www.samajalive.in
Saturday, December 13, 2025
26.1 C
Bhubaneswar

ଏହି ଫିଲ୍ମର ପ୍ରଥମ ଝଲକ୍‌ ଆଗରେ ଫିକା ପୁଷ୍ପା ଓ କେଜିଏଫ୍‌: ଏଣ୍ଟ୍ରି କଲେ ବାହୁବଳୀ ଅଭିନେତ୍ରୀ, ୧୪ ଭାଷାରେ ହେବ ରିଲିଜ୍‌

ନୂଆଦିଲ୍ଲୀ: କେଜିଏଫର ଦୁନିଆ ଦର୍ଶକଙ୍କୁ ଖୁବ୍‌ ପସନ୍ଦ ଆସିଥିଲା। ପରେ ପୁଷ୍ପା ମଧ୍ୟ ପ୍ରଶଂସକଙ୍କ ମନରେ ରାଜ୍‌ କରିଥିଲା। କେବଳ ଏତିକି ନୁହେଁ, କାନ୍ତାରାର ରହସ୍ୟମୟ ଦୁନିଆ ମଧ୍ୟ ଲୋକଙ୍କ ହୃଦୟକୁ ଛୁଇଁଥିଲା। ତେବେ ୨୦୨୪ରେ ଏପରି ଏକ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଆସିବାକୁ ଯାଉଛି, ଯାହା ଏ ସମସ୍ତ ସୁପରହିଟ୍‌ ଫିଲ୍ମକୁ କଡ଼ା ଟକ୍କର ଦେବା ଭଳି ମନେ ହେଉଛି। ଏହି ଚଳଚ୍ଚିତ୍ରର ନାଁ ହେଉଛି ‘କଥାନାର-ଦି ୱାଇଲ୍ଡ ସୋର୍ସରର୍’। କିଛି ଦିନ ପୂର୍ବରୁ ଯେବେ ଏହି ଚଳଚ୍ଚିତ୍ରର ପ୍ରଥମ ଝଲକ୍ ସାମ୍ନାକୁ ଆସିଥିଲା, ସେବେଠାରୁ ସଙ୍କେତ ମିଳି ଯାଇଥିଲା ଯେ କିଛି ବଡ଼ ଧରଣର ଘଟିବାକୁ ଯାଉଛି। ଖାଲି ଏତିକି ନୁହେଁ, ଏହି ହରର୍ ଚଳଚ୍ଚିତ୍ରରେ ଏବେ ଲୋକପ୍ରିୟ ଦକ୍ଷିଣ ଭାରତୀୟ ଅଭିନେତ୍ରୀଙ୍କ ଏଣ୍ଟ୍ରି ହୋଇଛି। ସେ ଆଉ କେହି ନୁହନ୍ତି, ସେ ହେଉଛନ୍ତି ବାହୁବଳୀ ନାୟିକା ଅନୁଷ୍କା ଶେଟ୍ଟୀ। ଏହାକୁ ନେଇ ପ୍ରଶଂସକଙ୍କ ଉତ୍ସାହ ଦୁଇଗୁଣିତ ହୋଇଛି।

ଅନୁଷ୍କା ୨୦୦୫ ରେ ତାଙ୍କ ଚଳଚ୍ଚିତ୍ର କ୍ୟାରିଅର୍ ଆରମ୍ଭ କରିଥିଲେ। ସେ ତାମିଲ ଏବଂ ତେଲୁଗୁ ସିନେମାରେ କାମ କରିଛନ୍ତି, କିନ୍ତୁ ‘କଥାନାର-ଦି ୱାଇଲ୍ଡ ସୋର୍ସରର୍’ ମାଧ୍ୟମରେ ପ୍ରଥମ ଥର ପାଇଁ ସେ ମାଲାୟାଲମ ଚଳଚ୍ଚିତ୍ରରେ କାମ କରିବେ। ଫିଲ୍ମରେ ଅନୁଷ୍କା ଶେଟ୍ଟୀଙ୍କ ବ୍ୟତୀତ ଜୟାସୂର୍ଯ୍ୟା ଓ ଭିନୀତ୍‌ ମଧ୍ୟ ନଜର ଆସିବେ। ଅନୁଷ୍କା ଫିଲ୍ମର ଫଟୋ ନିଜ ଇନ୍‌ଷ୍ଟାଗ୍ରାମରେ ଶେୟାର କରି ଲେଖିଛନ୍ତି, ‘କଥାନାର-ଦି ୱାଇଲ୍ଡ ସୋର୍ସରର୍‌ ଦୁନିଆରେ ଏଣ୍ଟ୍ରି। ଏହାଦ୍ବାରା ପୁଣି ଥରେ ପରଦାରେ ଅନୁଷ୍କାଙ୍କ ଚମତ୍କାର ଅଭିନୟ ଦେଖିବାକୁ ମିଳିବ।

- Advertisement -

କଥାନାର ଏକ ମାଲାୟାଲମ ଚଳଚ୍ଚିତ୍ର। ରୋଜିନ୍‌ ଥୋମାସଙ୍କ ନିର୍ଦେଶିତ ଏହି ଫିଲ୍ମ ଇଂରାଜୀ, ତାମିଲ, ତେଲୁଗୁ, ହିନ୍ଦୀ ସମେତ ୧୪ଟି ଭାଷାରେ ମୁକ୍ତିଲାଭ କରିବ। କଥାନାରର ବଜେଟ୍ ପ୍ରାୟ ୯୦ କୋଟି ଟଙ୍କା ବୋଲି କୁହାଯାଉଛି। ଚଳଚ୍ଚିତ୍ରର ପ୍ରଥମ ଝଲକରେ ଯେଉଁ ପ୍ରକାର ଗ୍ରାଫିକ୍ସ ଦେଖିବାକୁ ମିଳିଥିଲା, ତାହା ବାସ୍ତବରେ ଚମତ୍କାର ଓ ଆକର୍ଷଣୀୟ।

 

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories