www.samajalive.in
Saturday, December 13, 2025
26.1 C
Bhubaneswar

ନିର୍ବାଚନୀ ବଣ୍ଡର ତଥ୍ୟ ସାର୍ବଜନୀନ , ୱେବସାଇଟରେ ଅପଲୋଡ

ନୂଆଦିଲ୍ଲୀ: ଆଜି ଭାରତୀୟ ନିର୍ବାଚନ କମିଶନ(ଇସିଆଇ) ପକ୍ଷରୁ ନିର୍ବଚାନୀ ବଣ୍ଡକୁ ସାର୍ବଜନୀନ କରାଯାଇଛି। ଭାରତୀୟ ଷ୍ଟେଟ ବ୍ୟାଙ୍କ(ଏସବିଆଇ) ପକ୍ଷରୁ ଦାଖଲ ହୋଇଥିବା ତଥ୍ୟକୁ  ଇସିଆଇ ପକ୍ଷରୁ ୱେବସାଇଟରେ ଅପଲୋଡ କରାଯାଇଛି। ଏହି ବଣ୍ଡକୁ ନିର୍ବାଚନ କମିଶନ ୧୫ ତାରିଖ ସୁଦ୍ଧା ସାର୍ବଜନୀନ କରିବାକୁ ସୁପ୍ରିମକୋର୍ଟ ନିର୍ଦେଶ ଦେଇଥିଲେ। ଏହି ଆଧାରରେ ଗୋଟିଏ ଦିନ ପୂର୍ବରୁ ଇସିଆଇ ୱେବସାଇଟରେ ନିର୍ବାଚନୀ ବଣ୍ଡର ସମସ୍ତ ତଥ୍ୟ ଅପଲୋଡ କରାଯାଇଛି।

ସୁପ୍ରିମକୋର୍ଟଙ୍କ ନିର୍ଦେଶରେ ଏସବିଆଇ ନିର୍ବାଚନୀ ବଣ୍ଡର ତଥ୍ୟ ଦାଖଲ କରିଥିଲା। ଆଜି ସୁପ୍ରିମକୋର୍ଟଙ୍କ ନିର୍ଦେଶ ଅନୁସାରେ ଏସବିଆଇ ତଥ୍ୟକୁ ଇସିଆଇ ସାର୍ବଜନୀନ କରିଛି। ପିଭିଆର, କେଭେଣ୍ଡର, ସନ ଫାର୍ମା, ଟରେଣ୍ଟ ପାୱାର କିଣିଛନ୍ତି ନିର୍ବାଚନୀ ବଣ୍ଡ।  ସେହିପରି ଭାରତୀ ଏୟାରଟେଲ, ଡିଏଲଏଫ କମର୍ସିଆଲ ଡେଭଲପର୍ସ, ବେଦାନ୍ତ ବି କ୍ରେତା ରହିଛନ୍ତି। ଦାତା ତାଲିକାରେ ଗ୍ରାସିମ ଇଣ୍ଡଷ୍ଟ୍ରିଜ, ପିରାମଲ କ୍ୟାପିଟାଲ ଆଣ୍ଡ ହାଉସିଂ ଫିନାନ୍ସ,  ପେଗାସସ ପ୍ରପର୍ଟିଜ, ବାଜାଜ ଫାଇନାନ୍ସ, ଜିନ୍ଦଲ ପଲି ଫିଲ୍ମ, ଫିଲୋଲେକ୍ସ କେବୁଲ ଇତ୍ୟାଦି ରହିଥିବା ସୂଚନା ଦିଆଯାଇଛି। ଗୋଟିଏରେ ଇଲେକ୍ଟୋରାଲ ବଣ୍ଡର ମୂଲ୍ୟ, କ୍ରେତା ଓ କ୍ରୟ ତାରିଖ ରହିଛି।  ଅନ୍ୟଟି​‌ରେ ବଣ୍ଡକୁ ଏନକ୍ୟାସ କରିଥିବା ଦଳର ନାଁ, ତାରିଖ ଓ ମୂଲ୍ୟ ଉଲ୍ଲେଖ କରାଯାଇଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories