www.samajalive.in
Friday, December 5, 2025
26.1 C
Bhubaneswar

ଏହି ସମୟରେ ଦହି ଖାଇବା କାହିଁଁକି ଆବଶ୍ୟକ..

ସୁସ୍ଥ ଶରୀର ପାଇଁ ସାଧାରଣତଃ କ୍ଷୀର ଓ କ୍ଷୀର ଜାତୀୟ ଖାଦ୍ୟ ସେବନ କରିବାକୁ ପରାମର୍ଶ ଦିଆଯାଇଥାଏ। କିଛି ଲୋକଙ୍କୁ କ୍ଷୀର ପସନ୍ଦ ନୁହେଁ। ମାତ୍ର ଦହି ଖାଇବାକୁ ବେଶ ପସନ୍ଦ କରିଥାଆନ୍ତି। ଦୈନନ୍ଦିନ ଖାଦ୍ୟରେ ଅଧିକାଂଶ ଏହାକୁ ସାମିଲ କରିଥାଆନ୍ତି। ଏହାସହ ଦହି ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବେଶ ଲାଭକାରୀ। ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତାନୁସାରେ ନିୟମିତ ଖରାବେଳର ଖାଦ୍ୟରେ ଦହି ସେବନ କରିବା ଦ୍ୱାରା ଶରୀର ପାଇଁ ଅନେକ ଲାଭ ହୋଇଥାଏ।

ଦହିରେ ଅନେକ ଉତ୍ତମ ବ୍ୟାକ୍ଟେରିଆ ସହ ଅନେକ ପୋଷକ ତତ୍ତ୍ୱ ରହିଛି। ଏହା ପାଚନ ତନ୍ତ୍ରକୁ ସୁସ୍ଥ ରଖିବାରେ ସହାୟକ ହୋଇଥାଏ। ଏହା ଖାଦ୍ୟ ନଳୀକୁ ମଧ୍ୟ ସୁସ୍ଥ ରଖିଥାଏ। ଯେଉଁ ମାନଙ୍କର କୋଷ୍ଠକାଠିନ୍ୟ, ଗ୍ୟାଷ୍ଟ୍ରିକ୍‌‌, ଏସିଡିଟି ସହ ପେଟ ଜନିତ ଅନେକ ରୋଗ ରହିଛି, ସେମାନେ ଏହାକୁ ଦୂର ପାଇଁ ଦହିର ସେବନ କରି ପାରିବେ। ଏହା ଅତ୍ୟନ୍ତ ଲାଭଦାୟକ।

- Advertisement -

ଦହିରେ ପ୍ରୋଟିନ୍‌‌, କ୍ୟାଲସିୟମ ଓ ଭିଟାମିନ୍‌‌ ବି ରହିଛି। ଏହା ଶରୀରକୁ ଶକ୍ତି ପ୍ରଦାନ କରିଥାଏ। ଖରାବେଳ ସମୟରେ ଦହି ଖାଇବା ଦ୍ୱାରା ଶରୀରକୁ ଶକ୍ତି ମିଳିଥାଏ, ବ୍ୟାୟାମ ଓ ଦୈନିକ କାର୍ଯ୍ୟକଳାପ କରିବା ପାଇଁ ସହାୟକ ହୋଇଥାଏ।
ଦହି ସେବନ ଦ୍ୱାରା ଶରୀରର ଉଷ୍ଣତାକୁ ହ୍ରାସ କରିଥାଏ। ଏହା ଶରୀରକୁ ଶୀତଳତା ପ୍ରଦାନ କରିଥାଏ। ଖରାଦିନେ ଶରୀରରୁ ଅଧିକ ଝାଳ ନିର୍ଗତ ହୋଇଥାଏ। ଦହି ସେବନ ଦ୍ୱାରା ଏହା ଖରାଦିନେ ହେଉଥିବା ହୃଦଘାତ ଓ ଦାନ୍ତ ଜନିତ ଅନେକ ସମସ୍ୟାରୁ ମଧ୍ୟ ରକ୍ଷା କରିଥାଏ।

ଦହି ଖାଇବା ଦ୍ୱାରା ନିୟମିତ ଭାବେ ଓଜନ ନିୟନ୍ତ୍ରିତ ହୋଇ ରହିଥାଏ। ଅଧିକ ସମୟ ଯାଏଁ ପେଟ ଭର୍ତ୍ତି ହେବା ଭଳି ଅନୁଭବ ହୋଇଥାଏ। ଫଳରେ ଲୋକେ ବାରମ୍ବାର ଖାଦ୍ୟ ଖାଇବାକୁ ଇଚ୍ଛା କରନ୍ତି ନାହିଁ। ଏହା ବ୍ୟତୀତ ଦହିରେ ପ୍ରୋଟିନ୍‌‌ ରହିଛି, ଫଳରେ ଏହାକୁ ଖାଇବା ଦ୍ୱାରା ଭୋକ କମ୍‌‌ ହୋଇଥାଏ।

ଦହିରେ ଥିବା ପୋଷକ ତତ୍ତ୍ୱ ତ୍ୱଚା ପାଇଁ ବେଶ ଲାଭଦାୟକ। ଏଥିରେ ଥିବା ଉତ୍ତମ ବ୍ୟାକ୍ଟେରିଆ ତ୍ୱଚାକୁ ସୁସ୍ଥ ରଖିବା ସହ ଏହାର ଚମକ ବୃଦ୍ଧି କରିଥାଏ। ତ୍ୱଚାରେ ବ୍ରଣ ସମସ୍ୟାକୁ ମଧ୍ୟ ଦୂର କରିଥାଏ।
ଦହିରେ କ୍ୟାଲସିୟମ, ଭିଟାମିନ୍‌‌ ଡି ଓ ଅନ୍ୟ ପୋଷକ ତତ୍ତ୍ୱ ରହିଛି। ଯାହା ହାଡ ଓ ଦାନ୍ତ ପାଇଁ ଲାଭଦାୟକ। ତେଣୁ ଖରାବେଳର ଖାଦ୍ୟରେ ଦହିର ସେବନ ନିଶ୍ଚୟ କରିବା ଉଚିତ୍‌‌।

Hot this week

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

Related Articles

Popular Categories