www.samajalive.in
Wednesday, December 10, 2025
16.1 C
Bhubaneswar

ମୃଣାଳିନୀଙ୍କୁ ଛତିଶା ନିଯୋଗ ନାୟକଙ୍କ ନିମନ୍ତ୍ରଣ

ପୁରୀ: ଶ୍ରୀମନ୍ଦିର ପରିଚାଳନା ବ୍ୟବସ୍ଥାରେ ସଂସ୍କାର ଏବଂ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ସୁପ୍ରିମକୋର୍ଟରେ ମୋକଦ୍ଦମା କରିଥିବା ଆଇନଜୀବୀ ମୃଣାଳିନୀ ପାଢ଼ୀଙ୍କୁ ଛତିଶା ନିଯୋଗ ମହାନାୟକ ଜନାର୍ଦନ ପାଟ୍ଟଯୋଶୀ ମହାପାତ୍ର ଗୁରୁବାର ନିମନ୍ତ୍ରଣ କରିଛନ୍ତି। ଦାରିଦ୍ର୍ୟ ସୀମାରେଖା ତଳେଥିବା ସେବକଙ୍କୁ ବିଭିନ୍ନ ସୁବିଧା ସୁଯୋଗ ଦେବା ପାଇଁ ଶ୍ରୀମତୀ ପାଢ଼ୀ ୨ଦିନ ତଳେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଚିଠି ଲେଖିଥିଲେ। ପାଳିଆ ସେବକଙ୍କ ବକେୟା ପ୍ରାପ୍ୟ ପାଉଣା ତୁରନ୍ତ ପ୍ରଦାନ ପାଇଁ ସେ ମୁଖ୍ୟ ପ୍ରଶାସକଙ୍କୁ ଅନୁରୋଧ କରିଥିଲେ। ତେଣୁ ତାଙ୍କ ପ୍ରତି ସେବକଙ୍କ ରହିଥିବା ମନୋଭାବରେ କିଛିଟା ପରିବର୍ତ୍ତନ ଦେଖିବାକୁ ମିଳିଛି।
ଶ୍ରୀମନ୍ଦିର ଛତିଶା ନିଯୋଗ ନାୟକ ଶ୍ରୀ ପାଟ୍ଟଯୋଶୀ ମହାପାତ୍ର ଏକ ଚିଠି ଲେଖିଛନ୍ତି। ପୁରୀ ଗସ୍ତରେ ଆସି ଶ୍ରୀଜୀଉଙ୍କୁ ଦର୍ଶନ କରିବା ସହ ଶ୍ରୀମନ୍ଦିର ତଥା ସେବକଙ୍କ ସମସ୍ୟା ସମ୍ପର୍କରେ ଅନୁଧ୍ୟାନ କରି ତା’ର ସମାଧାନ ପାଇଁ ସର୍ବୋଚ୍ଚ ନ୍ୟାୟାଳୟରେ ପକ୍ଷ ରଖିବାକୁ ସେ ଅନୁରୋଧ କରିଛନ୍ତି। ଚିଠିରେ ଶ୍ରୀ ମହାପାତ୍ର ଉଲ୍ଲେଖ କରିଛନ୍ତିଯେ, ଆପଣଙ୍କ ପଦକ୍ଷେପ ଅତ୍ୟନ୍ତ ସ୍ୱାଗତଯୋଗ୍ୟ। ଶ୍ରୀଜଗନ୍ନାଥ ମନ୍ଦିରରେ ଅନେକ ସମସ୍ୟା ରହିଛି, ଯାହା ଭକ୍ତଙ୍କ ଦର୍ଶନ ଓ ଶ୍ରୀଜଗନ୍ନାଥ ସଂସ୍କୃତିକୁ ପ୍ରଭାବିତ କରୁଛି। ସମସ୍ତ ସକାରାତ୍ମକ ଚିନ୍ତନକୁ ଆମେ ସ୍ୱାଗତ କରୁଛୁ। ପାରସ୍ପରିକ ଶ୍ରଦ୍ଧା ଓ ଆଲୋଚନା ମାଧ୍ୟମରେ ଏହିସବୁ ସମସ୍ୟାର ଉପଯୁକ୍ତ ସମାଧାନ ମାର୍ଗ ବାହାରି ପାରିବ। ଶ୍ରୀଜଗନ୍ନାଥ ମହାପ୍ରଭୁ ଏବଂ ଭକ୍ତଙ୍କ ସମସ୍ୟା ସହ ସେବକଙ୍କ ବିଷୟରେ ସୁପ୍ରିମକୋର୍ଟଙ୍କ ଦୃଷ୍ଟିଆକର୍ଷଣ ପାଇଁ ଛତିଶା ନିଯୋଗ ନାୟକ ଶ୍ରୀ ମହାପାତ୍ର ଚିଠି ମାଧ୍ୟମରେ ମୃଣାଳିନୀଙ୍କୁ ପରାମର୍ଶ ଦେଇଛନ୍ତି। ଏ ସମ୍ପର୍କରେ ମୃଣାଳିନୀଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ। ତାଙ୍କ ଅଭିଯୋଗକୁ ଭିତ୍ତିକରି ସର୍ବୋଚ୍ଚ ନ୍ୟାୟାଳୟ ଶ୍ରୀମନ୍ଦିରରେ ସେବକଙ୍କ ଦ୍ୱାରା ଦାନଦକ୍ଷିଣା ଆଦାୟ ବନ୍ଦ ପାଇଁ ନିର୍ଦେଶ ଦେଇଥିଲେ। ଶ୍ରୀମନ୍ଦିରରେ ପ୍ରଶାସନିକ ସଂସ୍କାର, ଦର୍ଶନ ଶୃଙ୍ଖଳା ଏବଂ ପରିମଳ ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ଜିଲାଜଜ୍‍ ୧୨ଗୋଟି ପ୍ରସ୍ତାବ ସର୍ବୋଚ୍ଚ ନ୍ୟାୟାଳୟଙ୍କୁ ପ୍ରଦାନ କରିଥିଲେ। ଏହି ମୋକଦ୍ଦମା ବିଚାରାଧୀନ ଥିବାବେଳେ ଶ୍ରୀମତୀ ପାଢ଼ୀ ସେବକଙ୍କ ସମସ୍ୟା ସମ୍ପର୍କରେ ମନ୍ଦିର ପ୍ରଶାସନର ଦୃଷ୍ଟିଆକର୍ଷଣ କରିଛନ୍ତି।

Hot this week

ବାରବାଟୀରେ ଏକତରଫା ବିଜୟ: ଦକ୍ଷିଣ ଆଫ୍ରିକାର ସର୍ବନିମ୍ନ ସ୍କୋର

କଟକ: କଟକ ବାରବାଟୀ ଷ୍ଟାଡିୟମ୍‌ରେ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକା ବିପକ୍ଷରେ...

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

Related Articles

Popular Categories