www.samajalive.in
Tuesday, December 9, 2025
16.1 C
Bhubaneswar

ସ୍ୱାଦିଷ୍ଟ ମଟନ କିମା ରୋଲ

ଆବଶ୍ୟକ ସାମଗ୍ରୀ
ମଟନ – ୨୫୦ ଗ୍ରାମ ( କିମା ହୋଇଥିବା ମଟନ)
ଅଣ୍ଡା -୧ଟି
ମଇଦା – ୨କପ
ଲୁଣ – ଆବଶ୍ୟକ ପରିମାଣରେ
ତେଲ – ଆବଶ୍ୟକ ପରିମାଣରେ
ହଳଦୀ ଗୁଣ୍ଡ – ଅଳ୍ପ
ଲଙ୍କା ଗୁଣ୍ଡ – ଅଳ୍ପ
ଅଦାରସୁଣ ବଟା – ୨ ଚାମଚ
କଟା ପିଆଜ – ୩ଟି
ଗରମ ମସଲା – ଅଳ୍ପ
କଟା ଧନିଆପତ୍ର – ଆବଶ୍ୟକ ପରିମାଣରେ
କଂଚା ଲଙ୍କା – ୩ଟି
ସିମଲା ଲଙ୍କା – ୧ଟି (କଟା ହୋଇଥିବା)
ଟମାଟୋ – ୧ଟି (କଟା ହୋଇଥିବା)
ପ୍ରସ୍ତୁତି ପ୍ରଣାଳୀ –
ପ୍ରଥମେ ମଇଦାରେ ଅଳ୍ପ ଲୁଣ ପକାଇ ଏହାକୁ ଭଲ ଭାବେ ଚକଟି ଦିଅନ୍ତୁ। ଚକଟିବା ପରେ କିଛି ସମୟ ରଖି ଏଥିରେ ଛୋଟ ଛୋଟ ଗୁଳା କରି ପତଳା ରୁଟି ବେଲି ଦିଅନ୍ତୁ। ଏବେ ଏକ ପାତ୍ରରେ ଅଣ୍ଡାର ଧଳା ଅଂଶକୁ ଭାଙ୍ଗି ସାମାନ୍ୟ ଲୁଣ ଓ ଧନିଆପତ୍ର ପକାଇ ଗୋଳାଇ ଦିଅନ୍ତୁ। ଏହାପରେ ଗ୍ୟାସରେ ଏକ ତାୱା ବସାଇ ତେଲ ପକାଇ ଅଣ୍ଡାକୁ ପକାଇ ଏହା ଉପରେ ପ୍ରସ୍ତୁତ ରୁଟିକୁ ପକାଇ ଉଭୟ ପଟକୁ ଭଲ ଭାବେ ସେକି ଦିଅନ୍ତୁ। ଏହାକୁ ଏକ ପାତ୍ରକୁ କାଢି ରଖନ୍ତୁ। ଏବେ ପୁଣି ଗ୍ୟାସରେ ଏକ କଡ଼େଇ ବସାଇ ତେଲ ଗରମ କରନ୍ତୁ। ତେଲ ଗରମ ହେବା ପରେ ଏଥିରେ ପିଆଜ, ସିମଲା ଲଙ୍କା ପକାଇ ଭାଜିବା ପରେ ଅଦାରସୁଣ ବଟା, ଲଙ୍କା ଗୁଣ୍ଡ, ହଳଦୀ ଗୁଣ୍ଡ, କଂଚା ଲଙ୍କା, ଲୁଣ ପକାଇ କଷନ୍ତୁ। କଷିବା ପରେ ଏଥିରେ ମଟନ କିମା, ପୁଣି କିଛି ପିଆଜ ପକାଇ ଭଲ ଭାବେ କଷନ୍ତୁ। ଏବେ ଏଥିରେ ଧନିଆପତ୍ର ପକାଇ ଏକ ପାତ୍ରକୁ କାଢି ପୂର୍ବ ପ୍ରସ୍ତୁତ ରୁଟି ମଧ୍ୟରେ ଦେଇ ରଖନ୍ତୁ ଓ ରୋଲ ଭଳି କରନ୍ତୁ। ପ୍ରସ୍ତୁତ ହୋଇଗଲା ସ୍ୱାଦିଷ୍ଟ ରୋଲ । ଏହାକୁ ଚଟଣି କିମ୍ବା ସସ ସହ ଖାଆନ୍ତୁ ଓ ମଜା ନିଅନ୍ତୁ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories