www.samajalive.in
Thursday, December 11, 2025
14.1 C
Bhubaneswar

ହାତଗଣ୍ଠି ବଦଳରେ ପଡ଼ିଲା ହାତକଡ଼ି, ବିବାହ ବେଦୀରୁ ବରକୁ ଉଠାଇ ନେଲା ପୁଲିସ

ଭୁବନେଶ୍ବର: ବେଦୀରୁ ଥାନାକୁ ଗଲା ବର। ହାତଗଣ୍ଠି ବଦଳରେ ପଡ଼ିଲା ହାତକଡ଼ି। ବେଦିରୁ ବରକୁ ଉଠାଇ ନେଲା ଭୁବନେଶ୍ବର ମହିଳା ଥାନା ପୁଲିସ। ଦ୍ବିତୀୟ ବିବାହ କରୁଥିବାବେଳେ ଜଣେ ଯୁବକଙ୍କୁ ଭୁବନେଶ୍ବର ମହିଳା ଥାନା ପୁଲିସ ଉଠାଇ ନେଇଥିଲା। ରାଜଭବନ ଛକ ରାଧାକୃଷ୍ଣ ମନ୍ଦିରରେ ବାହାଘର ଚାଲିଥିଲାବେଳେ ପୁଲିସ ଉଠାଇ ନେଇଥିଲା। ପ୍ରଥମ ପତ୍ନୀଙ୍କ ଅଭିଯୋଗ ପରେ ରାଜଭବନ ଛକ ରାଧାକୃଷ୍ଣ ମନ୍ଦିରରେ ଦ୍ବିତୀୟ ବିବାହ ଚଳାଇଥିବା ବରକୁ ପୁଲିସ ଉଠାଇ ନେଇଥିଲା।

୨୦୦୯ରେ ବିବାହ କରିଥିବା ନେଇ ଭୁବନେଶ୍ବର ମହିଳା ଥାନାରେ ଜଣେ ଯୁବତୀ ପହଞ୍ଚିଥିଲେ। କଲକାତାରେ ୨୦୦୯ରେ ତାଙ୍କର ବିବାହ ହୋଇଛି ବୋଲି କହିବା ସହିତ ଭୁବନେଶ୍ବର ମହିଳା ଥାନାରେ ବିବାହ ପ୍ରମାଣପତ୍ର ମଧ୍ୟ ଦାଖଲ କରିଥିଲେ। ଆଜି ତାଙ୍କ ସ୍ବାମୀଙ୍କ ବିବାହ ରାଜଭବନ ଛକ ରାଧାକୃଷ୍ଣ ମନ୍ଦିରରେ ଚାଲିଥିବା କହିଥିଲେ। ପ୍ରଥମ ପତ୍ନୀଙ୍କ ଅଭିଯୋଗକୁ ଆଧାର କରି ଭୁବନେଶ୍ବର ମହିଳା ଥାନା ପୁଲିସ ରାଧାକୃଷ୍ଣ ମନ୍ଦିରରେ ପହଞ୍ଚି ବରକୁ ବେଦିରୁ ଉଠାଇ ନେଇଥିଲେ। ଏପରିକି ଅଭିଯୋଗ କରିଥିବା ଯୁବତୀଙ୍କୁ ଅଟକ ରଖି ପୁଲିସ ପଚାରଉଚୁରା କରୁଥିବା ପୁଲିସ ସୂଚନା ଦେଇଛି।

Hot this week

ଅନୁଗୁଳରେ ଫୁଟିଲା ଗୁଳି, ଜଣେ ଗୁରୁତର

ଅନୁଗୁଳ : ଅନୁଗୁଳରେ ଫୁଟିଲା ଗୁଳି । ଶିକ୍ଷକପଡ଼ା ସ୍ଥିତ ଇକୋ...

ଚିନ୍ତାକଳ୍ପ : ଗୁଣଗ୍ରାହିତା

ଆବ୍ରାହମ ଲିଙ୍କନ, ଆମେରିକାର ଲୋକପ୍ରିୟ ରାଷ୍ଟ୍ରପତିଙ୍କ ମଧ୍ୟରୁ ଅଗ୍ରଗଣ୍ୟ। ଆଜି ମଧ୍ୟ...

ରାଉରକେଲା ସବୁଠୁ ଥଣ୍ଡା ସହର

ଭୁବନେଶ୍ବର: ଉତ୍ତର-ପଶ୍ଚିମ ଦିଗରୁ ରାଜ୍ୟକୁ ଥଣ୍ଡା ଶୁଷ୍କ ବାୟୁ ପ୍ରବାହିତ ହେଉଛି।...

ସମ୍ପାଦକୀୟ : ବିଯୋଗ ଅଧିକାର

ଶାନ୍ତି ଛଡ଼ାଇ ନ ନେଉ କର୍ପୋରେଟ ଜଗତ ଭାରତୀୟ ସଂସଦରେ ଏକ ଗୁରୁତ୍ୱପୂର୍ଣ୍ଣ...

ସମ୍ପାଦକୀୟ : ମାଲକାନଗିରି ହିଂସା

ଭୂମିପୁତ୍ରଙ୍କ ଦୁଃଖ ଦୂରହେଉ ମାଲକାନଗିରି ଜିଲାର ଏମ୍‌ଭି -୨୬ ଗାଁରେ ଘଟିଥିବା ହିଂସାକାଣ୍ଡ...

Related Articles

Popular Categories