www.samajalive.in
Thursday, December 11, 2025
15.1 C
Bhubaneswar

ସଂସଦରେ ହେବ ରାଫେଲ ନିଷ୍ପତ୍ତି : ଜେପିସି ତଦନ୍ତ ଦାବି କରିବ କଂଗ୍ରେସ

ନୂଆଦିଲ୍ଲୀ : ସୁପ୍ରିମକୋର୍ଟଙ୍କ ରାଫେଲ ରାୟକୁ ନେଇ ବିଜେପି କଂଗ୍ରେସ ଏବଂ ଏହାର ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ କଡ଼ା ସମାଲୋଚନା କରୁଥିବା ବେଳେ ଦଳ ପଛଘୁଞ୍ଚା ନ ଦେଇ ଏହାର ପରବର୍ତ୍ତୀ ରଣନୀତି ପ୍ରସ୍ତୁତ କରିଛି। ରାଫେଲ କାରବାରର ତଦନ୍ତ ପାଇଁ ସୁପ୍ରିମକୋର୍ଟ ଉପଯୁକ୍ତ ମଞ୍ଚ ନୁହେଁ ବୋଲି ଦର୍ଶାଇବା ସହିତ ସଂସଦରେ ଏହି ବିବାଦର ସମାଧାନ ଲାଗି କଂଗ୍ରେସ ଜେପିସି ଗଠନ ଦାବି ଜୋରଦାର କରିଛି। ଦଳୀୟ ମୁଖପାତ୍ର ରଣଦୀପ ସୂର୍ଯ୍ୟେୱାଲା କହିଛନ୍ତି, ସୁପ୍ରିମକୋର୍ଟ ମାମଲାର ସମସ୍ତ ଦିଗ ପ୍ରତି ଧ୍ୟାନ ନେଇନାହାନ୍ତି। ସରକାର ସୁପ୍ରିମକୋର୍ଟଙ୍କୁ ଅଧା ସମର୍ଥିତ ସୂଚନା ପ୍ରଦାନ କରିଛନ୍ତି ଯାହାକି ସମ୍ପୂର୍ଣ୍ଣ ଭାବେ ଏକପାଖିଆ। ଅଧିକାଂଶ ତଥ୍ୟ ପବ୍ଲିକ ଡୋମେନରେ ଉପଲବ୍ଧ ନାହିଁ। ତେବେ ରାଫେଲ କାରବାରର ତଦନ୍ତ କରିବା ଲାଗି ଯୁଗ୍ମ ସଂସଦୀୟ କମିଟି (ଜେପିସି) ହିଁ ଏକମାତ୍ର ଉପଯୁକ୍ତ ମଞ୍ଚ। ଏଣୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯଦି ଭାବୁଛନ୍ତି ରାଫେଲ କାରବାରରେ କିଛି ଲୁଚାଇବାର ନାହିଁ ତା’ହେଲେ ବିଜେପି ଜେପିସି ଗଠନ କରୁ। ରାଫେଲ କାରବାର ସମ୍ବନ୍ଧରେ କଂଗ୍ରେସ ସୁପ୍ରିମକୋର୍ଟକୁ ନ ଯିବା ପଛରେ ଏକ କାରଣ ନିହିତ ରହିଛି ବୋଲି ସେ କହିଛନ୍ତି। ଏଥିସହ ବୋଫର୍ସ ମାମଲାରେ ଯଦି ଜେପିସି ଗଠନ କରାଯାଇପାରିଲା ତା’ହେଲେ ରାଫେଲ ମାମଲାରେ କାହିଁକି ସମ୍ଭବ ନୁହେଁ ବୋଲି ସେ ପ୍ରଶ୍ନ ଉଠାଇଛନ୍ତି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories