www.samajalive.in
Friday, December 12, 2025
14.1 C
Bhubaneswar

ମୁଖ୍ୟସ୍ରୋତରେ ସାମିଲ ହେଲେ ମାଓନେତା ରଣଦେବଙ୍କ ୬ ସହଯୋଗୀ

ମାଲକାନାଗିରି : ମାଲକାନଗିରି ଜିଲା ମାଓ ଡିଭିଜନ କାଲିମେଳାର ବରିଷ୍ଠ ମାଓନେତା ରଣଦେବଙ୍କ ୬ ମିଲିସିଆ ସହଯୋଗୀ ଶୁକ୍ରବାର ଜିଲା ପୁଲିସ ନିକଟରେ ଆତ୍ମସର୍ମପଣ କରିଛନ୍ତି। ଆତ୍ମ ସର୍ମପଣ  କରିଥିବା ମାଓବାଦୀ ମାନେ କାଲିମେଳା ଥାନା ଅନ୍ତର୍ଗତ କୁର୍ମାନୁର ପଞ୍ଚାୟତର ରଘୁ ହନ୍ତାଳ, ଗୋବିନ୍ଦ ଗୋଲରୀ, ନୀଳ ହନ୍ତାଳ, ବଳରାମ ହନ୍ତାଳ, ଲବ ହନ୍ତାଳ ଏବଂ ରାମଚନ୍ଦ୍ର ଗୋଲରୀ ବୋଲି ସୂଚନା ମିଳିଛି। ସେମାନେ ବଟିଗେଟା ସ୍ଥିତ ୧୧୨ ବିଏସଏଫ୍‍ କ୍ୟାମ୍ପରେ ଦିନ ୧୧ଟାରେ ଆତ୍ମସର୍ମପଣ କରିଛନ୍ତି।
ବିଏସଏଫ୍‌ କମାଣ୍ଡାଣ୍ଟଙ୍କ ସୂଚନା ଅନୁଯାୟୀ, ଆତ୍ମସମର୍ପଣ କରିଥିବା ଏହି ୬ଜଣ  ହାର୍ଡକୋର ମାଓନେତା ରଣଦେବର ସହଯୋଗୀ ଭାବେ ଗତ ୫ବର୍ଷ ଧରି କାର୍ଯ୍ୟ କରୁଥିଲେ। ସେମାନେ ମାଓବାଦୀମାନଙ୍କୁ ପନିପରିବା, ଔଷଧ, ଖାଦ୍ୟସାମଗ୍ରୀ ଭଳି ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ, ବିଭିନ୍ନ ସ୍ଥାନରେ ପୋଷ୍ଟର ମାରିବା କାମ କରୁଥିଲେ। ମାଲକାନଗିରି ପୁଲିସର ଆତ୍ମନିର୍ଭରଶୀଳ ନୀତିରେ ବିଶ୍ୱାସ କରି ମୁଖ୍ୟସ୍ରୋତକୁ ଫେରିଥିବା ସେମାନେ କହିଛନ୍ତି। ସେମାନଙ୍କ ନାମରେ ଥାନାରେ କୌଣସି ଅଭିଯୋଗ ହୋଇନାହିଁ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories