www.samajalive.in
Monday, December 8, 2025
27.1 C
Bhubaneswar

ସ୍ପଷ୍ଟ ଦିବାଲୋକରେ ଘରୁ ଚୋରି, ଟଙ୍କା ସହ ଲୁଟିନେଲେ ସୁନାଗହଣା

ବଣାଇ : ବଣାଇ ଥାନା ଅନ୍ତର୍ଗତ ଉପରପଡା ଗ୍ରାମରେ ସ୍ପଷ୍ଟ ଦିବାଲୋକରେ ଘରେ ପଶି ଚୋରି ଅଭିଯୋଗ ସାରା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ବଣାଇ ସହର ସଂଲଗ୍ନ ଉପରପଡା ଗ୍ରାମର ଗଣେଶ ତ୍ରିପାଠୀ ଆଜି ନିଜ ପତ୍ନୀଙ୍କୁ ସ୍କୁଲରେ ଛାଡିବାକୁ ଯିବା ପରେ ଦୁର୍ବୃତ୍ତମାନେ ଘର ଗ୍ରୀଲ ଭାଙ୍ଗି ପ୍ରବେଶ କରିବା ସହ ନଗଦ ଦୁଇ ଲକ୍ଷ ଟଙ୍କା ସମେତ ପ୍ରାୟ କୋଡିଏ ଭରିରୁ ଉର୍ଦ୍ଧ୍ୱ ସୁନାଗହଣା ଚୋରି କରିନେଇଛନ୍ତି । ଆଶ୍ଚର୍ଯ୍ୟର କଥା ସମ୍ପୃକ୍ତ ଘର ଚତୁଃପାର୍ଶ୍ଵରେ ଜନବସତି ଥିବାବେଳେ କେହି ଏ ଘଟଣା ସମ୍ପର୍କରେ ଟେର ପାଇନଥିଲେ ।

ସୂଚନାରୁ ପ୍ରକାଶ ଯେ ଗଣେଶ ତ୍ରିପାଠୀ ଜଣେ ଅବସରପ୍ରାପ୍ତ ଶିକ୍ଷକ ଏବଂ ତାଙ୍କ ପତ୍ନୀ ମଧ୍ୟ ଶିକ୍ଷୟତ୍ରୀ । ପତ୍ନୀ ଏବେ ଭାଲୁଡୁଙ୍ଗୁରି ବିଦ୍ୟାଳୟରେ କାର୍ଯ୍ୟରତ ଥିବାରୁ ପ୍ରତିଦିନ ଗଣେଶ ତାଙ୍କୁ ସକାଳ ସାଢେ ନଅଟାରେ ଛାଡିବା ପାଇଁ ଯାଇ ପ୍ରାୟ ଏଗାରଟାବେଳେ ଫେରନ୍ତି । ଆଜି ମଧ୍ୟ ସେଇ କଥା ହୋଇଥିଲେ ହେଁ ସେ ଯିବା ପରେ ଦୁର୍ବୃତ୍ତମାନେ ଘରେ ପଶି କଳାକନା ବୁଲାଇ ଦେଇଛନ୍ତି । ଚୋରି ଯାଇଥିବା ଗହଣାର ଆନୁମାନିକ ମୂଲ୍ୟ ବାର ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ହେବ ବୋଲି ଅଭିଯୋଗକାରୀ ସୂଚନା ଦେଇଛନ୍ତି । ଏ ସଂକ୍ରାନ୍ତରେ ଗୃହ କର୍ତ୍ତା ବଣାଇଁ ଥାନାରେ ଅଭିଯୋଗ କରିବା ପରେ ବଣାଇଁ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛି ।

Hot this week

ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ

ରାଉରକେଲା: ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ ହୋଇଛି। ସୁନ୍ଦରଗଡ...

ବିଗ୍ ବସ୍ ୧୯ର ବିଜେତା ହେଲେ ଗୌରବ ଖାନ୍ନା

ସମାଜ ଡିଜିଟାଲ ଡେସ୍କ: ଗୌରବ ଖାନ୍ନା ରିଆଲିଟି ଶୋ ବିଗ୍ ବସ୍...

ହୋଟେଲ ବୁକିଂ ନାଁରେ ଠକେଇ: ସାବଧାନ, ଠକମାନେ ଏମିତି ଫଶାଉଛନ୍ତି

ସମାଜ ଡିଜିଟାଲ ଡେସ୍କ: ନିକଟରେ, ପ୍ରୟାଗରାଜର କ୍ୟାଣ୍ଟ ପୁଲିସ ଷ୍ଟେସନ ଅଞ୍ଚଳରେ...

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

Related Articles

Popular Categories