www.samajalive.in
Monday, December 15, 2025
26.1 C
Bhubaneswar

ଦୁନିଆର ଶ୍ରେଷ୍ଠ ୩୮ କଫି ତାଲିକାରେ ଭାରତ ୨ୟ ସ୍ଥାନରେ

ନୂଆଦିଲ୍ଲୀ : ସାରା ଦୁନିଆରେ ଏମିତି ଅଧିକାଂଶ ଲୋକେ ରହିଛନ୍ତି, ଯେଉଁମାନଙ୍କ ଦିନର ଆରମ୍ଭ କଫିରୁ ଆରମ୍ଭ ହୋଇଥାଏ। ଏମିତି ଦେଖିବାକୁ ଗଲେ ଅନେକ କଫି ପ୍ରେମୀ ରହିଛନ୍ତି, ଯେଉଁମାନେ ନିଜ ପସନ୍ଦ ଅନୁଯାୟୀ, ବିଭିନ୍ନ ପ୍ରକାର କଫି ପିଇଥାଆନ୍ତି। କଫି ପ୍ରେମୀ ଜାଣି କରି ଖୁସି ହେବେ ସେମାନଙ୍କ ପ୍ରିୟ କଫି ଭାରତର ଫିଲଟର କଫି ,୩୮ଟି ଶ୍ରେଷ୍ଠ କଫି ତାଲିକାରେ ୨ୟ ସ୍ଥାନରେ ରହିଛି।
ଟେଷ୍ଟ ଏଟଲସ  (Taste Atlas) ଦୁନିଆର ସବୁଠାରୁ ପ୍ରସିଦ୍ଧ କଫିର ତାଲିକା ଜାରି କରିଛି। ବିଶେଷ କଥା ହେଉଛି ଏଥିରେ ଭାରତର ଫିଲଟର (Indian Filter Coffee) କଫି ମଧ୍ୟ ସାମିଲ ରହିଛି। ଯାହାକୁ ସାଉଥ୍‌‌ ଇଣ୍ଡିଆନ୍‌‌ କଫି ମଧ୍ୟ କୁହାଯାଉଛି। ଏହି ତାଲିକାରେ ପ୍ରଥମ ସ୍ଥାନରେ କ୍ୟୁବା ରହିଛି। ୨ୟ ସ୍ଥାନରେ ଭାରତ ରହିଛି।

ଏମିତି ତିଆରି ହୁଏ ଫିଲଟର କଫି..
ଏହାକୁ ପ୍ରସ୍ତୁତ କରିବା ପାଇଁ ସର୍ବପ୍ରଥମେ କଫି ପାଉଡରକୁ ଫିଲଟର କଫି ମେକରରେ ପକାଯାଏ। ନିଜ ସ୍ୱାଦ ଅନୁଯାୟୀ, ୧ରୁ ୨ ଚାମଚ କଫି ପକାଯାଏ। ଏହାପରେ ଏକ ପାତ୍ରରେ କ୍ଷୀରକୁ ଗ୍ୟାସରେ ଉଷୁମ କରନ୍ତୁ। ଏହାପରେ ଫିଲଟର କଫି ମେକରର ଉପରି ଭାଗରେ କଫି ପାଉଡର ପକାଇ ବନ୍ଦ କରନ୍ତୁ। କଫି ମେକରର ଶେଷ ଅଂଶରେ କଫି ଆସିବ। ଏଥିରେ ଉଷୁମ କ୍ଷୀର ପକାଇ ଭଲ ଭାବେ ମିଶାଇ ଦିଅନ୍ତୁ। ସ୍ୱାଦ ଅନୁଯାୟୀ ଚିନି ମିଶାନ୍ତୁ। ପ୍ରସ୍ତୁତ ହୋଇଗଲା ଫିଲଟର କଫି।

Hot this week

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

Related Articles

Popular Categories