www.samajalive.in
Saturday, December 6, 2025
19.1 C
Bhubaneswar

ଇତିହାସର ସବୁଠୁ ଧନୀ ମହିଳା: ଥିଲା ୧୨୦୦ ଲକ୍ଷ କୋଟିର ସମ୍ପତ୍ତି, ରକ୍ତପାତରେ ବି ଆଗରେ

ସମାଜ ଡିଜିଟାଲ ଡେସ୍କ: ଯେତେବେଳେ ବି ଦୁନିଆର ସବୁଠାରୁ ଧନୀ ବ୍ୟକ୍ତିଙ୍କ ବିଷୟରେ କଥା ଉଠେ, ସେତେବେଳେ ବଡ଼ ବଡ଼ କୋଟିପତି ଶିଳ୍ପପତିଙ୍କ ନାମ ପ୍ରଥମେ ଆସେ। ତେବେ ମହିଳାମାନେ ମଧ୍ୟ ଖ୍ୟାତି ଏବଂ ସମ୍ପତ୍ତି କ୍ଷେତ୍ରରେ ପୁରୁଷଙ୍କଠାରୁ କମ୍ ନୁହଁନ୍ତି। ଫ୍ରାନ୍ସର ଫ୍ରାଙ୍କୋଇସ୍ ବେଟାନକୋର୍ଟ ମେୟର୍ସ ବର୍ତ୍ତମାନ ଦୁନିଆର ସବୁଠାରୁ ଧନୀ ମହିଳା। ଏହା ବ୍ୟତୀତ ସମଗ୍ର ବିଶ୍ୱରେ ଧନୀ ମହିଳାମାନଙ୍କର ଅଭାବ ନାହିଁ। କିନ୍ତୁ, କ’ଣ ଆପଣ ସେହି ମହିଳାଙ୍କ ବିଷୟରେ ଜାଣନ୍ତି କି, ଯିଏ ବର୍ତ୍ତମାନ ପର୍ଯ୍ୟନ୍ତର ଦୁନିଆର ସବୁଠୁ ଧନୀ ମହିଳା ଆଖ୍ୟା ପାଇ ଆସିଛନ୍ତି। କେବଳ ଏତିକି ନୁହେଁ ଏହି ମହିଳାଙ୍କୁ ଦିନେ ପୃଥିବୀର ସବୁଠାରୁ ଧନୀ ମହିଳା କୁହାଯାଉଥିଲା। ଖାସ୍‌ କଥା ହେଉଛି ଏହି ମହିଳାଙ୍କ ସମ୍ପତ୍ତି ବର୍ତ୍ତମାନର ବହୁ କୋଟିପତି ଶିଳ୍ପପତିଙ୍କଠାରୁ ଅଧିକ।

ଆଶ୍ଚର୍ଯ୍ୟଜନକ କଥା ହେଉଛି, ଦୁନିଆର ଏହି ଧନୀ ମହିଳାଙ୍କର କୌଣସି ବ୍ୟବସାୟ ନଥିଲା, ତଥାପି ଏତେ ଟଙ୍କା କେଉଁଠୁ ଆସିଲା? ଧନ ଦୃଷ୍ଟିରୁ ଆଜିର କୌଣସି କୋଟିପତି ତାଙ୍କ ସମ୍ମୁଖରେ ଠିଆ ହୋଇପାରିବେ ନାହିଁ। ଏହି ମହିଳା ଯେତିକି ଧନୀ ଥିଲେ, ସେତିକି ନିଷ୍ଠୁର ମଧ୍ୟ ଥିଲେ ବୋଲି କୁହାଯାଏ। ଆସନ୍ତୁ ଜାଣିବା କିଏ ସେହି ଧନୀ ମହିଳା..

- Advertisement -

ଚୀନ୍‌ର ମହାରାଣୀ ୱୁ:

ଡିଏନଏର ରିପୋର୍ଟ ଅନୁସାରେ, ଚୀନ୍‌ର ମହାରାଣୀ ୱୁ ପୃଥିବୀର ସବୁଠାରୁ ଧନୀ ମହିଳା ଥିଲେ। ତାଙ୍କର ମୋଟ ସମ୍ପତ୍ତି ୧୬ ଟ୍ରିଲିୟନ ଆମେରିକୀୟ ଡଲାର ଥିଲା। ଭାରତୀୟ ମୁଦ୍ରାରେ ଏହା ପ୍ରାୟ ୧୨୦୦ ଲକ୍ଷ କୋଟି ଟଙ୍କା।

ଯେତିକି ଧନୀ ସେତିକି ନିଷ୍ଠୁର:

ମହାରାଣୀ ୱୁ ଚୀନ୍‌ର ତାଙ୍ଗ୍‌ ରାଜବଂଶର ଥିଲେ ଏବଂ ଇତିହାସର ସବୁଠାରୁ ଧନୀ ମହିଳା ଶାସକ ଥିଲେ। ଐତିହାସିକମାନେ ମହାରାଣୀ ୱୁଙ୍କୁ ଜଣେ ଅତି ଚତୁର ଶାସକ ଭାବରେ ବର୍ଣ୍ଣନା କରନ୍ତି, ଯିଏ କ୍ଷମତା ବଜାୟ ରଖିବା ପାଇଁ ଅନେକ ରଣନୀତି ବ୍ୟବହାର କରିଥିଲେ। କେତେକ ରିପୋର୍ଟରେ ଦର୍ଶାଯାଇଛି ଯେ, ତାଙ୍କ ପ୍ରଭୁତ୍ବ ବଜାୟ ରଖିବା ପାଇଁ ସେ ନିଜ ପିଲାମାନଙ୍କୁ ମଧ୍ୟ ରାସ୍ତାରୁ ସଫା କରିବାକୁ ସ୍ଥିର କରିଥିଲେ।

ଶାସନ କାଳରେ ବେଶ୍‌ ସମୃଦ୍ଧ ଥିଲା ଅର୍ଥନୀତି:

ମହାରାଜାଙ୍କ ମୃତ୍ୟୁ ପରେ କ୍ଷମତା ମହାରାଣୀ ୱୁଙ୍କ ହାତକୁ ଆସିଥିଲା। ଏହାପରେ ନିଜ କ୍ଷମତା ବଜାୟ ରଖିବା ପାଇଁ ୱୁ ନିଜର ନିଷ୍ଠୁର ମାନସିକତା ଦେଖାଇଥିଲେ। କୁହାଯାଏ ଯେ, ଏହି ରାଣୀ ରାଜ ପରିବାରର ୧୨ ଜଣ ସଦସ୍ୟଙ୍କୁ ହତ୍ୟା କରିଥିଲେ। ଅପରପକ୍ଷେ, କିଛି ଲୋକ ମହାରାଣୀ ୱୁଙ୍କୁ ଗରିବଙ୍କ ଭଗବାନ ବୋଲି ମଧ୍ୟ କୁହନ୍ତି। ଐତିହାସିକମାନେ କୁହନ୍ତି ଯେ, ମହାରାଣୀ ୱୁ ଗରିବ ଲୋକଙ୍କୁ ବହୁତ ସାହାଯ୍ୟ କରିଥିଲେ। ମହାରାଣୀ ୱୁଙ୍କ ଶାସନ କାଳରେ ପ୍ରାୟ ୧୫ ବର୍ଷ ଧରି ମଧ୍ୟ ଏସିଆରେ ଚୀନ୍ ସାମ୍ରାଜ୍ୟର ବିସ୍ତାର ହୋଇଥିଲା। ଏହି ସମୟ ମଧ୍ୟରେ ଚୀନ୍‌ ଅର୍ଥନୀତି ବେଶ୍‌ ସମୃଦ୍ଧ ହୋଇଥିଲା। ଦି ଚାଇନା ପ୍ରୋଜେକ୍ଟରେ ଏ ବିଷୟରେ ବର୍ଣ୍ଣନା କରାଯାଇଛି।

 

Hot this week

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

Related Articles

Popular Categories