www.samajalive.in
Saturday, December 13, 2025
26.1 C
Bhubaneswar

କ୍ଷୀର ପିଇବା ଶରୀର ପାଇଁ କେତେ ଲାଭଦାୟକ

ଆମେ ପ୍ରାୟତଃ ସବୁବେଳେ ଶୁଣିଥାଉ ଯେ କ୍ଷୀର ପିଇବା ସ୍ୱାସ୍ଥ୍ୟପ୍ରତି ଲାଭଦାୟକ ହୋଇଥାଏ। ଅଧିକାଂଶ ଲୋକଙ୍କର ରାତିରେ ଶୋଇବା ପୂର୍ବରୁ ଗୋଟିଏ ଗ୍ଲାସ୍‌‌ କ୍ଷୀର ପିଇବାର ଅଭ୍ୟାସ ରହିଛି। ଏହାଦ୍ୱାରା ସେମାନଙ୍କୁ ସଠିକ୍‌‌ ଭାବରେ ନିଦ୍ରା ହୋଇଥାଏ ବୋଲି କୁହାଯାଏ। ଦୁନିଆର ସବୁଠାରୁ ଅଧିକ କ୍ଷୀର ଉତ୍ପାଦନ ହେଉଥିବା ଦେଶ ମଧ୍ୟରେ ଭାରତ ଅନ୍ୟତମ। ସରକାରୀ ତଥ୍ୟ ଅନୁସାରେ ୨୦୨୨-୨୩ ବର୍ଷରେ ୨୩କୋଟି ଟନ୍‌‌ ରୁ ଅଧିକ କ୍ଷୀର ଉତ୍ପାଦନ ହୋଇଥିଲା। ତେବେ ପ୍ରତ୍ୟେକ ଦିନ କ୍ଷୀର ପିଇବା ଉଚିତ କି, କ୍ଷୀରରୁ କେଉଁ ପ୍ରକାର ପୋଷତ ତତ୍ୱ ମିଳିଥାଏ, ପ୍ରତିଦିନ କ୍ଷୀର ପିଇବା ଶରୀରର ପାଇଁ କେତେ ଲାଭଦାୟକ ଓ କେଉଁମାନେ କ୍ଷୀର ପିଇବା ଉଚିତ ନୁହେଁ ଚାଲନ୍ତୁ ଜାଣିବା।
ବିଶେଷଜ୍ଞ ମତରେ ଯେଉଁ ଲୋକମାନେ କେବଳ ଶାକାହାରୀ ଖାଦ୍ୟ ଖାଇଥାନ୍ତି, ସେମାନେ ପ୍ରତିଦିନ କ୍ଷୀର ପିଇବା ଉଚିତ। କ୍ଷୀର ସମସ୍ତଙ୍କ ପାଇଁ ଉପଯୋଗୀ ନୁହେଁ। କାରଣ ଏଥିରେ ସର୍କରା ରହିଥାଏ। ଯାହାକୁ ଲାକ୍ଟୋସ କୁହାଯାଏ। ଏହା ଶରୀରକୁ ଯିବା ଫଳରେ କିଛି ରୋଗ ସୃଷ୍ଟି ହେବାର ଆଶଙ୍କା ରହିଛି। ଆମ ଦେଶରେ ସବୁଠାରୁ ଗାଈ କ୍ଷୀର ଅଧିକ ବ୍ୟବହାର ହୋଇଥାଏ। ଏହା ପରେ ମଇଁଷି କ୍ଷୀର। କ୍ୟାଲୋରୀ ହିସାବରେ ଦେଖିଲେ ୧୦୦ ଗ୍ରାମ ଗାଈ କ୍ଷୀରରେ ୬୮ ପ୍ରତିଶତ କ୍ୟାଲୋରୀ ରହିଥିବା ବେଳେ ୧୦୦ ଗ୍ରାମ ମଇଁଷି କ୍ଷୀରରେ ୧୧୭ କ୍ୟାଲୋରୀ ରହିଥାଏ। ଏଥିପାଇଁ ଲୋକମାନେ ଗାଈ କ୍ଷୀର ପିଇବାକୁ ପସନ୍ଦ କରିଥାନ୍ତି।

ବିଶେଷଜ୍ଞଙ୍କ ମତରେ କ୍ଷୀରର ସମ୍ପର୍କ ପାଚନ ପ୍ରକ୍ରିୟା ସହିତ ରହିଥାଏ। କେହି କେହି ଲୋକ ଦିନରେ ଗୋଟେ ଲିଟର କ୍ଷୀର ପିଇଥାନ୍ତି। ଆଉ କିଛି ଲୋକ ଅଧା ଗ୍ଲାସ କ୍ଷୀର ପିଇବା ପରେ ସେମାନଙ୍କର ଗ୍ୟାସଷ୍ଟ୍ରିକ୍‌‌, ଡାଇରିଆ ଭଳି ସମସ୍ୟା ଦେଖାଯାଇଥାଏ। ଏହି ଲୋକମାନେ କ୍ଷୀର ବିଲକୁଲ ପିଇବା ଉଚିତ ନୁହେଁ। କ୍ଷୀରରେ ଅନେକ ପ୍ରକାର ପୋଷକ ତତ୍ୱ ଥିବାରୁ ଛୋଟ ପିଲାମାନେ ପ୍ରତିଦିନ କ୍ଷୀର ପିଇବା ଜରୁରୀ। ହେଲେ ଖାଲି କ୍ଷୀର ପିଇବା ଦ୍ୱାରା ପିଲାମାନଙ୍କର ଓଜନ ବୃଦ୍ଧି ହୋଇଥାଏ। ପିଲାଙ୍କୁ କ୍ଷୀରରେ କିଛି ପ୍ରୋଟିନ୍‌‌ ଜାତୀୟ ଖାଦ୍ୟ ମିଶ୍ରଣ କରି ଦେବା ଉଚିତ। ଏହାଦ୍ୱାରା ସେମାନେ କ୍ଷୀର ପିଇବାକୁ ପସନ୍ଦ କରିବେ ଏବଂ ସେମାନଙ୍କର ଓଜନ ବୃଦ୍ଧି ହେବ ନାହିଁ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories