ଭୁବନେଶ୍ବର: ଓଡ଼ିଶା ଜନତା ପାର୍ଟି ତରଫରୁ ଆଜି ଭୁବନେଶ୍ବରର ବୁଲନ ଭାଇ ସେବା ସଦନ ଠାରେ ଗୁରୁବାର ଏକ ସାମ୍ବାଦିକ ସମ୍ମିଳନୀରେ ଆୟୋଜନ କରାଯାଇଥିଲା । ଓଡ଼ିଶା ଜନତା ପାର୍ଟି ରାଜ୍ୟସଭାପତି ତଥାଗତ ସ୍ବାଇଁଙ୍କ ଅଧ୍ୟକ୍ଷତାରେ ଏବଂ ରାଜ୍ୟର ଅନ୍ୟ ନେତୃବୃନ୍ଦମାନେ ଉପସ୍ଥିତ ଥିଲେ । ଆସନ୍ତା ୨୦୨୪ ସାଧାରଣ ନିର୍ବାଚନରେ ଦଳ କିପରି ସାରା ଓଡ଼ିଶାରେ ପ୍ରତିଟି ନିର୍ବାଚନ ମଣ୍ଡଳୀରେ ପାର୍ଥ ଦେବ । ସେ ବିଷୟରେ ଦଳର ସଭାପତି ଆଲୋକପାତ କରିଥିଲେ । ଦଳ ରାଜ୍ୟର ସବୁ ବିଧାନସଭା ଓ ସବୁ ଲୋକସଭା ସିଟ୍ରେ ପ୍ରାର୍ଥୀ ଦେବାପାଇଁ ଘୋଷଣା କରିଯାଇଅଛି । ରାଜ୍ୟରେ ବିଜେଡି ସରକାର ଯେଭଳି ଭାବରେ ଶାସନ ଭାର ତୁଳାଉଛି ସମସ୍ତଙ୍କୁ ଅଛପା ନାହିଁ । ଲୋକଙ୍କ ଟିକସ ଟଙ୍କାକୁ କିଭଳି ଭାବେ ବାଜେ ଯୋଜନା କରି ବରବାଦ କରାଯାଇ ପାରିବ ତାହା ଏହି ସରକାରଙ୍କ କାର୍ଯ୍ୟକଳାପକୁ ସାଧାରଣ ଜନତା ଦେଖୁସାରିଲେଣି। ବିଜେପିକୁ ବିରୋଧ ଦଳର ମାନ୍ୟତା ମଳିଥିଲା । କିନ୍ତୁ ତାହା ସଠିକ୍ ଭାବେ ତୁଲାଇ ପାରିଲା ନାହିଁ । ରାଜ୍ୟରେ ବିରୋଧ ଦଳ ନଥିଲେ ରାଜ୍ୟର ଅବସ୍ଥା କ’ଣ ହୁଏ ସାଧାରଣ ଜନତା ସବୁ ଜାଣିସାରିଲେଣି । ଓଡ଼ିଶାକୁ ବାହାର ଶକ୍ତି ମାନେ ଆସି କେମିତି ଲୁଟୁଛନ୍ତି ତାହା ମଧ୍ୟ ଲୋକମାନେ ଦେଖୁଛନ୍ତି । ଖଣିଜ ପଦାର୍ଥରେ ଭରପୁର ଓଡ଼ିଶା ଏବଂ ଏତେବଡ଼ ବିସ୍ତୀର୍ଣ୍ଣ ସମୁଦ୍ର କୂଳ ଥାଇ ମଧ୍ୟ ଓଡ଼ିଶା ଗରିବ ! ଏବେ ବି ମଧ୍ଯ ହଜାର ହଜାର ଦାଦନ ବାହାରେ କାମ କରୁଛନ୍ତି । ଖାଲି ଯୋଜନା ଘୋଷଣା କରିଦେଲେ ଯେ ସାଧାରଣ ଲୋକର ତେଲ ଲୁଣର ସଂସାର ପରିପୂର୍ଣ ହୋଇଯିବ ତାହା ଅସମ୍ଭବ । ଏମିତି ଅନେକ ସମସ୍ୟା ଅଛି ଯାହା ୩୦ ବର୍ଷ ତଳେ ଥିଲା ଏବେ ମଧ୍ୟ ଅଛି ।
ଏହି ସମ୍ମାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ସ୍କ୍ରିନିଂ କମିଟି ଅଧ୍ୟକ୍ଷ ତ୍ରିଭୁବନ ମୋହନ ମହାପାତ୍ର, ରାଜ୍ୟ ଉପସଭାପତି ରୁଦ୍ର ନାରାୟଣ ଜିବାବୁ, ରାଜ୍ୟ ସାଧାରଣ ସମ୍ପାଦକ ଜୟନ୍ତ ଚୌଧୁରୀ, କୋଷାଧକ ସତ୍ୟଜିତ୍ ମହାନ୍ତି, ରାଜ୍ୟ ସାଧାରଣ ସଂପାଦକ ପ୍ରଫୁଲ୍ଲ କୁମାର ନାଥ ଅନ୍ୟତମ ରାଜ୍ୟ ସଂପାଦକ ଅମଳେନ୍ଦୁ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।



