ୟାଣସିଂହପୁର ଠାରେ ତିନିଦିନ ଧରି ପୋଲିଙ୍ଗ ଅଧିକାରୀ ଓ ପ୍ରିଜାଇଡିଂ ଅଧିକାରୀ ମାନଙ୍କୁ ତାଲିମ କାର୍ଯ୍ୟକ୍ରମ ଚାଲିଛି । ତାହା ଆଜି ତୃତୀୟ ବା ଶେଷ ଦିନରେ ଏହି ପରି ଘଟଣା ଦେଖିବାକୁ ମିଳିଛି ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories