www.samajalive.in
Friday, December 12, 2025
16.1 C
Bhubaneswar

ପାନୀୟଜଳ ଯୋଗାଇ ଦେବା ପାଇଁ ବିଡ଼ିଓଙ୍କ ପାଖେ ଦାବି

ଠାକୁରମୁଣ୍ଡା : ଠାକୁରମୁଣ୍ଡା ବ୍ଲକ ଜରକ ପଞ୍ଚାୟତ ମାଣିକ ସାହିରେ ଦୀର୍ଘଦିନ ହେବ ପାନୀୟ ଜଳର ସମସ୍ୟା ଥିବାବେଳେ ଆଜି ବ୍ଲକ କାର୍ଯ୍ୟାଳୟ ଆସି ଗ୍ରାମବାସୀ ଦାବିପତ୍ର ପ୍ରଦାନ କରିଛନ୍ତି । ଜରକ ପାଣି ଟାଙ୍କିରୁ ଏକ କିମି ରାସ୍ତା ଅତିକ୍ରମ କରି ପାଇପ ଯୋଗେ ଆସୁଥିବା ପାଣି ମାଣିକ ସାହି ଗ୍ରାମରେ ପହଞ୍ଚି ପାରୁନଥିବା ଗାଁ ଲୋକେ ଅଭିଯୋଗ କରିଛନ୍ତି । ତେଣୁ ମାଣିକ ସାହି ଗ୍ରାମରେ ଏକ ଓଭର ହେଡ଼ ପାଣି ଟାଙ୍କି ନିର୍ମାଣ କରାଯିବା ପାଇଁ ଗ୍ରାମବାସୀ ଦୀର୍ଘ ଦିନ ଧରି ଦାବି କରି ଆସୁଥିଲେ ମଧ୍ୟ ବ୍ଲକ ପ୍ରଶାସନ ଓ ଆରଡବ୍ଲ୍ୟୁ ଏସଏସ କର୍ତ୍ତୃପକ୍ଷ ଏଥି ପ୍ରତି ଧ୍ୟାନ ଦେଉ ନାହାନ୍ତି  ବୋଲି ଅଭିଯୋଗ କରିଛନ୍ତି ଗ୍ରାମବାସୀ ।

ମାଣିକ ସାହିଠାରେ ଏକ ଓଭୋର ହେଡ଼ ପାଣି ଟାଙ୍କି ନିର୍ମାଣ କରି ଗ୍ରାମବାସୀଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ଯୋଗାଇଦେବା ପାଇଁ ଆଜି ବ୍ଲକ ଅଫିସ ଆସି  ବିଡ଼ିଓଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ । ଦାବି ପତ୍ର ଦେବାବେଳେ ମାଣିକ ସାହି ଗ୍ରାମର କେଶିରାମ ହୋଙ୍କ ନେତୃତ୍ୱରେ ବିଜୟ ପୂର୍ତ୍ତି, ଚକ୍ରଧର ପୂର୍ତ୍ତି, ଦୀପକ କାଂଡେୟାନ, ରାଣୀ ପୂର୍ତ୍ତି, ଯମୁନା ଚଳା, ସୁମତି ଦେଓଗାମ, ବାଲି କାଣ୍ଡେୟାନ ଏବଂ ଅନ୍ୟ ପୁରୁଷ ଓ଼ ମହିଳା ଗ୍ରାମବାସୀ ଉପସ୍ଥିତ ଥିଲେ । ତେବେ ଠାକୁରମୁଣ୍ଡା ବିଡିଓ ସ୍ବପ୍ନେଶ୍ବର ବେହେରା ତୁରନ୍ତ ସମାଧାନ ପାଇଁ ବିଭାଗୀୟ ଯନ୍ତ୍ରୀଙ୍କୁ କହିଥିଲେ।

- Advertisement -

 

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories