www.samajalive.in
Saturday, December 6, 2025
23.1 C
Bhubaneswar

ସ୍ବରାଷ୍ଟ୍ରମନ୍ତ୍ରୀଙ୍କୁ ନବୀନଙ୍କ ଚିଠି: ତିତ୍‌ଲି ସହାୟତା​‌ ରାଶି ତୁରନ୍ତ ଦିଅ

ଭୁବନେଶ୍ବର: ତିତ୍‌ଲି ସହାୟତା ରାଶି ତୁରନ୍ତ ପ୍ରଦାନ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛନ୍ତି। ଜାତୀୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠିରେ ୨୦୨୩ କୋଟି ଟଙ୍କା ଯୋଗାଇ ଦେବାକୁ ସେ ଅନୁରୋଧ କରିଛନ୍ତି। ଏହା ପୂର୍ବରୁ ଅକ୍ଟୋବର ୧୮ ତାରିଖରେ ସହାୟତା ରାଶି ପ୍ରଦାନ ପାଇଁ ନବୀନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପତ୍ର ଲେଖିଥିଲେ।
କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂହଙ୍କୁ ଆଜି ଲେଖିଥିବା ପତ୍ରରେ ଶ୍ରୀ ପଟ୍ଟନାୟକ ଜଣାଇଛନ୍ତି ଯେ ଅକ୍ଟୋବର ମାସରେ ଦେଖା ଦେଇଥିବା ତିତ୍‌ଲି ଝଡ଼ ପ୍ରଭାବରେ ଓଡ଼ିଶାର ୧୭ଟି ଜିଲାର ୬୦ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଥିଲେ। କ୍ଷୟକ୍ଷତି ଆକଳନ ପରେ ଉଦ୍ଧାର ଓ ଥଇଥାନ କାର୍ଯ୍ୟ ପାଇଁ ଆବଶ୍ୟକ ଥିବା ୨୭୭୯ କୋଟି ଟଙ୍କାରୁ ୨୦୨୩ କୋଟି ଟଙ୍କା ଯୋଗାଇ ଦେବାକୁ କୁହାଯାଇ ଥିଲା। ସେଥି ମଧ୍ୟରୁ ମଧ୍ୟବର୍ତ୍ତୀକାଳୀନ ସହାୟତା ରାଶି ବାବଦରେ ଅଗ୍ରିମ ୧୦୦୦ କୋଟି ଟଙ୍କା ଦେବାକୁ ପ୍ରଧାନ ମନ୍ତ୍ରୀଙ୍କୁ ପତ୍ର ଲେଖା ଅନୁରୋଧ କରାଯାଇ ଥିଲା। ଏପରିକି ଗତ ନଭେମ୍ବର ମାସରେ ଅାନ୍ତଃ ମନ୍ତ୍ରୀସ୍ତରୀୟ କମିଟି ତିତ୍‌ଲି ପ୍ରଭାବିତ ଅଞ୍ଚଳ ଗସ୍ତ କରି କ୍ଷୟକ୍ଷତି ଆକଳନ କରି ଫେରିଛନ୍ତି। କିନ୍ତୁ ଏପର୍ଯ୍ୟନ୍ତ କେନ୍ଦ୍ରୀୟ ସହାୟତା ରାଶି ମିଳି ପାରିନାହିଁ। ଏହି ସମୟରେ ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠିରେ ୧୬୮୯.୧୩ କୋଟି ଟଙ୍କାର ସହାୟତା ମିଳି ଥିବାରୁ ସେଥିରେ ଉଦ୍ଧାର ଓ ଥଇଥାନ କାର୍ଯ୍ୟ ଜାରି ରହିଛି। ଏନ୍‌ଡିଆରଏଫ୍‌ ଅନୁଦାନ ମିଳିଲେ ବାକି କାର୍ଯ୍ୟ ଆରମ୍ଭ ହେବ। ତେଣୁ ଏହି ମର୍ମରେ ଆପଣ ପ୍ରତ୍ୟେକ ଭାବେ ଗୁୁରୁତ୍ବ ପ୍ରଦାନ କରି କେନ୍ଦ୍ରୀୟ ଅନୁଦାନ ଯଥାଶୀଘ୍ର ପ୍ରଦାନ ପାଇଁ ପଦକ୍ଷେପ ନିଅନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ଜଣାଇଛନ୍ତି।

Hot this week

ବିଜେପିରେ ମିଶିବେ ବିଜେଡିର ଦୁଇ ନେତା !

ଭୁବନେଶ୍ଵର: ବିଜେଡିର ଦୁଇ ନେତା ବିଜେପିରେ ମିଶିବାକୁ ଯାଉଛନ୍ତି। ପୂର୍ବତନ ମନ୍ତ୍ରୀ...

ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ ବିଦ୍ୟୁତ ଉପଭୋକ୍ତା ମହାସଂଘ କ୍ଷୋଭ

ଭୁବନେଶ୍ୱର: ବିଦ୍ୟୁତ ଗ୍ରାହକଙ୍କ ଠାରୁ ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ...

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

Related Articles

Popular Categories