ଭଦ୍ରକ: ଧୂଷୁରି ଥାନା କୋଠାର ଗାଁରେ ଅଭାବନୀୟ ଘଟଣା। କିଛି ଘଣ୍ଟା ବ୍ୟବଧାନରେ ଝୁଲି ପଡ଼ିଲେ ଭାଇଭଉଣୀ। ସକାଳେ ସାନବାପାଙ୍କ ପୁଅ ରଶି ଲଗାଇ ଆତ୍ମହତ୍ୟା କରିଥିଲେ। ସତ୍କାର ସରି ନ ଥିବାବେଳେ ବଡ଼ ବାପାଙ୍କ ଝିଅ ଘରେ ଝୁଲିପଡ଼ିଲେ। ପରିବାରରେ ୨ଜଣଙ୍କ ଆତ୍ମହତ୍ୟା ନେଇ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। କ’ଣ ପାଇଁ ଭାଇଭଉଣୀ ଆତ୍ମହତ୍ୟା କଲେ ତାହାର କାରଣ ଜଣାପଡ଼ିନାହିଁ। ହେଲେ ପାରିବାରିକ କଳହ ଯୋଗୁଁ ଭାଇଭଉଣୀ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି।
Popular Categories



