www.samajalive.in
Saturday, December 13, 2025
26.1 C
Bhubaneswar

ଆସାମରେ କାର୍ଯ୍ୟରତ ବାୟୁସେନା କର୍ମଚାରୀଙ୍କ ଅକାଳ ବିୟୋଗ

ଗୋପାଳପୁର: ୩୮ବର୍ଷ ବୟସରେ କାର୍ଯ୍ୟରତ ବାୟୁସେନା କର୍ମଚାରୀଙ୍କ ଆସାମରେ ଅକାଳ ବିୟୋଗ ହୋଇଛି । ମୃତକ ହେଲେ ରଙ୍ଗେଇଲୁଣ୍ଡା ବ୍ଳକ ଅନ୍ତର୍ଗତ ଇନ୍ଦ୍ରାଖି ଗ୍ରାମର ଇନ୍ଦ୍ରମଣି ସାହୁ । ଡିୟ୍ୟୁଟିରେ ଥିବାବେଳେ ହଠାତ୍ ଗୁରୁତର ଭାବେ ଅସୁସ୍ଥ ହୋଇପଡ଼ିଥିଲେ ଇନ୍ଦ୍ରମଣି । ସହକର୍ମୀ ମାନେ ତାଙ୍କୁ ଡାକ୍ତରଖାନା ନେଇଥିଲେ ମଧ୍ୟ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା। ଏହି ଦୁଃଖଦ ଖବର ଗାଁରେ ପହଞ୍ଚିବା କ୍ଷଣି ବାପା ରୂପାଙ୍ଗ ସାହୁ ଓ ଦାଦା ନଟବର ସାହୁ ସମେତ ପୂରା ପରିବାର ଦୁଃଖରେ ଭାଙ୍ଗିପଡ଼ିଛନ୍ତି। ଇନ୍ଦ୍ରମଣିଙ୍କ ପତ୍ନୀ ସୁନୀତାଙ୍କ ସମେତ ଦୁଇ ଝିଅ ମନୀଷା ଓ ହନିଷା ଅଛନ୍ତି। ଗ୍ରାମରେ ଶୋକର ଛାୟା ଖେଳିଯାଇଛି।

ଆସାମ ରାଜ୍ୟର ଜୋରାହାଟ ଠାରେ ମୃତକ ଇନ୍ଦ୍ରମଣି ବାୟୁସେନା ଅଧୀନରେ କାର୍ଯ୍ୟରତ ଥିଲେ। ଜୋରାହାଟ ବାୟୁସେନା ପକ୍ଷରୁ ଇନ୍ଦ୍ରମଣିଙ୍କ ପାର୍ଥିବ ଶରୀରକୁ ପୁଷ୍ପମାଲ୍ୟ ଅର୍ପଣ କରାଯାଇ କଲିକତା ବିମାନ ବନ୍ଦରକୁ ଅଣାଯାଇ ସେଠାରୁ ଭୁବନେଶ୍ୱର ଏବଂ ଭୁବନେଶ୍ୱର ଠାରୁ ଗ୍ରାମକୁ ଅଣାଯିବା ପରେ ଶେଷକୃତ୍ୟ ସମ୍ପନ୍ନ ହେବ। ଗୁରୁବାର  ସକାଳେ ଇନ୍ଦ୍ରମଣିଙ୍କ ପାର୍ଥିବ ଶରୀର ନିଜ ଜନ୍ମମାଟି ଇନ୍ଦ୍ରାଖି ଗ୍ରାମରେ ପହଂଚିବା ପରେ ଗୋଳାବନ୍ଧ ଏଡିଜେ କଲେଜ ର ଯବାନ ଏବଂ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଗାର୍ଡଅଫ ଅନର ଦିଆଯାଇ ଗାଁ ଶ୍ମଶାନରେ ଶେଷକୃତ୍ୟ ସମ୍ପର୍ଣ କରାଯିବ। ସେ ନିଜ ଗାଁ ଇନ୍ଦ୍ରାଖି ପ୍ରାଥମିକ ସ୍କୁଲରେ ପାଠ ପଢି କେଲୁଆପଲ୍ଲୀ ହାଇସ୍କୁଲରେ ଦଶମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହେବା ପରେ ବ୍ରହ୍ମପୁର ଆଇଟିଆଇ ଛାତ୍ର ଥିଲେ। ଡିପ୍ଲୋମା କରିବା ପରେ ଇନ୍ଦ୍ରମଣି ପ୍ରଥମେ ୨୦୧୧ମସିହାରେ ଭାରତୀୟ ବାୟୁସେନା ଦିଲ୍ଲୀ ରେ ଯୋଗ ଦେଇଥିଲେ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories