ରାଉରକେଲା: ଭିଜିଲାନ୍ସ ଜାଲରେ ଏଏସଆଇସି କର୍ମଚାରୀ। ରାଉରକେଲା ଜେଲ ରୋଡରେ ଥିବା ଇଏସଆଇ ହସ୍ପିଟାଲର ବରିଷ୍ଠ କିରାଣୀ ଅଭିରାମ ସାହୁ ଲାଞ୍ଚ ନେଇ ଧରାପଡିଛନ୍ତି। ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଅଭିରାମଙ୍କୁ ଭିଜିଲାନ୍ସ ଟିମ୍ ଧରିଛି। ସୂଚନା ମୂତାବକ ଅଭିରାମ ଜଣେ ରୋଗୀଙ୍କର ୯୦ ହଜାର ଟଙ୍କା ବିଲ୍ ପାସ୍ କରିବାର ଥିଲା। ଏଥିଲାଗି ସେ ରୋଗୀଙ୍କ ସମ୍ପର୍କୀୟଙ୍କଠାରୁ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ। ବ୍ୟକ୍ତି ଜଣଙ୍କ ଏ ନେଇ ଭିଜିଲାନ୍ସରେ ଜଣାଇଥିଲେ । ତେବେ ପୂର୍ବ ଯୋଜନା ମୂତାବକ ଲାଞ୍ଚ ଦେବା ବେଳେ ଭିଜିଲାନ୍ସ ଅଧିକାରୀ ଚଢାଉ କରିଥିଲେ । ଟଙ୍କା ସହ ଅଭିରାମ ସାହୁଙ୍କୁ ଧରିବା ସହ ଅଟକ ରଖି ପଚରାଉଚରା କରାଯାଉଛି।
Popular Categories



