www.samajalive.in
Sunday, December 14, 2025
26.1 C
Bhubaneswar

ମଙ୍ଗଳବାର ରାଶିଫଳ: ଏହି ରାଶିରେ ଉଚ୍ଚାସନ ଲାଭ କରିବେ

ମେଷ-  ପିତାମାତାଙ୍କ ଆତ୍ମାର ମୁକ୍ତି ଲାଭ ପାଇଁ ସ୍ବେଚ୍ଛାକୃତ ଭାବେ ଆଗ୍ରହର ସହିତ ଧନ ବ୍ୟୟ କରିପାରନ୍ତି। ଗୁଣର ପ୍ରସାର ଘଟାଇବା ସମ୍ଭବ ହେବ ନାହିଁ। ମଧୁର କଥାରେ ପରକୁ ଆପଣାର କରି​‌େ​‌ବ।

ବୃଷ-  ଜ୍ଞାନ ପିପାସୁ ହେବେ। ଜନସାଧାରଣଙ୍କ ପୂଜ୍ୟ ହେବେ। ଶତ୍ରୁମାନଙ୍କ ଦୃଷ୍ଟିର ଅନ୍ତରାଳରେ ରହିବେ। ବ୍ରହ୍ମଜ୍ଞାନୀଙ୍କଠାରୁ ଆଦର ସମ୍ମାନ ମିଳିବ। ମହିଳାମାନଙ୍କ ବ୍ୟବହାର ଭଦ୍ରୋଚିତ ହୋଇପାରେ।

- Advertisement -

ମିଥୁନ- ଜୀବଙ୍କ ପ୍ରତି ଦୟା ଭାବକୁ ଆପଣଙ୍କ କର୍ମ କ୍ଷେତ୍ରରେ ମହତ୍‌ ପଣିଆ ହେବ। ଏପରିକି ଏକ ପୁଣ୍ୟ କର୍ମ ପାଇଁ କେହି ସହାୟତା ନ ଦେଲେ ବି ନିଜ ନେତିକ ବଳ ଆପଣଙ୍କୁ କୃତକାର୍ଯ୍ୟ କରିପାରେ।

ମିଥୁନ- ଶରୀରର ଗଠନ ପ୍ରଣାଳୀ ସୁଦୃଶ୍ୟ ହେବ। ଦୂରଦୃଷ୍ଟିସମ୍ପନ୍ନ ହେବା ଆଶା କରାଯାଏ। କର୍ମକର୍ମାଣି ବ୍ରାହ୍ମଣମାନଙ୍କର ସାହାଯ୍ୟକାରୀ ଓ ପ୍ରିୟପାତ୍ର ହେବେ। କ୍ଷମତାକୁ ବିକେନ୍ଦ୍ରୀକରଣ କରିବେ। ସୁସ୍ଥ ରହିବେ।

ସିଂହ- ସରକାରଙ୍କ କୋପ ଦୃଷ୍ଟି ଏଡ଼ାଇବାକୁ ଉଦ୍ୟମ ଜାରି ରଖିବେ। କୃଷକମାନଙ୍କର ଧନଧାନ୍ୟ ହାନିର ସୂଚନା ମିଳୁଛି। କିଛି ସରକାରୀ ସମ୍ପଦ ପ୍ରାପ୍ତିର ସୂଚନା ମିଳୁଛି। ପ୍ରସନ୍ନ ମୂର୍ତ୍ତି, ଶ୍ରେଷ୍ଠ ସମ୍ମାନଯୁକ୍ତ ହେବେ।

କନ୍ୟା- ବିନୟାବନତ ସ୍ବଭାବସମ୍ପନ୍ନ ହୋଇପାରନ୍ତି। ଚେଷ୍ଟା ସୁଶୀଳ ଓ ଆନ୍ତରିକତା ପୂର୍ଣ୍ଣ ହେବ। ପୁଣ୍ୟ ପଥର ପଥିକ ହୋଇପାରନ୍ତି। ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟର କାର୍ଯ୍ୟଗ୍ରାହୀ ହେବେ। ଉଚ୍ଚାସନ ଲାଭ କରିବେ।

ତୁଳା- ଶତ୍ରୁମାନଙ୍କ ଶତ୍ରୁତା ଆଚରଣରେ ଭଟ୍ଟା ପଡ଼ିବାରୁ ଆପଣ ଆଶ୍ବସ୍ତ ହୋଇପାରନ୍ତି। ଅଭାବ ପୂରଣ ପାଇଁ ସଚେଷ୍ଟ ରହିବେ। ସାଧନାରେ ସିଦ୍ଧିପ୍ରାପ୍ତ ହେବେ। କାବ୍ୟ ଶାସ୍ତ୍ରାନୁରକ୍ତ ହୋଇପାରନ୍ତି।

ବିଚ୍ଛା- ପ୍ରଥିତ ପ୍ରଭାବ ବିସ୍ତାର କରି ସ୍ନେହସଙ୍ଗୀ ଓ ଅଧସ୍ତନମାନଙ୍କ କର୍ମଶାଳାରେ ପ୍ରଭାବ ବିସ୍ତାର କରିପାରନ୍ତି। ପାଦ ବିମୋଚନ ପାଇଁ ତୀର୍ଥଭୂମି ପ୍ରଦକ୍ଷିଣ କରିପାରନ୍ତି। ଲୋଭାସକ୍ତଙ୍କ ଅଭାବ ପୂରଣ କରିବେ।

ଧନୁ-  ପ୍ରବଳ ପ୍ରତାପୀ ହେବାର ସୂଚନା ମିଳୁଛି। ନିଜର କାର୍ଯ୍ୟକଳାପ ଦ୍ବାରା ଜଣେ ମହା ମନୁଷ୍ୟର ପରିଚୟ ସୃଷ୍ଟି କରିବେ। ସ୍ବକୁଳ ପ୍ରଧାନ ହେବା ଆଶା କରାଯାଏ। ଗୁରୁ ଗୁରୁଜନ ଓ ପୀତାମାତାଙ୍କ ପ୍ରତି ଅନୁରକ୍ତି ରହିବ।

ମକର- ସୁକର୍ମ ଉପରେ ଉଚିତ ଧ୍ୟାନ ନ ଦେଲେ ସାଧୁ ଲୋକମାନଙ୍କର ବିରାଗ ଭାଜନ ହୋଇପାରନ୍ତି। ପ୍ରତ୍ୟେକ କ୍ଷେତ୍ରରେ ନିଜର ଉପସ୍ଥିତି ଦ୍ବାରା ନିଜେ ସତ୍‌ମାର୍ଗକୁ ଟାଣି ହୋଇପାରନ୍ତି। ସାହସୀ, କୁଶଳୀ ହେବେ।

କୁମ୍ଭ- ଅର୍ଜିତ ଧନ, ସମ୍ପଦର ସଦୁପଯୋଗ କରି ନିଜର କର୍ମ ବହୁଳ ଜୀବନକୁ ସରସ ସୁନ୍ଦର କରିପାରନ୍ତି। ସର୍ବତ୍ର ବିଜୟୀ ହେବାର ସୂଚନା ମିଳୁଛି। ବିଦ୍ୟାବାନ୍‌, ଗୁଣୀ ଓ ଚତୁର ହେବେ। ଧର୍ମକାର୍ଯ୍ୟ କରିପାରନ୍ତି।

ମୀନ- ନରନାଥ ମର୍ଯ୍ୟାଦା ଲାଭ କରିପାରନ୍ତି। ସୁଶ୍ରୀ ରୂପବାନ୍‌ ହେବେ। ଆପଣଙ୍କ ବାକ୍ୟ ସଦାସର୍ବଦା ସତ୍ୟ ପ୍ରତିଷ୍ଠା ଲାଭ କରିବ। ଦିନଟି ହସଖୁସିରେ ବିତିବ। ସୁରୁଖୁରୁରେ ସମସ୍ତ କାର୍ଯ୍ୟ ସମ୍ପାଦନ କରିବେ।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories