www.samajalive.in
Sunday, December 14, 2025
19.1 C
Bhubaneswar

ଏହି ଦେଶରେ ମିଳିଲା ସବୁଠୁ ପୁରୁଣା ଲିପଷ୍ଟିକ୍, ଏବେ ମେକଅପ୍ ହୋଇଯାଇଛି ବ୍ୟାନ୍

ନୂଆଦିଲ୍ଲୀ : ସୌନ୍ଦର୍ଯ୍ୟକୁ ନେଇ ସମସ୍ତେ ସବୁବେଳେ ସଜାଗ ରୁହନ୍ତି । ଖାସ୍ କରି ମହିଳାମାନେ ଏଥିପ୍ରତି ଅଧିକ ଧ୍ୟାନ ଦିଅନ୍ତି । କିନ୍ତୁ କେବଳ ଆଜିକାଲି ନୁହେଁ, କାହିଁ କେବେଠୁ ମହିଳାମାନେ ନିଜ ସୌନ୍ଦର୍ଯ୍ୟକୁ ବୃଦ୍ଧି କରିବା ପାଇଁ ମେକଅପର ସାହାଯ୍ୟ ନେଉଥିଲେ । ଏଥିରେ ଅନେକ ଉତ୍ପାଦ ସାମିଲ ଥିଲା । ନିକଟରେ ଏହାର ଏକ ପ୍ରମାଣ ମିଳିଛି । ପ୍ରାଚୀନସ୍ଥଳୀର ଖନନ ସମୟରେ ଏମିତି ଅନେକ ଜିନିଷ ମିଳେ ଯାହା ସେ ସମୟର ଚଳଣି ଏବଂ ସଂସ୍କୃତି ସମ୍ପର୍କରେ ବଖାଣିଥାଏ । ଏବେ ଏମିତି କିଛି ଘଟଣା ଇରାନରେ ଦେଖିବାକୁ ମିଳିଛି । ଏଠାରେ ବିଶ୍ବର ସବୁଠାରୁ ପୁରୁଣା ଲିପଷ୍ଟିକ୍ ମିଳିଛି । ଖାସ୍ କଥା ହେଉଛି ଏବେ ଇରାନରେ ମେକଅପ୍ ଉପରେ କଟକଣା ଲାଗିସାରିଛି ।

ପ୍ରତ୍ନତତ୍ତ୍ବବିତମାନେ ଦକ୍ଷିଣ ଇରାନରେ ଏହି ପୁରୁଣା ଲିପଷ୍ଟିକର ସନ୍ଧାନ କରିଛନ୍ତି । ଏହା ପ୍ରାୟ ୧୯୩୬ ଖ୍ରୀଷ୍ଟପୂର୍ବରୁ ୧୬୮୭ ମଧ୍ୟରେ ହୋଇଥାଇପାରେ ବୋଲି ଅନୁମାନ କରାଯାଉଛି । ଏହାର ଲମ୍ବ ପ୍ରାୟ ୨ ଇଞ୍ଚ । ଏହା ଏକ ଚମକୁଥିବା ପଥର ଭଳି ନଜର ଆସୁଛି । ଏହା ମଧ୍ୟରେ କିଛି ସାମଗ୍ରୀ ରହିବା ଭଳି ସ୍ଥାନ ରହିଛି ଏବଂ ବାହାରକୁ ଆସିବା ପାଇଁ ଏକ ଛୋଟ ଛିଦ୍ର ରହିଛି । ଏହାକୁ କାଂସ୍ୟ ଯୁଗରେ ବ୍ୟବହାର କରାଯାଉଥିଲା । ପଦାର୍ଥ ସମ୍ପର୍କରେ ଗବେଷଣା କରୁଥିବା ୭ ଜଣ ବୈଜ୍ଞାନିକ କହିଛନ୍ତି କି ସେତେବେଳେ ଏହାକୁ ଲିପଷ୍ଟିକ୍ ବୋଲି ପରିଚୟ ମିଳିନଥାଇପାରେ କିନ୍ତୁ ମୁହଁର ସୌନ୍ଦର୍ଯ୍ୟ ବଢାଇବା ନିମନ୍ତେ ଓଠରେ ଏକ ପ୍ରକାର ରଙ୍ଗ ଲଗାଇବା ପାଇଁ ଏହାକୁ ବ୍ୟବହାର କରାଯାଉଥିଲା ବୋଲି ଆମେ କହିପାରିବା ।

- Advertisement -

 

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories