www.samajalive.in
Friday, December 5, 2025
27.1 C
Bhubaneswar

୯୨ ବର୍ଷିଆ ବରକୁ ୬୭ ବର୍ଷିଆ କନ୍ୟା – ଷଷ୍ଠ ବିବାହ କରିବେ ମର୍ଡୋକ୍‌

ୱାଶିଂଟନ୍‌: ପ୍ରସିଦ୍ଧ ଗଣମାଧ୍ୟମ ବ୍ୟକ୍ତିତ୍ବ (ମିଡିଆ ମୁଗଲ) ରୁପର୍ଟ ମର୍ଡୋକ୍‌ ୯୨ ବର୍ଷ ବୟସରେ ପୁନର୍ବିବାହ କରିବାକୁ ଯାଉଛନ୍ତି। ବାନ୍ଧବୀ ଏଲେନା ଜୁକୋଭାଙ୍କ ସହିତ ତାଙ୍କର ନିର୍ବନ୍ଧ ସମ୍ପନ୍ନ ହୋଇଛି। ଏଲେନା ହେଉଛନ୍ତି ରୁଷିଆର ଜଣେ ଜୀବବିଜ୍ଞାନବିତ୍‌। ତାଙ୍କୁ ଏବେ ୬୭ବର୍ଷ। କିଛି ମାସ ଧରି ଉଭୟଙ୍କର ପ୍ରେମ ସମ୍ପର୍କ ରହିଆସିଛି। ଆସନ୍ତା ଜୁନ୍‌ରେ କାଲିଫର୍ଣ୍ଣିଆସ୍ଥିତ ମର୍ଡୋକ୍‌ଙ୍କ ଫାର୍ମହାଉସ୍‌ରେ ସେମାନଙ୍କର ବିବାହ ଉତ୍ସବ ଅନୁଷ୍ଠିତ ହେବ। ଏହା ହେବ ମର୍ଡୋକ୍‌ଙ୍କର ଷଷ୍ଠ ବିବାହ। ଏହା ପୂର୍ବରୁ ମର୍ଡୋକ୍‌ ଜଣେ ପୁଲିସ ଅଧିକାରୀ ଓ ଚୀନ୍‌ ଜନ୍ମିତ ବ୍ୟବସାୟୀଙ୍କୁ ପ୍ରେମ କରୁଥିଲେ। ପୂର୍ବରୁ ଅଷ୍ଟ୍ରେଲୀୟ ମହିଳା ପାଟ୍ରିସିଆ ବୁକର, ସ୍କଟଲାଣ୍ଡ ସାମ୍ବାଦିକା ଆନ୍ନା ମାନ୍‌ ଓ ୱେଣ୍ଡି ଡେଙ୍ଗ୍‌, ଆମେରିକୀୟ ମଡେଲ ଜେରି ହଲ୍‌ ପ୍ରମୁଖଙ୍କୁ ବିବାହ କରିଥିଲେ। ମର୍ଡୋକ୍‌ ଗତ ବର୍ଷ ଫକ୍ସ ଆଣ୍ଡ ନ୍ୟୁଜ୍‌ କର୍ପୋରେସନ୍‌ର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିଲେ। ତାଙ୍କ ୪ ସନ୍ତାନଙ୍କୁ ନେଇ ଗଠିତ ଟ୍ରଷ୍ଟ ଦ୍ବାରା ଉକ୍ତ ଗଣମାଧ୍ୟମ ସଂସ୍ଥା ପରିଚାଳିତ ହେଉଛି। ଅପରପକ୍ଷରେ ଏଲେନା ପୂର୍ବରୁ କୋଟିପତି ରୁଷୀୟ ତୈଳ ବ୍ୟବସାୟୀ ଆଲେକଜାଣ୍ଡାର ଜୁକୋଭଙ୍କୁ ବିବାହ କରିଥିଲେ। ସେମାନଙ୍କର ଜଣେ ବିବାହିତ ଝିଅ ଅଛନ୍ତି।

ଚଳନ୍ତା ବିମାନରେ ଶୋଇପଡ଼ିଲେ ପାଇଲଟ

Hot this week

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

ଏଏନଏମ୍‌ ପ୍ରଶ୍ନ ପତ୍ର ଲିକ୍‌ ପରେ ପରୀକ୍ଷା ବାତିଲ

ମାଲକାନଗିରି: ମାଲକାନଗିରି ଜିଲାରେ ଏଏନଏମ୍‌ ପରୀକ୍ଷା ପ୍ରଶ୍ନ ପତ୍ର ଲିକ୍ ହେବା...

ଡ଼ଲାର ତୁଳନାରେ ଟଙ୍କାକୁ ମିଳିଲା ସାମାନ୍ୟ ଆଶ୍ଵସ୍ତି

ସମାଜ ଲାଇଭ ଡ଼େସ୍କ : ଡ଼ଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ...

Related Articles

Popular Categories