www.samajalive.in
Sunday, December 7, 2025
16.1 C
Bhubaneswar

ନିର୍ବାଚନ ଫଳାଫଳ ବିରୋଧରେ ଦେଶବ୍ୟାପୀ ବିକ୍ଷୋଭ ପ୍ରଦର୍ଶନ କରିବ ପିଟିଆଇ

ଇସଲାମାବାଦ: ପାକିସ୍ତାନରେ ନିକଟରେ ଅନୁଷ୍ଠିତ ହୋଇଥିବା ସାଧାରଣ ନିର୍ବାଚନର ଫଳାଫଳ ବିରୋଧରେ ପାକିସ୍ତାନ ତେହେରିକ୍‌-ଏ-ଇନ୍‌ସାଫ୍‌(ପିଟିଆଇ) ଦେଶବ୍ୟାପୀ ବିକ୍ଷୋଭ ପ୍ରଦର୍ଶନ କରିବ। ଜନାଦେଶର ଲୁଟ୍‌ ହୋଇଥିବା ଅଭିଯୋଗ କରି ଦଳ ମୁଖ୍ୟ ଇମ୍ରାନ ଖାନଙ୍କ ଆହ୍ବାନକ୍ରମେ ମାର୍ଚ୍ଚ ୨ରେ ବିରୋଧ ପ୍ରଦର୍ଶନ କରିବା ନେଇ ଘୋଷଣା କରିଛି ପିଟିଆଇ। ଦଳର ସେକ୍ରେଟାରୀ ଜେନେରାଲ ତଥା ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଓମାର ଆୟୁବ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ନିର୍ବାଚନରେ ହୋଇଥିବା ବ୍ୟାପକ ଅନିୟମିତତା ବିରୋଧରେ ଅନ୍ୟ ରାଜନୈତିକ ଦଳଙ୍କ ସହ ଦେଶବ୍ୟାପୀ ବିକ୍ଷୋଭ ପ୍ରଦର୍ଶନ କରିବ ପିଟିଆଇ। ଏହାପୂର୍ବରୁ ସେ ପିଟିଆଇ ପ୍ରତିଷ୍ଠାତା ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ମଧ୍ୟ ଭେଟିଛନ୍ତି, ଯିଏକି ବର୍ତ୍ତମାନ ରାୱଲପିଣ୍ଡିର କଡ଼ା ସୁରକ୍ଷା ବିଶିଷ୍ଟ ଆଦିଆଲା ଜେଲରେ ଅଛନ୍ତି।

ଅପରପକ୍ଷେ ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ କରିଛି ଯେ, ନିର୍ବାଚନ କମିଶନ ଶୁକ୍ରବାର ରାଷ୍ଟ୍ରପତି ନିର୍ବାଚନ ପାଇଁ କାର୍ଯ୍ୟସୂଚୀ ପ୍ରକାଶ କରିବେ। ​​ପାକିସ୍ତାନ ପିପୁଲ୍ସ ପାର୍ଟିର ଆସିଫ ଅଲୀ ଜରଦାରୀ ରାଷ୍ଟ୍ରପତି ନିର୍ବାଚନରେ ବାଜିମାତ୍‌ କରିବାର ଅଧିକ ସମ୍ଭାବନା ରହିଛି।

- Advertisement -

 

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories