www.samajalive.in
Tuesday, December 9, 2025
15.1 C
Bhubaneswar

ରୋଜଭ୍ୟାଲି କ୍ଷୁଦ୍ର ଜମାକାରୀ ପାଇବେ ଅର୍ଥ 

କଟକ: ରୋଜଭ୍ୟାଲି ଚିଟ୍‍ଫଣ୍ଡ ସଂସ୍ଥାରେ ଅର୍ଥ ଲଗାଇଥିବା କ୍ଷୁଦ୍ର ଜମାକାରୀ ଖୁବ୍‍ଶୀଘ୍ର ଅର୍ଥ ଫେରସ୍ତ ପାଇବେ। ଏ ନେଇ ଗୁରୁବାର ସ୍ୱତନ୍ତ୍ର ଡେଜିଗନେଟେଡ କୋର୍ଟ ରାୟ ପ୍ରକାଶ କରି ଚିହ୍ନଟ ହୋଇଥିବା ୨,୩୮,୪୭୭ ଜମାକାରୀଙ୍କୁ ୯୨,୦୮,୯୬,୯୮୨ଟଙ୍କା ଫେରସ୍ତ କରିବା ପାଇଁ ପ୍ରାଧିକୃତ ଅଧିକାରୀ ତଥା କଟକ ଅତିରିକ୍ତ ଜିଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ପିପି ସୁବ୍ରତ ମହାନ୍ତି ମାମଲା ପରିଚାଳନା କରୁଥିଲେ। ୨୦୧୫, ଫେବୃୟାରୀ ୨୫ ଓ ୨୦୧୮, ମାର୍ଚ୍ଚ ୨୦ତାରିଖରେ ସ୍ୱତନ୍ତ୍ର କୋର୍ଟ ରୋଜଭ୍ୟାଲି ସଂସ୍ଥାର ସମସ୍ତ ସ୍ଥାବର ଓ ଅସ୍ଥାବର ସଂପତ୍ତିକୁ ବାଜ୍ୟାପ୍ତି କରିବା ପାଇଁ ସ୍ୱତନ୍ତ୍ର କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଏଥିକ୍ରମେ କମ୍ପାନୀର ସଂପତ୍ତି ବାଜ୍ୟାପ୍ତି ପରେ ୨୯, ୯୭,୦୨,୬୭୦ଟଙ୍କା ଓ ବ୍ୟାଙ୍କରେ ଜମା ଥିବା ୬୨କୋଟି ୧୧ ହଜାର ୯୪ ହଜାର ୩୧୨ଟଙ୍କା ପ୍ରାଧିକୃତ ଅଧିକାରୀଙ୍କ ଆକାଉଣ୍ଟକୁ ଆସିଥିଲା। ୯୨କୋଟି ୮ଲକ୍ଷ ୯୬ହଜାର ୯୮୨ଟଙ୍କା ପ୍ରାଧିକୃତଙ୍କ ବ୍ୟାଙ୍କ ଆକାଉଣ୍ଟରେ ଜମା ହୋଇଥିଲା। ଏହି ଅର୍ଥ କ୍ଷତିଗ୍ରସ୍ତ କ୍ଷୁଦ୍ର ଜମାକାରୀଙ୍କୁ ବାଣ୍ଟିବା ପାଇଁ ଅନୁମତି ଦିଆଯାଉ ବୋଲି ପ୍ରାର୍ଥନା କରି ପ୍ରାଧିକୃତ ଅଧିକାରୀ ସ୍ୱତନ୍ତ୍ର କୋର୍ଟରେ ଏକ ମାମଲା ଦାୟର କରିଥିଲେ। ତେବେ ସମୁଦାୟ ୨,୮୫,୫୪୫ ଜମାକାରୀ ୨୨୬,୬୭,୯୧,୯୧୯ଟଙ୍କା ପାଇବା ପାଇଁ ଥିବାବେଳେ ଆକାଉଣ୍ଟରେ ଥିବା ଅର୍ଥ ଯଥେଷ୍ଟ ନୁହେ ବୋଲି ଦର୍ଶାଯାଇଥିଲା। ଚିହ୍ନଟ ପ୍ରକ୍ରିୟାରେ ୨,୩୮,୪୭୭କ୍ଷୁଦ୍ର ଜମାକାରୀଙ୍କୁ ଚିହ୍ନଟ କରାଯାଇ ୯୫କୋଟି ୮୪ଲକ୍ଷ ୧୨ ହଜାର ୯୮୩ଟଙ୍କା ଦେବା ପାଇଁ ଦାବି ରହିଥିଲା। ତେବେ ଜମାକାରୀମାନଙ୍କୁ ନ୍ୟାୟ ଦେବା ପାଇଁ ଟଙ୍କା ବଣ୍ଟନରେ ସମାନତା ଆଣିବା ପାଇଁ ପ୍ରଥମେ ୭ହଜାରରୁ କମ ଜମାକାରୀମାନଙ୍କୁ ସମସ୍ତ ଅର୍ଥ ଦେବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଥିବାବେଳେ ୭ହଜାରରୁ ୧୦ହଜାର ପର୍ଯ୍ୟନ୍ତ ଚିହ୍ନଟ ଜମାକାରୀମାନଙ୍କୁ ଜମା ଅଂଶର ଶତକଡା ୫୨ପ୍ରତିଶତ ଅର୍ଥ ଦେବା ପାଇଁ କୋର୍ଟ ରାୟରେ ଦର୍ଶାଇଛନ୍ତି। ଏହି ଅର୍ଥ ଜମାକାରୀଙ୍କ ଆକାଉଣ୍ଟକୁ ଅନ-ଲାଇନ ଟ୍ରାନ୍ସଫର କରାଯିବ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories