www.samajalive.in
Saturday, December 13, 2025
26.1 C
Bhubaneswar

ଟିଟଲାଗଡ ଉପକାରାଗାରରୁ ଦୁଇ ବିଚାରାଧିନ କଏଦୀ ଫେରାର

ଟିଟିଲାଗଡ଼:  ଟିଟିଲାଗଡ଼ ଉପକାରାଗାରରୁ ଦୁଇ ଜଣ ହତ୍ୟା ଅଭିଯୁକ୍ତ ବିଚାରାଧୀନ କଏଦୀ ଫେରାର ହୋଇଯାଇଛନ୍ତି। ଟିଟଲାଗଡ ଉପଖଣ୍ଡ ସିନ୍ଧେକେଲା ଥାନା ଅଞ୍ଚଳରେ ମାନସିକ ପୂରଣ ପାଇଁ ଦୁଇ ଶିଶୁଙ୍କୁ ବଳି ଦେଇଥିବା ଗୁଣିଆ ଶୋଭାବନ ରଣା ଏବଂ କେସିଙ୍ଗା ଡାକ୍ତରଖାନା ପରିସରରେ ଜଣେ ଶିଶୁକୁ କୂଅରେ ଫିଙ୍ଗି ମାରିଦେଵା ଅଭିଯୋଗରେ ଗିରଫ ସୁମିତ ବିହାରୀ ଜେଲରୁ ଫେରାର ମାରିଥିବା ଜଣାଯାଇଛି । ଶନିବାର ରାତି ପ୍ରାୟ ୮ଟାରେ ଜେଲର ପାଚେରୀ ଡେଇଁ ଉଭୟ ଫେରାର ମାରିଥିବା ଜେଲର ଚୈତନ୍ୟ ପ୍ରଧାନ କହିଛନ୍ତି । ସେ ଏନେଇ ଟିଟିଲାଗଡ଼ ଥାନାରେ ଅଭିଯୋଗ କରିଛନ୍ତି।  ତେବେ ଉଭୟ ଜେଲରଙ୍କ ଅତି ବିଶ୍ୱସ୍ତ ହୋଇଥିବା ନେଇ ଆଲୋଚନା ହୋଇଛି । ଶୋଭାବନ ଜେଲ ପାଚେରୀ ବାହାରେ ଥିବା ଜେଲରଙ୍କ ଘରେ କାମ କରୁଥିବାବେଳେ ସୁମିତ ଜେଲରେ ସର୍ଦାର ଭଳି ଥିଲେ । ତାଙ୍କ ଇସାରାରେ ସବୁ କିଛି ଚାଲୁଥିଲା ବୋଲି ଆଲୋଚନା ହେଉଛି। ଏନେଇ ଜେଲରଙ୍କୁ ପଚାରିବାରୁ ଉଭୟେ ଅଫିସରେ କମ୍ପ୍ୟୁଟର କାମ କରୁଥିଲେ ବୋଲି କହିଛନ୍ତି ।  ଶିଶୁ ବଳି ଦେଇଥିବା ଗୁଣିଆ ଶୋଭାବନ ପାଠଶାଠ ପଢି ନଥିବା ବେଳେ କେମିତି କମ୍ପୁଟର କାମ କରୁଥିଲା ବୋଲି ପଚାରିବାରୁ ତାହାର ଅଦ୍ଭୁତ କମ୍ପୁଟର ଜ୍ଞାନ ଥିଲା ବୋଲି ଜେଲର କହିବା ବିସ୍ମିତ କରିଛି । ଜେଲରୁ ମୁକ୍ତି ପାଇବା ପାଇଁ ଶୋଭାବନ ନିଜକୁ ପାଗଳ ଦର୍ଶାଇ କଟକ ମେଡିକାଲରେ ଭର୍ତ୍ତି ହୋଇ ଜାମିନ ଆବେଦନ କରିଥିଲା । ତେବେ ସେ ସେଥିରେ ବିଫଳ ହୋଇଥିଲା । ତେବେ ଜାଣିଶୁଣି ଉଭୟ ଅଭିଯୁକ୍ତଙ୍କୁ ଫେରାର କରାଇ ଦିଆଯାଇଥିବା ସାଧାରଣରେ ଚର୍ଚ୍ଚା ହୋଇଛି ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories