www.samajalive.in
Thursday, December 11, 2025
13.1 C
Bhubaneswar

କ୍ୟାନ୍ସର ରୋଗୀଙ୍କୁ ଦିଆଯାଉଛି ନକଲି ଔଷଧ !

ନୂଆଦିଲ୍ଲୀ: ସାଧାରଣତଃ ​‌ ଯେ କୌଣସି ପ୍ରକାର ଦେହ ଖରାପ ହେଲେ ଆମେ ଔଷଧ ଉପରେ ନିର୍ଭର କରଥାଉ। କିନ୍ତୁ ବର୍ତ୍ତମାନ ଏଭଳି କିଛି ସତ ସାମ୍ନାକୁ ଆସିଛି, ଯାହା ଶୁଣିଲେ ଆପଣମାନେ ବି ଭୟଭୀତ ହୋଇପଡିବେ । କ୍ୟାନ୍ସର ଭଳି ମାରାତ୍ମକ ରୋଗରେ ପୀଡ଼ିତ ରୋଗୀଙ୍କୁ ନକଲି ଔଷଧ! ବିଶ୍ବାସ ଲାଗୁ ନଥିଲେ ମଧ୍ୟ କଥାଟି ସତ। ଦିଲ୍ଲୀ ପୁଲିସ ମୋଦୀ ନଗର ଇଲାକାରୁ ବିପୁଳ ପରିମାଣରେ ନକଲି କ୍ୟାନସର ଔଷଧ ଜବତ କରିବା ସହ ଏହି ମାମଲାରେ ୭ ଜଣଙ୍କୁ ଗିରଫ କରିଛି। ଗିରଫ ୭ ଜଣଙ୍କ ମଧ୍ୟରେ ଦିଲ୍ଲୀ କ୍ୟାନ୍ସର ହସ୍ପିଟାଲର ଦୁଇଜଣ କର୍ମଚାରୀ ରହିଛନ୍ତି। ଜବତ ହୋଇଥିବା ସାମଗ୍ରୀର ଆନୁମାନିକ ମୂଲ୍ୟ ୪ କୋଟି ଟଙ୍କା ହେବ। ସୂଚନା ମୂତାବକ କୌଣସି ଏକ ବିଶେଷ ସୂତ୍ରରୁ ଦିଲ୍ଲୀ କ୍ରାଇମ୍‌ବ୍ରାଞ୍ଚକୁ ନକଲି କ୍ୟାନ୍ସର ଔଷଧ ପ୍ରସ୍ତୁତ ଓ ବିକ୍ରି କରୁଥିବା ଏକ ରାକେଟ୍‌ ସମ୍ପର୍କରେ ସୂଚନା ମିଳିଥିଲା। ଏହି ସୂଚନା ଆଧାରରେ ମଙ୍ଗଳବାର, ଦିଲ୍ଲୀ କ୍ୟାନ୍ସର ହସ୍ପିଟାଲ ସମେତ ୪ଟି ସ୍ଥାନରେ ଏକାସଙ୍ଗରେ ଚଢ଼ଉ କରାଯାଇଥିଲା। ଚଢ଼ଉରେ ବିପୁଳ ପରିମାଣରେ ନକଲି ଇଞ୍ଜେକସନ୍ ଶିଶି, ଔଷଧ ଲେବେଲ୍‌, ରବର ପ୍ୟାକ୍‌ ସିଲ୍‌, ପ୍ୟାକେଜିଂ ସାମଗ୍ରୀ, ପ୍ୟାକେଜିଂ ମେସିନ୍‌ ଆଦି ଜବତ କରାଯାଇଛି। ମୁଖ୍ୟ ଅଭିଯୁକ୍ତ ଭିଫିଲ ଜୈନ , ନକଲି ଔଷଧର ପ୍ୟାକେଜିଂ କାମ ପରିଚାଳନା କରୁଥିବା ସୂରଯ ସାତଙ୍କ ଘରେ ଚଢ଼ଉ କରାଯାଇଥିଲା। ଅନ୍ୟ ଜଣେ ଅଭିଯୁକ୍ତ ନୀରଜ ଚୌହାନଙ୍କ ଗୁରୁଗ୍ରାମ ଆପାର୍ଟମେଣ୍ଟରୁ ୧୩୭ଟି କେତ୍ରୁଦା, ଇନ୍‌ଫିନ୍‌ଜି, ଟେସେନ୍‌ଟ୍ରିକ୍‌, ପେରଜେତା, ଓପଦ୍ୟାତା, ଡାରଜାଲେକ୍ସ, ଏରବିଟକ୍ସ ଇନ୍‌ଜେକ୍‌ସ ଶିଶି, ସହ ୫୧୯ଟି ଖାଲି ଶିଶି ଜବତ କରାଯାଇଥିଲା। ସେହିଭଳି ତୁଷାର ଚୌହାନଙ୍କ ଘରୁ ୮୬୪ଟି ଖାଲି ଇଞ୍ଜେକସନ୍ ଶିଶି  ଜବତ କରାଯାଇଛି। ଯମୁନା ବିହାର ଠାରେ କରାଯାଇଥିବା ଚଢ଼ଉରେ, ପରଭେଜ୍‌ଙ୍କ ଠାରୁ ୨୦ ଖାଲି ଶିଶି ପ୍ୟାକେଟ୍‌ ଜବତ କରାଯାଇଛି। ମୁଖ୍ୟ ଅଭିଯୁକ୍ତ ଭିଫିଲ୍‌ଙ୍କ ନିମନ୍ତେ ପରଭେଜ୍‌ ଖାଲି ଶିଶି ଯୋଗାଡ଼ କରୁଥିଲା। ସେହିପରି  କୋମଲ ତିୱାରୀ ଓ ଅଭିନୟ କୋହଲିଙ୍କ ନିକଟରୁ ଖାଲି ଶିଶି ଓ ଅଧା ବ୍ୟବହୃତ କ୍ୟାନ୍‌ସର ଇଞ୍ଜେକସନ୍ ଶିଶି ଜବତ କରାଯିବା ସହ ଗିରଫ କରାଯାଇଛି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories