www.samajalive.in
Saturday, December 13, 2025
26.1 C
Bhubaneswar

ଜାଗରରେ ରାତି ୧୨ଟାରେ କରନ୍ତୁ ଏହି ମନ୍ତ୍ର ଜପ: ସବୁ ସମସ୍ୟା ହେବ ଦୂର

ସମାଜ ଡିଜିଟାଲ ଡେସ୍କ: ୮ ମାର୍ଚ୍ଚରେ ମହାଶିବରାତ୍ରି । ଏହି ଦିନ ଶିବଭକ୍ତ ମାନେ ଉପବାସ କରିବା ସହ ସ୍ୱତନ୍ତ୍ର ପୂଜାପାଠ କରିଥାନ୍ତି । ଏହି ଦିନ ପୂଜାପାଠ, ମନ୍ତ୍ର ଜପ କଲେ ସବୁ ସମସ୍ୟା ଦୂର ହୋଇଥାଏ । ତେବେ ଏଥର ମହାଶିବରାତ୍ରିରେ ରାତି ୧୨ଟାରେ ଏକ ମନ୍ତ୍ର ଜପ କଲେ ଆପଣଙ୍କ ଜୀବନରେ ଥିବା ସବୁ ସମସ୍ୟାର ସମାଧାନ ହୋଇଯିବ ବୋଲି ଜ୍ୟୋତିଷମାନେ ମତବ୍ୟକ୍ତ କରିଛନ୍ତି । ତେବେ ଭୋପାଳର ଜ୍ୟୋତିଷ ପଣ୍ଡିତ ହିତେନ୍ଦ୍ର କୁମାର ଶର୍ମାଙ୍କ ଠାରୁ ଚାଲନ୍ତୁ ଜାଣିବା ଏହି ପ୍ରତିକାର କଣ ଏବଂ ମନ୍ତ୍ର ଜପ କିପରି କରିବେ ।

ମହାଶିବରାତ୍ରୀ ଦିନ ଏକ ଦୁରୁଦୁରା ଫୁଲ ତୋଳିକି ଆଣନ୍ତୁ । ସେହି ଫୁଲକୁ ରାତି ୧୨ଟାରେ ଆପଣଙ୍କ ଘର ପାଖରେ ଥିବା କୌଣସି ଏକ ଶିବ ମନ୍ଦିରକୁ ଯାଇ ଭଗବାନ ଶିବଙ୍କୁ ଅର୍ପଣ କରନ୍ତୁ । ଏହାପରେ ମନ୍ଦିର ବାହାରେ ବସି ‘ଶ୍ରୀ ଶିବାୟ ନମସ୍ତୁଭୟଂ’ ମନ୍ତ୍ର ଜପ କରନ୍ତୁ । ଅଧଘଣ୍ଟା ଧରି ଦୁରୁଦୁରୁରା ଫଲକୁ ଶିବଲିଙ୍ଗ ଉପରେ ରଖି ମନ୍ତ୍ର ଜପ କରିବା ପରେ ଫୁଲକୁ ନେଇ ଘରକୁ ଆସନ୍ତୁ । ଏହାପରେ ଫୁଲକୁ ନାଲି କପଡାରେ ବାନ୍ଧି ନିକ ନିଜ ଘରେ ଟଙ୍କା ରଖୁଥିବା ସ୍ଥାନ, ବ୍ୟବସାୟ ସ୍ଥାନ ଏବଂ ଚାଷ କରୁଥିବା ସ୍ଥାନରେ ରଖିବେ । ଦେଖିବେ ଆପଣଙ୍କ ଜୀବନରେ ଥିବା ସବୁ ସମସ୍ୟାର ସମାଧାନ ଖୁବ ସହଜରେ ହୋଇଯିବ । ଏହି ମନ୍ତ୍ରପାଠ ଆପଣ ଯେକୌଣସି ଶିବରାତ୍ରିରେ କରିପାରିବେ । ହେଲେ ମହାଶିରାତ୍ରିରେ କରିବା ଦ୍ୱାରା ଶୀଘ୍ର ଫଳ ପ୍ରାପ୍ତି ହେବ ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories