www.samajalive.in
Sunday, December 14, 2025
26.1 C
Bhubaneswar

‘ସ୍ବଦେଶ ଦର୍ଶନ’ ଯୋଜନାରେ ଲାଗିଥିବା ଲାଇଟ  ଭାଙ୍ଗିରୁଜି ନଷ୍ଟ, ପର୍ଯ୍ୟଟକ ନିରାଶ

ଗୋପାଳପୁର: କେନ୍ଦ୍ର ସରକାରଙ୍କ ସ୍ବଦେଶ ଦର୍ଶନ ଯୋଜନାରେ ଗତ ୨୦୧୬ ରେ ପ୍ରାୟ ୫ କୋଟି ଟଙ୍କା ବିନିଯୋଗ କରାଯାଇ ଗୋପାଳପୁର ବେଳାଭୂମିକୁ ସୌନ୍ଦର୍ୟ୍ୟକର କରାଯାଇଥିଲା। ଏହି ଯୋଜନାରୁ ଲକ୍ଷାଧିକ ଟଙ୍କା ବ୍ୟୟରେ ବେଳାଭୂମିର ବିଭିନ୍ନ ସ୍ଥାନରେ ଦାମୀ ଲାଇଟ୍ ଲଗାଯିବା ସହ ଆଲୋକୀକରଣ କରାଯାଇଥିଲା। କିନ୍ତୁ ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବରୁ ସେଗୁଡିକ ଭାଙ୍ଗି ରୁଜି ଯାଇଥିବା ବେଳେ ଅନେକ ଲାଇଟ୍ ଚୋରି ମଧ୍ୟ ହୋଇ ଯାଇଥିବା ଦେଖିବାକୁ ମିଳିଛି। ଯାହାଫଳରେ ସନ୍ଧ୍ୟା ପରେ ବେଳାଭୂମିର ଅନେକ ଅଞ୍ଚଳ ଏବେ ଅନ୍ଧାର ରହୁଥିବା ଯୋଗୁଁ ଏଠାକୁ ଆସୁଥିବା ପର୍ଯ୍ୟଟକମାନଙ୍କ ମଧ୍ୟରେ ଅସନ୍ତୋଷ ବଢିବାରେ ଲାଗିଛି। ରାଜ୍ୟର ଏକ ପ୍ରମୁଖ ପର୍ୟ୍ୟଟନ ସ୍ଥଳ ମଧ୍ୟରେ ଗୋପାଳପୁର ହୋଇଥିବା ବେଳେ ପ୍ରତିବର୍ଷ ଜିଲ୍ଲା, ରାଜ୍ୟ ତଥା ରାଜ୍ୟ ବାହାର ଏବଂ ବିଦେଶୀ ପର୍ୟ୍ୟଟକ ମାନେ ଏଠାକୁ ବୁଲିବାକୁ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ସହ ସଂଧ୍ୟାରେ ବେଳାଭୂମିର ମଜା ଉ ଉଠାଇବା ପାଇଁ କେନ୍ଦ୍ର ସରକାରଙ୍କ ପର୍ୟଟନ ବିଭାଗ ପକ୍ଷରୁ ୨୦୧୫-୧୬ ରେ ଆରମ୍ଭ କରାଯାଇଥିବା ସ୍ବଦେଶ ଦର୍ଶନ ଯୋଜନା ମାଧ୍ୟମରେ ଓଡିଶାର ଗୋପାଳପୁର ,ତାମ୍ପରା, ବରକୁଳ, ଏବଂ ସାତପଡ଼ା ପର୍ୟ୍ୟଟନ କ୍ଷେତ୍ରର ବହୁବିଧ ବିକାଶ ନିମନ୍ତେ ପ୍ରଥମ ଦଫାରେ ୧୫.୩ କୋଟି ବ୍ୟୟ ବରାଦ କରାଯାଇ ଥିଲା।

ଏହି କ୍ରମରେ ଗୋପାଳପୁର ଠାରେ ରାସ୍ତା, ଆଲୋକୀକରଣ ସହ ଅନ୍ୟାନ୍ୟ କାମ ହାତକୁ ନି ଯାଇଥିଲା।ପ୍ରାୟ ୨୦୨୧ ରେ ସମସ୍ତ ନିର୍ମାଣ କାମ ସରିଥିଲା। ଏବେ ମାତ୍ର ୨ ବର୍ଷ ବିତିଥିବା ବେଳେ ଅନେକ ଲାଇଟ ଭାଙ୍ଗିରୁଜି ଯାଇଛି। ଏଗୁଡ଼ିକର ସଜାଡ଼ିବା ବ୍ୟବସ୍ଥା ବି ପ୍ରାୟତଃ ବନ୍ଦ ହୋଇଯାଇଛି। ସ୍ଥାନୀୟ ପ୍ରଶାସନ ଏହାର ରକ୍ଷଣାବେକ୍ଷଣା କିମ୍ବା ମରାମତି ପାଇଁ ସାମାନ୍ୟତମ ଉଦ୍ୟମ କରୁନଥିବା ଯୋଗୁଁ ସ୍ଥାନୀୟ ଅଞ୍ଚଳବାସୀଙ୍କ ଠାରୁ ଆରମ୍ଭ କରି ବାହାରୁ ଆସୁଥିବା ପର୍ୟ୍ୟଟକଙ୍କ ମହଲରେ ଉଦ୍‌ବେଗ ପ୍ରକାଶ ପାଇଛି। ବେଳାଭୂମିରେ ଆଜି ପର୍ୟ୍ୟନ୍ତ ରଂଗାରୁଜା ଅବସ୍ଥାରେ ଲାଇଟ୍ ଗୁଡ଼ିକ ପଡ଼ି ରହିଥିବା ଯୋଗୁଁ ଏହା ପର୍ୟ୍ୟଟକଙ୍କ ମନରେ ଅସନ୍ତୋଷ ଦେଖାଦେଇଛି। ବେଳାଭୂମିକୁ ଯିବା ରାସ୍ତାରେ ଭଙ୍ଗାରୁଜା ଅବସ୍ଥାରେ ରେ ରହିଥିବା ଲାଇଟ୍ ଗୁଡ଼ିକୁ ଦେଖି ପର୍ୟ୍ୟଟକ ନିରାଶ ହେଉଛନ୍ତି।  ଆଲୋକୀକରଣ ପରେ ବେଳାଭୂମିର ଚମକ ଏବେ ଓଲଟା ଦେଖିବାକୁ ମିଳୁଛି ସଂଧ୍ୟା ପରେ ଅନ୍ଧାର ରାଜୁତି କରୁଥିବା ବେଳେ ପର୍ୟ୍ୟଟକ ବି ସଂଧ୍ୟା ପୂର୍ବରୁ ଫେରିଆସୁଛନ୍ତି। ଲକ୍ଷାଧିକ ଟଙ୍କାରେ ଲାଗିଥିବା ସାମଗ୍ରୀ ଗୁଡ଼ିକ ନଷ୍ଟ ହୋଇ ପଡ଼ିଥିବା ବେଳେ ସ୍ଥାନୀୟ ପ୍ରଶାସନ ଏହାର ମରାମତି ପାଇଁ ଉଦ୍ୟମ କରୁନଥିବା ଯୋଗୁଁ ଅଞ୍ଚଳବାସୀଙ୍କ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି।

- Advertisement -

ଗୋପାଳପୁର ବେଳାଭୂମି ପରିଦର୍ଶନରେ ଆସୁଥିବା ପ ପ୍ରଶାସନିକ ଅଧିକାରୀମାନେ ମଧ୍ୟ ଏହାକୁ ଅଣଦେଖା କରୁଥିବା ଅଭିଯୋଗ ହେଉଛି। ଏନ୍ଏସି କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେଇ ଏହାର ମରାମତି ଦିଗରେ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହୋଇଛି।

Hot this week

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

Related Articles

Popular Categories