www.samajalive.in
Friday, December 5, 2025
27.1 C
Bhubaneswar

ଚଳନ୍ତା ବିମାନରେ ଶୋଇପଡ଼ିଲେ ପାଇଲଟ

ଜାକର୍ତ୍ତା: ବିମାନ ଉଡାଣ ସମୟରେ ପାଇଲଟଙ୍କ ଖାମଖିଆଲ ଆଚରଣ ଅନେକ ସମୟରେ ନଜରକୁ ଆସୁଛି। ନିକଟରେ ଇଣ୍ଡୋନେସିଆର ସୁଲାୱେସିରୁ ଜାକର୍ତ୍ତା ଅଭିମୁଖେ ୧୫୩ଜଣ ଯାତ୍ରୀଙ୍କୁ ଧରି ଉଡାଣ କରୁଥିବା ବିମାନ ଉଚ୍ଚ ଆକାଶ ମାର୍ଗରେ ଥିବାବେଳେ ଏହାର ପାଇଲଟ୍ ଓ ସହ ପାଇଲଟ୍ ଶୋଇପଡିବା ଘଟଣା ନଜରକୁ ଆସିଛି। ନ୍ୟାସନାଲ ଟ୍ରାନ୍ସପୋର୍ଟେସନ୍ ସେଫ୍‌ଟି କମିଟିର ରିପୋର୍ଟ ଅନୁଯାୟୀ ଦୁଇ ପାଇଲଟ ୨୮ ମିନିଟ୍ ଶୋଇପଡିଥିଲେ। ଏହି ସମୟରେ ବିମାନ ସହ ଏୟାର ଟ୍ରାଫିକ୍ କ​‌େ​‌ଣ୍ଟ୍ରାଲ ଯୋଗାଯୋଗ କରିଥିଲେ; କିନ୍ତୁ କକ୍‌ପିଟ୍‌ରୁ କିଛି ଉତ୍ତର ନମିଳିବାରୁ ନାଭିଗେସନ ସମ୍ପର୍କିତ ତ୍ରୁଟି ଦେଖାଯାଇଥିଲା। ୨୮ ମିନିଟ୍‌ ପରେ ପାଇଲଟ ଜଣଙ୍କ ପ୍ରଥମେ ଉଠିଥିଲେ। ସହଯୋଗୀ ପାଇଲଟ ଶୋଇଥିବା ଓ ବିମାନଟି ଭୁଲ୍ ରାସ୍ତାରେ ଯାଉଥିବା ସେ ଦେଖିଥିଲେ। ସେ ବିମାନଟି ଠିକ୍ ରାସ୍ତାକୁ ଆଣିଥିଲେ। ପାଲଲଟ ଦ୍ବୟ ଶୋଇଯିବା ନିଶ୍ଚିତ ରୂପେ ଶହଶହ ଯାତ୍ରୀଙ୍କ ଜୀବନକୁ ବିପନ୍ନ ମଧ୍ୟକୁ ଟାଣି ନେଇଥିଲା। ସୌଭାଗ୍ୟବଶତଃ ପାଇଲଟଙ୍କ ନିଦ ଭାଙ୍ଗି ଯିବାରୁ ସେ ବିମାନଟିକୁ ଧାର୍ଯ୍ୟ ଗନ୍ତବ୍ୟ ସ୍ଥଳରେ ସୁରକ୍ଷିତ ଅବତରଣ କରାଇଥିଲେ।

ଛିଣ୍ଡୁନି ବିଧାନସଭା ଅଙ୍କ

Hot this week

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

ଏଏନଏମ୍‌ ପ୍ରଶ୍ନ ପତ୍ର ଲିକ୍‌ ପରେ ପରୀକ୍ଷା ବାତିଲ

ମାଲକାନଗିରି: ମାଲକାନଗିରି ଜିଲାରେ ଏଏନଏମ୍‌ ପରୀକ୍ଷା ପ୍ରଶ୍ନ ପତ୍ର ଲିକ୍ ହେବା...

ଡ଼ଲାର ତୁଳନାରେ ଟଙ୍କାକୁ ମିଳିଲା ସାମାନ୍ୟ ଆଶ୍ଵସ୍ତି

ସମାଜ ଲାଇଭ ଡ଼େସ୍କ : ଡ଼ଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ...

ଜବତ ଗଞ୍ଜେଇ ହେରଫେର: ଥାନା ଅଧିକାରୀ ନିଲମ୍ବିତ

ସମାଜ ଡିଜିଟାଲ ଡେସ୍କ: ଜବତ ଗଞ୍ଜେଇ ହେରଫେର କରିଥିବା ଅଭିଯୋଗରେ କାର୍ଯ୍ୟରୁ...

ବିଶ୍ୱବିଦ୍ୟାଳୟରେ ଖାଲି ପଡିଛି ଏତିକି ପଦବୀ

ଭୁବନେଶ୍ୱର: ରାଜ୍ୟରେ ବିଶ୍ୱବିଦ୍ୟାଳୟ ଗୁଡିକରେ ଖାଲି ପଡିଛି ପ୍ରଧ୍ୟାପକ ପଦବୀ ।...

Related Articles

Popular Categories