www.samajalive.in
Friday, December 5, 2025
26.1 C
Bhubaneswar

ବାପାଙ୍କୁ ଏନକାଉଣ୍ଟର; ଧୁମଧାମରେ ଝିଅକୁ ବିବାହ କରାଇଲା ପୁଲିସ

ସମାଜ ଡିଜିଟାଲ ଡେସ୍କ: ଉତ୍ତରପ୍ରଦେଶର କୁଖ୍ୟାତ ଡାକୁ ସୁଲତାନାକୁ ଧରି ବ୍ରିଟିଶ ପୁଲିସ ଫାଶୀ ଦେଇଥିଲା । ହେଲେ ଅପରାଧିଙ୍କ ଝିଅକୁ ପାଠ ପଢାଇ ବିବାହ କରାଇବା ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି । ଏହା ଏଭଳି ଏକ ବିବାହ ଉତ୍ସବ ଥିଲା ଯେଉଁଥିରେ ବିବାହ ପରେ ଝିଅ ବିଦା ବେଳେ ପୁଲିସ ଅଧିକାରୀମାନେ କାନ୍ଦିଥିଲେ । ବାପା ଉପରେ ଗୁଳି ଚଳାଇଥିବା ପୁଲିସର ହାତ ଝିଅକୁ ଉପହାର ଓ ଆର୍ଶିବାଦ ଦେଉଥିବା ଦେଖିବାକୁ ମିଳିଥିଲା । ଗତବର୍ଷ ଜଣେ ପୁଲିସ କର୍ମଚାରୀକୁ ହତ୍ୟା କରିବା ଅଭିଯୋଗରେ ଅପରାଧୀକୁ ଏନକାଉଣ୍ଟର କରିଥିଲା ପୁଲିସ । ଏନକାଉଣ୍ଟରରେ ପରିବାରର ମୁଖିଆ ନିହତ ହେବା ପରେ ଅନେକ ସମସ୍ୟାର ସମ୍ମୁଖୀନ ହୋଇଥିଲେ ପରିବାର ସଦସ୍ୟ । ଝିଅ ଓ ପତ୍ନୀ ଏସମ୍ପର୍କରେ ପୁଲିସକୁ ଅବଗତ କରାଇବା ପରେ ପୁରା ପରିବାରର ଭାର ପୁଲିସ କାନ୍ଧକୁ ନେଇଥିଲା ।
ଝିଅର ବାହାଘର ଠିକ୍‌ ହେବା ପରେ ପୁରା ଖର୍ଚ୍ଚର ଦାୟିତ୍ୱ ପୁଲିସ ଅଧିକାରୀମାନେ ନେଇଥିଲେ । ଗେଷ୍ଟ ହାଉସ୍‌, ବରଯାତ୍ରୀଙ୍କ ଖାଇପା ପିଇବା, ଉପହାର ସବୁକିଛି ଆୟୋଜନ କରିଥିଲା ପୁଲିସ । ବାହାଘର ପରେ ପୁଲିସ ପକ୍ଷରୁ ଝିଅକୁ ଅନେକ ଉପହାର ମଧ୍ୟ ଦିଆଯାଇଥିଲା । ଯାହାକୁ ଦେଖିବା ପରେ ସଭିଏଁ ଚକିତ ହୋଇଯାଇଥିଲେ ।
୨୦୨୩ ମେ ୧୦ରେ ମଥୁରା ନିବାସୀ ଭେଦଜିତ ସିଂହକୁ ହତ୍ୟା କରିଥିଲେ ଅପରାଧି । ଘଟଣା ୪ଦିନ ପରେ ପୁଲିସ ମୁଖ୍ୟ ଅଭିଯୁକ୍ତ ରମେଶ ରାୟକବାର ଏବଂ କଲ୍ଲୁ ଅହିରାବାରଙ୍କୁ ଏନକାଉଣ୍ଟର କରିଥିଲା । ଏନକାଉଣ୍ଟର ପରେ ରମେଶର ପରିବାର ଅନାଥ ହୋଇଥିଲେ । ରମେଶ ପତ୍ନୀ ତାରା ଏବଂ ବଡ ଝିଅ ଶିବାଙ୍ଗୀ ପୁଲିସ ଅଧିକାରୀଙ୍କୁ ଭେଟି ପରିବାର ସମ୍ପର୍କରେ କହିଥିଲେ । ପୁଲିସ ସେତେବେଳେ ପୁରା ପରିବାରର ଖର୍ଚ୍ଚ ବହନ କରିବାକୁ ପ୍ରତିଶ୍ରୁତି ଦେବା ସହ ପାଳନ କରିଛନ୍ତି । ରମେଶର ଦୁଇଟି ଝିଅ ଓ ଗୋଟିଏ ପୁଅକୁ ପାଠ ପଢାଇ ବାହାଘର କରିବାର ଦାୟିତ୍ୱ ନେଇଥିଲା ପୁଲିସ । ପୁଲିସ ନିଜ ଝିଅ ଭଳି ଶିବାଙ୍ଗୀର ବାହାଘର କରିଥିବା ରମେଶଙ୍‌କ ପତ୍ନୀ କହିଛନ୍ତି ।

Hot this week

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

Related Articles

Popular Categories