www.samajalive.in
Monday, December 8, 2025
13.1 C
Bhubaneswar

ଆଇସିସି ଟେଷ୍ଟ ମାନ୍ୟତା: ଉଠିଲେ ଯଶସ୍ବୀ, ଗିଲ୍‌, ଜୁରେଲ୍‌

ନୂଆଦିଲ୍ଲୀ: ଭାରତୀୟ ଯୁବ ବ୍ୟାଟ୍‌ସମ୍ୟାନ ଶୁବମାନ ଗିଲ୍‌, ଯଶସ୍ବୀ ଜୟସୱାଲ ଓ ୱିକେଟରକ୍ଷକ ଧ୍ରୁବ ଜୁରେଲ ସଦ୍ୟ ପ୍ରକାଶିତ ଆଇସିସି ଟେଷ୍ଟ ବ୍ୟାଟିଂ ମାନ୍ୟତାର ଉପରକୁ ଉନ୍ନୀତ ହୋଇଛନ୍ତି। ଚଳିତ ଇଂଲଣ୍ଡ ବିପକ୍ଷ ଚତୁର୍ଥ ଟେଷ୍ଟରେ ପ୍ରଦର୍ଶନକୁ ଆଧାର କରି ଗିଲ୍‌, ଯଶସ୍ବୀ ଓ ଜୁରେଲ ମାନ୍ୟତାର ଉପରକୁ ଉନ୍ନୀତ ହୋଇଛନ୍ତି। ବାମହାତୀ ଓପନର ଯଶସ୍ବୀ ୩ଟି ସ୍ଥାନ ଉପରକୁ ଉନ୍ନୀତ ହୋଇ ୧୨ତମ ସ୍ଥାନରେ ପହଞ୍ଚିଛନ୍ତି। ଯଶସ୍ବୀ ରାଞ୍ଚି ଟେଷ୍ଟର ପ୍ରଥମ ଇନିଂସରେ ୭୩ ଓ ଦ୍ବିତୀୟ ଇନିଂସରେ ୩୭ରନ କରିଥିଲେ। ସେହିପରି ଦ୍ବିତୀୟ ଇନିଂସରେ ଅର୍ଦ୍ଧଶତକ ହାସଲ କରିଥିବା ଶୁବମାନ ଗିଲ୍‌ ୩୧ତମ ସ୍ଥାନକୁ ଉନ୍ନୀତ ହୋଇଛନ୍ତି।

ୱିକେଟ ରକ୍ଷକ ଜୁରେଲ ଇଂଲଣ୍ଡ ବିପକ୍ଷ ରାଞ୍ଚି ଟେଷ୍ଟର ପ୍ରଥମ ଇନିଂସରେ ୯୦ ଓ ଦ୍ବିତୀୟ ଇନିଂସରେ ଅପରାଜିତ ୩୯ରନ କରିଥିଲେ। ଉକ୍ତ ପ୍ରଦର୍ଶନ ଆଧାରରେ ଜୁରେଲ ୩୧ଟି ସ୍ଥାନ ଉପରକୁ ଉନ୍ନୀତ ହୋଇ ୬୯ତମ ସ୍ଥାନରେ ପହଞ୍ଚିଛନ୍ତି। ନ୍ୟୁଜିଲାଣ୍ଡର କେନ୍‌ ୱିଲିୟମସନ ଶୀର୍ଷ ସ୍ଥାନ ବଜାୟ ରଖିଥିବାବେଳେ ଇଂଲଣ୍ଡର ଜୋ ରୁଟ୍‌ ୩ୟ ସ୍ଥାନକୁ ଉନ୍ନୀତ ହୋଇଛନ୍ତି। ରୁଟ୍‌ ଭାରତ ବିପକ୍ଷ ରାଞ୍ଚି ଟେଷ୍ଟରେ ଶତକ ହାସଲ କରିଥିଲେ। ଇଂଲଣ୍ଡ ଓପନର ଜ୍ୟାକ କ୍ରଲି ୧୦ଟି ସ୍ଥାନ ଉପରକୁ ଉନ୍ନୀତ ହୋଇ ୧୭ତମ ସ୍ଥାନରେ ପହଞ୍ଚିଛନ୍ତି। ଇଂଲଣ୍ଡ ବିପକ୍ଷ ଟେଷ୍ଟ ଶୃଙ୍ଖଳାରୁ ଓହରି ଯାଇଥିବା ବିରାଟ କୋହଲି ମାନ୍ୟତାର ୨ଟି ସ୍ଥାନ ତଳକୁ ଖସି ଆସିଛନ୍ତି। ବିରାଟ ୯ମ ସ୍ଥାନକୁ ଖସି ଆସିଛନ୍ତି। ବୋଲିଂ ମାନ୍ୟତାରେ ରାଞ୍ଚି ଟେଷ୍ଟ ଖେଳିନଥିଲେ ମଧ୍ୟ ଭାରତର ଦ୍ରୁତ ବୋଲର ଯଶପ୍ରୀତ ବୁମ୍‌ରା ଶୀର୍ଷ ସ୍ଥାନ ବଜାୟ ରଖିଥିବାବେଳେ ରବିଚନ୍ଦ୍ରନ ଅଶ୍ବିନ ଦ୍ବିତୀୟ ସ୍ଥାନରେ ରହିଛନ୍ତି। ସ୍ପିନର କୁଳଦୀପ୍‌ ଯାଦବ ୧୦ଟି ସ୍ଥାନ ଉପରକୁ ଉନ୍ନୀତ ହୋଇ ୩୨ତମ ସ୍ଥାନରେ ରହିଛନ୍ତି। ଅଲରାଉଣ୍ଡର ମାନ୍ୟତାରେ ରବୀନ୍ଦ୍ର ଜାଡେଜା ଶୀର୍ଷ ସ୍ଥାନ ବଜାୟ ରଖିଥିବାବେଳେ ଜୋ ରୁଟ୍‌ ୪ର୍ଥ ସ୍ଥାନକୁ ଉନ୍ନୀତ ହୋଇଛନ୍ତି। ଆଇସିସି ଟି୨୦ ବ୍ୟାଟିଂ ମାନ୍ୟତାରେ ଅଷ୍ଟ୍ରେଲିଆର ମିଚେଲ ମାର୍ଶ ଦୁଇଟି ସ୍ଥାନ ଉପରକୁ ଉନ୍ନୀତ ହୋଇ ୧୫ତମ ସ୍ଥାନରେ ରହିଛନ୍ତି। ସୂର୍ଯ୍ୟକୁମାର ଯାଦବ ଏକ ନମ୍ବର ସ୍ଥାନ ବଜାୟ ରଖିଛନ୍ତି। ବୋଲିଂ ମାନ୍ୟତାରେ ଅଷ୍ଟ୍ରେଲିଆର ଜୋଶ ହାଜେଲଉଡ୍‌ ୭ମ ସ୍ଥାନକୁ ଓ ନ୍ୟୁଜିଲାଣ୍ଡର ଲୁକି ଫର୍ଗୁସନ ୨୯ତମ ସ୍ଥାନକୁ ଉନ୍ନୀତ ହୋଇଛନ୍ତି। ଦିନିକିଆ ବୋଲିଂ ମାନ୍ୟତାରେ ନାମିମ୍ବିଆର ବେନାର୍ଡ ସ୍କୁଟ୍‌ଜି ଉପରକୁ ଉନ୍ନୀତ ହୋଇଛନ୍ତି। ସ୍କଟ୍‌ଜି ୬ଟି ସ୍ଥାନ ଉପରକୁ ଉନ୍ନୀତ ହୋଇ ୧୧ତମ ଓ ଅଲରାଊଣ୍ଡର ମାନ୍ୟତାରେ ନାମିମ୍ବିଆର ଗାରାର୍ଡ ଇରାସମସ ୮ଟି ସ୍ଥାନ ଉପରକୁ ଉନ୍ନୀତ ହୋଇ ସପ୍ତମ ସ୍ଥାନରେ ରହିଛନ୍ତି।

Hot this week

ସୋମବାର ରାଶିଫଳ: ଆଜି ଏହି ରାଶିରେ ଋଣ ପରିଶୋଧ ହେବ

ମେଷ: ମନ ପ୍ରଫୁଲ୍ଲ ରହିବ। ଦେବଦର୍ଶନରେ ସମସ୍ତ କଳ୍ମଷ ଦୂର ହେବ।...

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

Related Articles

Popular Categories