www.samajalive.in
Sunday, December 14, 2025
26.1 C
Bhubaneswar

ବାରଣାସୀରୁ ନିର୍ବାଚନ ଲଢିବେ ପ୍ରଧାନମନ୍ତ୍ରୀ ମୋଦୀ,୧୯୫ ଲୋକ ସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଜାରୀ

ନୂଆଦିଲ୍ଲୀ – ବାରଣାସୀରୁ ନିର୍ବାଚନ ଲଢିବେ ପ୍ରଧାନମନ୍ତ୍ରୀ ମୋଦୀ । ବିଜେପି ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦିଆଯାଇଛି । ୨୦୧୯ ମସିହାରେ ପ୍ରଧାନମନ୍ତ୍ରୀ ମୋଦୀ ଏହି ଆସନରୁ ବିଜୟୀ ହୋଇଥିଲେ । ଅମିତ ଶାହ ଗାନ୍ଧୀ ନଗରରୁ ଲୋକସଭା ନିର୍ବାଚନ ଲଢିବେ । ବିଜେପିର ରାଷ୍ଟ୍ରୀୟ ମହାସଚିବ ବିନୋଦ ତାବଡେ ଏହି ସୂଚନା ଦେଇଛନ୍ତି ।

ବିଜେପି ପକ୍ଷରୁ ୧୯୫ ଜଣ ପ୍ରାର୍ଥୀଙ୍କର  ସୂଚୀ ଜାରି କରାଯାଇଛି । ଏଥିରେ ୩୪ ଜଣ ମନ୍ତ୍ରୀଙ୍କ ନାମ ରହିଛି । ୧୬ଟି ରାଜ୍ୟ ସହ ୨ଟି କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ହିଁ ସୂଚୀ ଜାରି କରାଯାଇଛି ।

- Advertisement -

ବିଜେପିର ପ୍ରଥମ ତାଲିକାରେ ଉତ୍ତରପ୍ରଦେଶ (୫୧), ପଶ୍ଚିମବଙ୍ଗ (୨୦), ମଧ୍ୟପ୍ରଦେଶ (୨୪), ଗୁଜରାଟ (୧୫), ରାଜସ୍ଥାନ (୧୫), କେରଳ (୧୨), ତେଲେଙ୍ଗାନା (୯), ଆସାମ (୧୧), ଝାଡ଼ଖଣ୍ଡ (୧୧), ଛତିଶଗଡ଼ (୧୧),କେରଳର ୧୨, ତେଲେଙ୍ଗାନାର ୯, ଆସାମରେ ୧୧, ଝାଡ଼ଖଣ୍ଡର ୧୧, ଛତିଶଗଡର ୧୧, ଦିଲ୍ଲୀରେ ୫, ଜମ୍ମୁ-କଶ୍ମୀରର ୨, ଉତ୍ତରାଖଣ୍ଡରେ ୩, ଅରୁଣାଚଳରେ ୨, ଗୋଆରେ ୧, ତ୍ରିପୁରା-୧,ଆଣ୍ଡମାନ ନିକୋବର ଜଣେ,  ଦମନ ଦିଉର ଜଣେ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି ।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories